• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କାବୁଲ୍‌ ଉପରେ ହେବ ଡ୍ରୋନ୍‌ ଆକ୍ରମଣ

  • ଭାଙ୍ଗିବ କି ତାଲିବାନ୍‌ ଗଡ଼ !

କାବୁଲ: ଭାଙ୍ଗିବ ତାଲିବାନ୍‌ ଗଡ଼ । କାବୁଲ୍‌ ଉପରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବା ପାଇଁ ପ୍ରସ୍ତୁତରେ ଲାଗିପଡିଛି ପେଣ୍ଟାଗନ୍‌ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍‌ ପକ୍ଷରୁ ସୂଚନା ଦିଆଯାଇଛି । ପିଟିଆଇ ନ୍ୟୁଜ୍‌ ଏଜେନ୍‌ସି ଅନୁଯାୟୀ, ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି, ‘ ଆଫଗାନିସ୍ଥାନ୍‌ ଉପରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିବା ପାଇଁ ଆମେରିକାର ଅଧିକାର ଅଛି । ଆତଙ୍କବାଦ ବିରୋଧରେ ଲଢିବା ଏବଂ ଆମ ଦେଶକୁ ସୁରକ୍ଷିତ କରିବାର ଆମର ଅଧିକାର ଅଛି ’ । ତାଲିବାନ୍‌ ଆମେରିକାକୁ ଚେତାବେନୀ ଦେବାବେଳେ ଆମେରିକା ପକ୍ଷରୁ ଏହି ବୟାନ ଦିଆଯାଇଥିଲା ।

ସୂଚନାଅନୁସାରେ, ଆମେରିକାର କିଛି ଡ୍ରୋନ୍ ଆଫଗାନିସ୍ତାନ ଉପରେ ଉଡୁଥିବା ଦେଖାଯାଇଥିଲା । ଯାହାକୁ ନେଇ ତାଲିବାନ କହିଛି, ଆମେରିକା ଦୋହା ଚୁକ୍ତିକୁ ଭଙ୍ଗ କରୁଛି । ଯହାକୁ ନେଇ ସେ ଆମେରିକାକୁ ଚେତାବନୀ ମଧ୍ୟ ଦେଇଛି । ପେଣ୍ଟାଗନ୍ ସଚିବ ଜନ୍ କିର୍ବି କହିଛନ୍ତି, ଆମେରିକା ବାସୀଙ୍କ ସୁରକ୍ଷା ପ୍ରଦାନ କରିବା ଆମର ଅଧିକାର । ଏଥିପାଇଁ ଆମେ କିଛି ବି କରିପାରିବୁ । ତେଣୁ ଆମେ ତାଲିବାନ୍‌ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛୁ ।

ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପାକିସ୍ତାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ସେ କହିଛନ୍ତି, ପାକିସ୍ତାନ ଓ ଆଫଗାନିସ୍ଥାନ୍‌ ସୀମା ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷା କବଜ ଅଟେ । ଆଫଗାନ୍‌ ଆକ୍ରମଣ ବେଳେ ତାଲୀବାନୀ ପାକିସ୍ତାନ୍‌ ସୀମାରେ ନିଜକୁ ସୁରକ୍ଷିତ ରଖିପାରନ୍ତି । ଯାହା କାରଣ ରୁ ପେଣ୍ଟାଗନ୍‌ ଚିନ୍ତାରେ ପଡିଛି । ଏଥିମଧ୍ୟରେ ପାକିସ୍ତାନ ପକ୍ଷରୁ ତାଲିବାନୀଙ୍କୁ ଆଶ୍ରୟ ଦେବା ନେଇ ଆମେରିକା ପାକିସ୍ତାନକୁ ସମାଲୋଚନା କରିଛି । ତାଲିବାନୀଙ୍କୁ ପାକିସ୍ତାନରେ ସୁରକ୍ଷିତ ଆଶ୍ରୟ ଦେବାସହ ସେଠାରେ ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା ବୋଲି ପେଣ୍ଟାଗନ୍ ପକ୍ଷରୁ ଦାବି କରାଯାଇଛି ।