Advertisment

ମୋଦିଙ୍କୁ ନେହୁରା ହେଲେ ଗଣବଳାତ୍କାରର ଶିକାର ହୋଇଥିବା ପୀଡିତା, କହିଲେ ଭାରତ ଆସିବାକୁ ଅନୁମତି ଦିଅ

ପାକ୍‌ ଅଧିକୃତ କାଶ୍ମୀରେ ଗଣବଳାତ୍କାରର ଶିକାର ହୋଇଥିବା ଜଣେ ମହିଳା ମୋଦିଙ୍କ ସାହାଯ୍ୟ ଲୋଡିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Allow us to come to india the victim of gang rape in pok sought help from pm modi

Allow us to come to india the victim of gang rape in pok sought help from pm modi

ପାକ୍‌ ଅଧିକୃତ କାଶ୍ମୀରେ ଗଣବଳତ୍କାର ଶିକାର ହୋଇଥିବା ଜଣେ ମହିଳା ମୋଦିଙ୍କୁ ସାହାଯ୍ୟ ଲୋଡିଛନ୍ତି । ଗତ ୭ ବର୍ଷ ଧରି ନ୍ୟାୟ ପାଇଁ ଲଢ଼ି ଆସୁଛନ୍ତି ପୀଡିତା ନୁରା ବେଗମ (ଛଦ୍ମନାମ) । ଏହାରି ମଧ୍ୟରେ ସେ ଏବେ ମୋଦିଙ୍କୁ ଆଶ୍ରୟ ତଥା ସହାୟତା ଭିକ୍ଷା କରିଛନ୍ତି ।

Advertisment

ଏନେଇ ନୁରା ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ‘ଗଣବଳତ୍କାର ଶିକାର ହୋଇଥିବାରୁ ଗତ ୭ ବର୍ଷ ଧରି ମୁଁ ନ୍ୟାୟ ପାଇଁ ଲଢ଼ୁଛି । ପାକ୍‌ ପୋଲିସ, ସରକାର ଓ ନ୍ୟାୟପାଳିକା ମୋତେ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଏହି ଭିଡିଓ ମାଧ୍ୟମରେ ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଆବେଦନ କରୁଛି କି ଆମକୁ ଭାରତ ଆସିବାକୁ ଅନୁମତି ଦିଅନ୍ତୁ’ ।

Advertisment

ଏହାସହ ସେ କହିଛନ୍ତି କି, ‘ଏଠାରେ ମୋ ସନ୍ତାନଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଛି । ସ୍ଥାନୀୟ ପୋଲିସ ଓ ଜଣେ ବରିଷ୍ଠ ନେତା କେତେବେଳେ ବି ମୋର ଏବଂ ମୋର ସନ୍ତାନଙ୍କ ହତ୍ୟା କରିପାରନ୍ତି । ତେଣୁ ମୁଁ ପିଏମ୍‌ ମୋଦିଙ୍କୁ ଅନୁରୋଧ କରୁଛି କି ଆମକୁ ଆଶ୍ରୟ ଓ ସୁରକ୍ଷା ପ୍ରଦାନ କରନ୍ତୁ ।

ପୂର୍ବରୁ ମଧ୍ୟ ଏକ ଭିଡିଓରେ ସେ କହିଥିଲେ ଯେ, ‘୨୦୧୫ ମସିହାରେ ମୋ ସହ ହୋଇଥିବା ଗଣବଳତ୍କାରରେ ସମ୍ପୃକ୍ତ ଦୋଷୀଙ୍କୁ କଠୋର ଦଣ୍ଡ ତଥା ନିଜକୁ ନ୍ୟାୟ ଦେବା ପାଇଁ ମୁଁ ବାରମ୍ୱାର ଆଇନର ଦ୍ୱାରସ୍ଥ ହେଉଛି । ମୋ ସହ ହୋଇଥିବା ଅନ୍ୟାୟରେ ହାରୁନ ରସିଦ୍, ମମୁନ ରସିଦ୍ ଜମିଲ ସଫି, ବକାଶ ଅସରଫ, ସମନ ହାରୁନ ସମେତ ଆହୁରି ୩ ଜଣ ସାମିଲ ଅଛନ୍ତି ।’

ମହିଳାଙ୍କ କହିବା ଅନୁଯାୟୀ, ସେ ସ୍ଥାନୀୟ ପୋଲିସ ଓ ନେତାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ପାଇପାରୁନାହାଁନ୍ତି । ଯେଉଁଥିପାଇଁ ସେ ପାକ୍‌ ଅଧିକୃତ କାଶ୍ମୀରର ମୁଖ୍ୟ ନ୍ୟାୟପାଳିକାଙ୍କ ସହ ସ୍ଥାନୀୟ ଅଧିକାରୀଙ୍କୁ ଅନେକ ଥର ଚିଠି ଲେଖି ମଧ୍ୟ କିଛି ହୋଇପାରୁ ନାହିଁ ବରଂ ତାଙ୍କୁ କେବଳ ଅପମାନିତ କରାଯାଇଥିବାର କହିଛନ୍ତି ମହିଳା ।

PM Modi Gang Rape PoK
Advertisment
Advertisment