Advertisment

India's Parliamentary Delegation in Algeria: ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଲା ସର୍ବଦଳୀୟ ଟିମ୍‌

ସାଉଦିଆରବ ଗସ୍ତ ସାରି ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ପହଞ୍ଚିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଭାରତର ଦୂତାବାସ ଅଧିକାରୀ ଓ ଆଲଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିଥିଲେ।

ଅଦ୍ୟତନ ହୋଇଛି
Team Baijayant

Team Baijayant

Advertisment

ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆ ଗସ୍ତରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ସାରା ବିଶ୍ବ ସାମନାରେ ପାକିସ୍ତାନର ଅସଲ ମୁଖା ଖୋଲିବା ପାଇଁ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଓ ଭାରତର ଅପରେସନ ସିନ୍ଦୂରର ସଫଳତା ନେଇ ସାରା ବିଶ୍ବକୁ ଅବଗତ କରିବାକୁ ବିଭିନ୍ନ ଦେଶ ଗସ୍ତରେ ଯାଇଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀର ଗୋଟିଏ ଟିମ୍ ଗତକାଲି ଆଲଜେରିଆରେ ପହଞ୍ଚିଛି।

Advertisment

ଅଧିକ ପଢନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରୁ କାହିଁକି ଇସ୍ତଫା ଦେଲେ ଏଲନ୍ ମସ୍କ; ଜଣା ପଡ଼ିଲା କାରଣ

ସାଉଦିଆରବ ଗସ୍ତ ସାରି ଆଲଜେରିଆ ରାଜଧାନୀ ଅଲଜିୟର୍ସରେ ପହଞ୍ଚିବା ପରେ, ଡେଲିଗେସନ୍ ସଦସ୍ୟଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ବାଗତ କରାଯାଇଥିଲା। ଭାରତୀୟ ରାଷ୍ଟ୍ରଦୂତ ଡକ୍ଟର ସ୍ବାତୀ ଭି. କୁଲକର୍ଣ୍ଣି ଅଲଜିୟର୍ସ ବିମାନବନ୍ଦରରେ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ।

Advertisment

ଏହି ଅବସରରେ ଆଲଜେରିଆ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବୈଜୟନ୍ତଙ୍କ ସମେତ ପ୍ରତିନିଧି ମଣ୍ଡଳୀର ଅନ୍ୟ ସଦସ୍ୟଙ୍କୁ ସ୍ବାଗତ କରିଥିଲେ। ସେଠାରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଟିମ୍ ଆଲୋଚନା କରିଥିଲା। ବାହାରିନ୍, କୁଏତ ଓ ସାଉଦି ଆରବ ପରେ ଚତୁର୍ଥ ଦେଶ ଭାବେ ଅଲଜେରିଆ ଗସ୍ତ କରିଛି ଏହି ସର୍ବଦଳୀୟ ଟିମ୍। ସେଠାରେ ମଧ୍ୟ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ସ୍ପଷ୍ଟ କରାଯିବ।

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

India Kendrapara MP Baijayant Panda Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ