• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇଟି ଏଲିଏନଙ୍କ ଶବକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଖୁବ୍‌ ଆଲୋଚନା କରାଯାଉଛି । ଅନେକ ଏହାକୁ ଏଲିଏନ୍‌ ବୋଲି ବିଶ୍ୱାସ କରୁଥିବା ବେଳେ କେତେକ ଏହାକୁ ଅବିଶ୍ୱାସ କରୁଛନ୍ତି । ତେବେ ଏହାରି ଭିତରେ ଏଲିଏନ୍‌ଙ୍କ ଶବ ତଥା ମମି ସାମ୍ପୁଲକୁ ନେଇ ମେକ୍ସିକୋର ଡାକ୍ତରମାନେ ଏକ ବଡ଼ ଖୁଲାସା କରିଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ମମି ଆକୃତିର ଯେଉଁ ସାମ୍ପୁଲକୁ UFO ଅନୁସନ୍ଧାନକାରୀମାନେ ଏଲିଏନ୍ ବୋଲି ବିବେଚନା କରୁଛନ୍ତି, ତାହା ବିଭିନ୍ନ ହାଡ଼ରୁ ନୁହେଁ, ମାତ୍ର ଗୋଟିଏ କଙ୍କାଳରୁ ତିଆରି ହୋଇଛି । ଡାକ୍ତରମାନେ ବିଭିନ୍ନ ଲ୍ୟାବରେ ଏହି ଏଲିଅନ୍‌ ସାମ୍ପୁଲର ପରୀକ୍ଷା କରିଥିଲେ ।

ତେବେ ଏହି ଦୁଇଟି ଏଲିଏନ୍‌ ମମିକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ନେଇ ଖୁବ୍‌ ବିବାଦ ମଧ୍ୟ ଉପୁଜିଛି । ବିଶିଷ୍ଟ ଶିକ୍ଷାବିତ୍‌ଙ୍କଠାରୁ ଆରମ୍ଭ କରି, ବୈଜ୍ଞାନିକ ଏବଂ ପୁରାତତ୍ୱବିତ୍‌ ମାନେ ଏହାକୁ ଏଲିଅନ୍‌ ବୋଲି ମାନିବାକୁ ନାରାଜ୍ । ତାଙ୍କ କହିବାନୁଯାୟୀ, ୟୁଏଫ୍‌ଓ ଅନୁସନ୍ଧାନକାରୀମାନେ ଏହାକୁ ଏଲିଅନ୍ ବୋଲି କହୁଛନ୍ତି, କିନ୍ତୁ ଏହା ସମ୍ପୂଣ୍ଣ ମିଥ୍ୟା । ଏମିତି କହି ସେମାନେ ବିଶ୍ୱକୁ ଅନ୍ଧାରରେ ରଖିପାରିବେନି ।

ଗତ ସପ୍ତାହରେ ସାମ୍ନାକୁ ଆସିଥିଲା ଏଲିଅନ୍‌ ଶବ

ଗତ ସପ୍ତାହରେ ମେକ୍ସିକୋର କଂଗ୍ରେସର ଏକ ସରକାରୀ କାର୍ଯ୍ୟକ୍ରମରେ ଏହି ମୃତଦେହ ଦେଖାଯାଇଥିଲା। UFO ସହିତ ଜଡିତ  ବ୍ୟକ୍ତିବିଶେଷ ଏହାକୁ ଦେଖିବା ପାଇଁ ଖୁବ୍‌ ଆଗ୍ରହୀ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜନେତାମାନଙ୍କୁ କୁହାଯାଇଥିଲା ଯେ ପେରୁର କୁସ୍କୋରୁ ଏହି ଦୁଇଟି ଶବ ଉଦ୍ଧାର କରାଯାଇଥିଲା । ଜୀବାଶ୍ମ ଆକାରରେ ଥିବା ଏଲିଏନଙ୍କର ଏହି ମୃତଦେହ ହଜାରେ ବର୍ଷ ପୁରୁଣା ବୋଲି ମଧ୍ୟ କୁହାଯାଇଥିଲା ।

ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହୋଇଥିଲା ଭିନ୍ନ ଗ୍ରହ ବାସିନ୍ଦା ବା ଏଲିଏନଙ୍କର ଦୁଇଟି ମୃତଦେହ । ୟୁଏଫଓ ବିଶେଷଜ୍ଞ ଜାଇମ ମୌସାନ ଏହି ମୃତଦେହ ପ୍ରଦର୍ଶିତ କରାଇଥିଲେ । ଆମେରିକା ଫର ସେଫ ଏରୋସ୍ପେଶର ନିର୍ଦ୍ଦେଶକ ତଥା ପୂର୍ବତନ ନୌସେନା ପାଇଲଟ ରିଆନ ଗ୍ରେଭେସ ଏହି ଅବସରରେ ଉପସ୍ଥିତ ଥିଲେ। ମୌସାନଙ୍କ ଦାବି ମୃତଦେହ ଦୁଇଟିର ଡିଏନଏର ୩୦ ପ୍ରତିଶତ ସଂପୂର୍ଣ୍ଣ ଅଜଣା । x-ray ରୁ ଗୋଟିଏ ମୃତଦେହରେ ଅଣ୍ଡକୋଷ ଏବଂ ଧାତବ ଅଂଶ ମିଳିଥିବା ସେ କହିଥିଲେ ।

ମେକ୍ସିକୋ କଂଗ୍ରେସରେ ଆୟୋଜିତ ଏଭଳି ଏକ ଅସାମାନ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଅନ୍ୟପକ୍ଷରେ ମୌସାନଙ୍କ ଦାବି ଅନ୍ୟଗ୍ରହ ବାସିନ୍ଦା ବା ଏଲିଏନଙ୍କ ଉପସ୍ଥିତି ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି।

ଏହାର ଗୋଟିଏ ଦିନ ପରେ ନାସା ମଧ୍ୟ ଏଲିଏନ୍‌ଙ୍କ ସ୍ଥିତି ନେଇ ସଂକେତ ଦେଇଥିଲା । ସେ କହିଥିଲା ବିଶ୍ୱବ୍ରହ୍ମାଣ୍ଡରେ ପୃଥିବୀ ବାହାରେ ଏଲିଏନ୍ ଥିବାର ସମ୍ଭାବନା ରହିଛି । ଏହାକୁ ଏଡ଼ାଇ ଦିଆଯାଇନପାରେ । ଏହାକୁ ନାସାର ଏକ ବଡ଼ ଖୁଲାସା ବୋଲି କୁହାଯାଉଛି । ଏଲିଏନ୍ ବା ଅନ୍ୟ ଗ୍ରହରେ ଜୀବସତ୍ତା ସଂପର୍କରେ ବଡ଼ ଖୁଲାସା କରିଥିଲା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା । ୩୩ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରକାଶ ପାଇବା ପରେ, ସାରା ବିଶ୍ୱରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା । ନାସାର ପ୍ରଶାସକ ବିଲ୍ ନେଲସନ୍ କହିଛନ୍ତି ଯେ, ପୃଥିବୀ ବ୍ୟତୀତ ବିଶ୍ୱ ବ୍ରହ୍ମାଣ୍ଡର ଅନ୍ୟ ଗ୍ରହରେ ମଧ୍ୟ ଜୀବନ ରହିଛି ବୋଲି ମୋର ବିଶ୍ୱାସ ଅଛି । ମୁଁ ବିଶ୍ୱାସ କରେ ଯେ ଏଲିଏନ୍ ଅଛନ୍ତି ।

UFO ବା ଅନ୍-ଆଇଡେଣ୍ଟିଫାଏଡ୍ ଫ୍ଲାଇଂ ଅବଜେକ୍ଟ ସଂପର୍କରେ ଅଧିକ ଗବେଷଣା ପାଇଁ ନୂଆ ଟେକନିକ୍ ଓ ଉନ୍ନତ ସାଟେଲାଇଟର ଆବଶ୍ୟକତା ରହିଛି । ଅନ-ଆଇଡେଣ୍ଟିଫାଏଡ୍ ଏରିଆଲ୍ ଫିନୋମେନନ୍ ବା ୟୁପିଏ ସଂପର୍କରେ ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ମଧ୍ୟ ଗଠନ କରିଛି ନାସା । ଏହାର ନୂଆ ନିର୍ଦ୍ଦେଶକ ମଧ୍ୟ ନିଯୁକ୍ତ କରାଯିବ ବୋଲି ସୂଚନା ଦେଇଛି ନାସା ।

ପୂର୍ବରୁ ସମ୍ଭାବ୍ୟ UFO ସଂପର୍କିତ କିଛି ଭିଡିଓ ଛାଡ଼ିଥିଲା ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ୍ । ନୌସେନାର ପାଇଲଟ୍  ମାନେ ଆକାଶରେ ଅଚିହ୍ନା ବସ୍ତୁ ଉଡ଼ୁଥିବା ଦେଖିବାକୁ ପାଇଥିଲେ । ତେବେ ଏହା କେମିତି ଉଡ଼ୁଥିଲା, ସେସଂପର୍କିତ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା । ତେଣୁ ସେସବୁ ଅନ୍ୟ ଗ୍ରହରୁ ଆସିଥାଇ ପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।