Advertisment

ଆଇନଷ୍ଟାଇନଙ୍କ ବ୍ରେନ୍‌କୁ ଚୋରି କରି ୨୪୦ ଖଣ୍ତ କରିଥିଲେ ଏହି ବ୍ୟକ୍ତି; ପଢ଼ନ୍ତୁ ପୂରା କହାଣୀ...

ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ବ୍ରେନ୍‌ ଚୋରାଇ ନିଆଯାଇଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Einsteins Brain Was Stolen

Einsteins Brain Was Stolen

ଆଧୁନିକ ପଦାର୍ଥ ବିଜ୍ଞାନର ଜନକ ହେଉଛନ୍ତି ଆଲବର୍ଟ ଆଇନଷ୍ଟାଇନ । ଆଲବର୍ଟ ଆଇନଷ୍ଟାଇନ୍ ପଦାର୍ଥ ବିଜ୍ଞାନରେ ୧୯୨୧ ମସିହାରେ ନୋବେଲ ପୁରସ୍କାର ଗ୍ରହଣ କରିଥିଲେ । ୧୮୭୯ ମସିହାରେ ଜର୍ମାନୀ ସ୍ଥିତ ଉଲମ୍ ଠାରେ ଜନ୍ମ ଗ୍ରହଣ କରିଥିଲେ ଆଲବର୍ଟ ଆଇନଷ୍ଟାଇନ । ଆଇନଷ୍ଟାଇନ ମାତ୍ର ୧୨ ବର୍ଷ ବୟସରେ ନିଜେ ନିଜକୁ ବୀଜ ଗଣିତ ଓ ଇଉକ୍ଲିଡିଆନ୍ ଜ୍ୟାମିତି ଶିକ୍ଷା ଦେଇଥିଲେ ।

Advertisment

୧୯୫୫ ମସିହା ଏପ୍ରିଲ ୧୮ରେ ଜର୍ମାନୀର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ମୃତ୍ୟୁ ଘଟିଥିଲା । ତେବେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମୃତଦେହରୁ ତାଙ୍କ ବ୍ରେନ୍‌ ଚୋରାଇ ନିଆଯାଇଥିଲା । ତାଙ୍କର ବିଚକ୍ଷଣ ବୁଦ୍ଧି ସଂପର୍କରେ ଗବେଷଣା ପାଇଁ ଏଭଳି କରାଯାଇଥିବା କୁହାଯାଉଛି। ତେବେ ଜାଣନ୍ତୁ କେମିତି ହୋଇଥିଲା ବ୍ରେନ୍ ଚୋରି...

ଆଇନଷ୍ଟାଇନ୍‌ଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ଥୋମାସ ହାର୍ଭେ ତାଙ୍କ ପରିବାରର ଅନୁମତି ବିନା ତାଙ୍କ ବ୍ରେନ୍‌କୁ ବାହାର କରି ଘରକୁ ନେଇଯାଇଥିଲେ । ସେ ଦୁନିଆର ସବୁଠାରୁ ବିଜ୍ଞ ବ୍ୟକ୍ତିଙ୍କ ବ୍ରେନ୍‌କୁ କିଭଳି ଅଧ୍ୟୟନ କରିହେବ ବୋଲି ଚାହୁଁଥିଲେ । ସେ ଏହାକୁ ଏକ ଜାର୍‌ରେ ରଖିଥିଲେ । ଏପରିକି ଡଜନେରୁ ଅଧିକ ଫଟୋ ଉଠାଇଥିଲେ ।

Advertisment

ଡାକ୍ତର ହାର୍ଭେ ଫଟୋ ଉଠାଇବା ପରେ ଆଇନଷ୍ଟାଇନ୍‌ଙ୍କ ବ୍ରେନ୍‌କୁ ୨୪୦ ଖଣ୍ଡ କରି କାଟିଥିଲେ । ଏହାକୁ ସେ ଅନ୍ୟ ବିଶେଷଜ୍ଞଙ୍କୁ ପଠାଇଥିଲେ । କେବଳ ଏତିକି ନୁହେଁ ଆଇନଷ୍ଟାଇନଙ୍କ ନାତୁଣୀଙ୍କୁ ମଧ୍ୟ ବ୍ରେନ୍‌ର ଏକ ଖଣ୍ଡ ଉପହାର ଦେବାକୁ ଚେଷ୍ଟା କରିଥିଲେ । ହେଲେ ସେ ଏହାକୁ ନେବାକୁ ମନା କରିଦେଇଥିଲେ ।

୧୯୮୫ରେ ଆଇନଷ୍ଟାଇନ୍‌ଙ୍କ ବ୍ରେନ୍‌କୁ ନେଇ ଏକ ଲେଖା ପ୍ରକାଶ କରି ତାହା ସାଧାରଣ ମସ୍ତିଷ୍କଠାରୁ ଭିନ୍ନ ବୋଲି ଡାକ୍ତର ହାର୍ଭେ କହିଥିଲେ । ଏବେ ଏହି ବ୍ରେନ୍‌କୁ ଫିଲାଡେଲ୍ଫିଆର ମ୍ୟୁଟର ମ୍ୟୁଜିୟମରେ ରଖାଯାଇଛି ।

Brain
Advertisment
Advertisment