/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703939108.jpg)
Plane Land on River
କଥାରେ ଅଛି ରଖେ ହରି ତ ମାରେ କିଏ ? ମରୁ ମରୁ ବଞ୍ଚିଗଲେ ୩୦ ବିମାନଯାତ୍ରୀ । ରୁଷର ଏକ ଦୁର୍ଗମ ଅଞ୍ଚଳରେ ଅଚାନକ ଲ୍ୟାଣ୍ଡ କଲା ଯାତ୍ରୀବାହି ବିମାନ । ଆଉ ସେଥିରେ ଥିଲେ ୩୦ ଜଣ ଯାତ୍ରୀ । ଭଗବାନଙ୍କ ଦୟାରୁ ସେମାନେ ବଞ୍ଚିଯାଇଛନ୍ତି ।
ତେବେ ପୁରା କାହାଣୀଟି ହେଲା, ବିମାନଟି ଆକାଶରେ ଯାଉଥିବା ବେଳେ କୌଣସି ଳକ କାରଣରୁ ସମସ୍ୟା ଦେଖାଦେଲା । ତେଣୁ ବାଧ୍ୟ ହୋଇ ବିମାନର ପାଇଲଟ ବିମାନକୁ ଲ୍ୟାଣ୍ଡ କରିବା ପାଇଁ ଚାହିଁଲେ । ହେଲେ ଦୁର୍ଭାଗ୍ୟ ବସତଃ ପାଇଲଟ ଯେଉଁଠାରେ ବିମାନକୁ ଲ୍ୟାଣ୍ଡ କରାଇଲେ, ତାହା ଏକ ନଦୀ ଥିଲା । କିନ୍ତୁ ଯାତ୍ରୀଙ୍କ ଭାଗ୍ୟ ଭଲ ଯେ ସେହି ନଦୀଟି ପୁରା ବରଫ ପାଲଟିଯାଇଥିଲା । ଯାହାଫଳରେ ବିମାନଟି ଲ୍ୟାଣ୍ଡ କଲା ।
ଯଦି ସେହି ନଦୀରେ ପାଣି ରହିଥାନ୍ତା ତେବେ ନିଶ୍ଚିତ ଭାବେ ବିମାନଟି ବୁଡ଼ିଯାଇଥାନ୍ତା । ଆଉ ଅନେକ ଯାତ୍ରୀ ପ୍ରାଣ ହରାଇଥାନ୍ତେ । ଏହି ନଦୀଟି ଏକ ବିମାନ ବନ୍ଦର ପାଖରେ ଥିବାରୁ ପାଇଲଟ କନ୍ଫ୍ୟୁଜ୍ ହୋଇଥିଲେ । ଆଉ ଭୁଲ ବସତଃ ସେଠାରେ ବିମାନକୁ ଅବତରଣ କରାଇଥିଲେ । ଋଷର ପୂର୍ବାଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏହି ବିମାନର ନାଁ ଏଣ୍ଟୋନୋବ-୨୪ । ତେବେ ଏହି ଘଟଣାନେଇ ସମସ୍ତେ ବିମାନ ପାଇଲଟଙ୍କୁ ଦାୟୀ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)