Advertisment

Air India: ଭିଏନାରେ ଅବତରଣ କଲା ଏୟାର ଇଣ୍ଡିଆ ଫ୍ଲାଇଟ, ଯାଞ୍ଚ ବେଳେ ଜଣା ପଡିଲା ବଡ଼ ସମସ୍ୟା

ଦିଲ୍ଲୀରୁ ୱାଶିଂଟନ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ଫ୍ଲାଇଟକୁ ଭିଏନାରେ ଅବତରଣ କରିବାକୁ ପଡିଛି । ସେଞ୍ଜେନ ଭିସା ଥିବା ଯାତ୍ରୀଙ୍କୁ ହୋଟେଲରେ ରହିବା ପାଇଁ କୁହାଯାଇଛି ଏବଂ ଅଷ୍ଟ୍ରିଆରେ ପ୍ରବେଶ ଅନୁମତି ନଥିବା ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ।

ଅଦ୍ୟତନ ହୋଇଛି
Air India

Air India

Advertisment

ଦିଲ୍ଲୀରୁ ଆମେରିକାର ୱାଶିଂଟନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନକୁ ଅଷ୍ଟ୍ରିଆର ଭିଏନାରେ ଅବତରଣ କରିବାକୁ ପଡିଛି । ଫ୍ଲାଇଟ AI103 ରେ ଜୁଲାଇ ୨ରେ ଦିଲ୍ଲୀରୁ ବାହାରିଥିଲା । ହେଲେ ଭିଏନାରେ ଇନ୍ଧନ ଭରିବା ପାଇଁ ଅଟକିଥିବା ବେଳେ ବିମାନର ଯାଞ୍ଚ କରାଯାଇଥିଲା । ନୀରିକ୍ଷଣ ସମୟରେ ବିମାନରେ ବୈଷୟିକ ସମସ୍ୟା ଥିବା ଜଣା ପଡିଥିଲା । ତେଣୁ ମରାମତି ଆବଶ୍ୟକ ଥିବାରୁ ବିମାନ ଆଉ ଉଡାଣ ଭରିନଥିଲା । ଯାହାଫଳରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆ ଯାଇଥିଲା ।

Advertisment

ଅଧିକ ପଢନ୍ତୁ: ଅଶାନ୍ତ ମଧ୍ୟପ୍ରାଚ୍ୟ; ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ, ଆଡଭାଇଜରି ଜାରି କଲେ ଏହି ବିମାନ କମ୍ପାନୀ

ଏ ନେଇ ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି, ଯେଉଁ ଯାତ୍ରୀମାନେ ଭିଏନାରେ ଭିସା ମୁକ୍ତ ପ୍ରବେଶ ପାଇଁ ବୈଧ ସେଞ୍ଜେନ ଭିସା ହାତେଇଛନ୍ତି, ସେମାନଙ୍କୁ ପରବର୍ତ୍ତୀ ଫ୍ଲାଇଟ ଉଡାଣ ପର୍ଯ୍ୟନ୍ତ ସ୍ଥାନୀୟ ହୋଟେଲରେ ଅପେକ୍ଷା କରିବାକୁ କୁହାଯାଇଛି । ଯେଉଁମାନଙ୍କ ପାଖରେ ପ୍ରବେଶ ପାଇଁ ଅନୁମତି ନାହିଁ, ଅଷ୍ଟ୍ରିଆନ ଇମିଗ୍ରେସନ ଏବଂ ସୁରକ୍ଷା ଅଥରିଟିଙ୍କ ସହ ସମନ୍ୱୟ ରଖି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । 

Advertisment

ଏହା ପରେ ୱାଶିଂଟନରୁ ଦିଲ୍ଲୀ ଅଭିମୁଖେ ଫେରିବାକୁ ଥିବା ଫ୍ଲାଇଟ AI104 ଉଡାଣ ବାତିଲ୍ କରାଯାଇଛି । ଏୟାର ଇଣ୍ଡିଆ କହିଛି ଯେ, ଯାତ୍ରୀମାନଙ୍କୁ ଅନ୍ୟ ବିକଳ୍ପ ଫ୍ଲାଇଟରେ ପୁନଃ ବୁକିଂ କରାଇ ଦିଆ ଯାଇଛି କିମ୍ବା ସେମାନଙ୍କୁ ଭଡା ଫେରସ୍ତ କରି ଦିଆଯାଇଛି । ଏହି ପ୍ରଭାବିତ ଫ୍ଲାଇଟ  ବୋଇଂ ଡ୍ରିମଲାଇନର ଥିଲା ।

ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଫ୍ଲାଇଟ 171 ର ଦୁର୍ଘଟଣା ପରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରତିଦିନ ୧,୫୦,୦୦୦ ଯାତ୍ରୀଙ୍କୁ ଧରି ୧,୧୦୦ଟି ବିମାନ ପରିଚାଳନା କରେ । 

Advertisment

ଅଧିକ ପଢନ୍ତୁ: ବିମାନ ଦୁର୍ଘଟଣା: ୩ ମାସ ଭିତରେ ତଦନ୍ତ ରିପୋର୍ଟ ଦେବ ତଦନ୍ତକାରୀ ଟିମ୍; ବ୍ଲାକ ବକ୍ସର ଡାଟା ଡି-କୋଡିଂ ଆରମ୍ଭ

Air India Vienna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ