Advertisment

ବୟସ ସିନା ୯୦, ଆଜି ବି ଫିଟ୍‌; ଜାଣନ୍ତୁ କିଏ ବିଶ୍ୱର ବୟସ୍କ ବଡିବିଲ୍ଡର

ଦୈନନ୍ଦିନ ରୁଟିନ୍‌ରେ ରହିଛି ଜିମ୍‌ । ଏଥି ସହ ଡାଏଟ୍‌ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍‌ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Jim Arrington, 90-year-old world's oldest bodybuilder

Jim Arrington, 90-year-old world's oldest bodybuilder

ହାରିଯାଇଛି ବୟସ । ହେଲେ ଜିତିଛି ମନୋବଳ । ବୟସର ଅପରାହ୍ଣରେ ସେ ଆଜି ବି ଫିଟ୍‌ । ୯୦ ବର୍ଷ ବୟସରେ ଜିମ୍‌ କରିବା ସହ ନିଜକୁ ସୁସ୍ଥ ରଖିଛନ୍ତି ଅରିଙ୍ଗଟନ୍‌ । ଦୁନିଆର ସର୍ବ ପୁରାତନ ବଡ଼ି ବିଲ୍ଡର ହେଉଛନ୍ତି ଅରିଙ୍ଗଟନ୍‌ ।

Advertisment

ତାଙ୍କ ଦୈନନ୍ଦିନ ରୁଟିନ୍‌ରେ ରହିଛି ଜିମ୍‌ । ଏଥି ସହ ଡାଏଟ୍‌ ମଧ୍ୟ କରନ୍ତି ସେ । ବର୍ତ୍ତମାନ ଫିଟନେସ୍ ଉତ୍ସାହୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା ପାଲଟିଛନ୍ତି ଅରିଙ୍ଗଟନ୍‌ । ୯୦ବର୍ଷ ବୟସରେ, ସେ ବିଶ୍ୱର ସର୍ବପୁରାତନ ବଡି ବିଲଡରର ସମ୍ମାନଜନକ ଆଖ୍ୟା ପାଇଛନ୍ତି ।

ସେ ପ୍ରମାଣ କରିଛନ୍ତି ବୟସ ଜୀବନର କୌଣସି ପ୍ରତିବନ୍ଧକ ନୁହେଁ । ଗିନିଜ ୱାର୍ଲ୍ଡ ରେକର୍ଡସ (GWR)ର ଏକ ଭିଡିଓ ଜାରି କରି ସେ ତାଙ୍କର ଫିଟ୍‌ନେସ୍‌ର ରହସ୍ୟ କହିଛନ୍ତି । ତାଙ୍କ କହିବା ଅନୁସାରେ ପ୍ରତିଦିନ ବ୍ୟାୟାମ କରିବା ତାଙ୍କର ଦୈନନ୍ଦିନ ଜୀବନ ରୁଟିନ୍‌ରେ ରହିଛି ।

Advertisment

ତାହା ସହିତ ଜୀବନରେ ଫିଟ୍‌ ରହିବାକୁ ହେଲେ ସେ କିଛି ଟିପ୍ସ ମଧ୍ୟ କହିଛନ୍ତି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଜଣେ ୟୁଟ୍ୟୁବ୍ ବ୍ୟବହାରକାରୀ ପ୍ରକାଶ କରିଛନ୍ତି, ଅରିଙ୍ଗଟନ୍‌ଙ୍କ କାହାଣୀ ସମସ୍ତଙ୍କ ପାଇଁ ବେଶ୍ ପ୍ରେରଣା ଦାୟକ।

ସେହିପରି ଆଉ ଜଣେ ୟୁଜର୍ସ ନିଜର ମତ ରଖି ଲେଖିଛନ୍ତି, ‘ଏହା ପ୍ରକୃତରେ ଆଶ୍ଚର୍ଯ୍ୟକର, ୯୦ ବର୍ଷ ବୟସରେ ଏତେ ଫିଟ୍‌ ରହିବା ନିହାତି ଆଶ୍ଚର୍ଯ୍ୟକର ଘଟଣା ।

Advertisment
Advertisment