Advertisment

୮ ହଜାର ଫୁଟ ଉପରୁ ତଳକୁ ଖସିଲେ, ଖୋଲିଲାନି ପାରାଚ୍ୟୁଟ୍... ହେଲା ଚମତ୍କାର

ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ କିନ୍ତୁ ଏଇଠି ଘଟିଲା ଚମତ୍କାର।

ଅଦ୍ୟତନ ହୋଇଛି
Skydiver Fell 8,000 Feet Without Parachute

A Skydiver Fell 8,000 Feet Without A Parachute

Advertisment

ରଖେ ହରି ତ ମାରେ କିଏ ! ବଞ୍ଜି ଜମ୍ପିଂ, ରିଭର ରାପ୍ଟିଂ, ସ୍କାଏ ଡ୍ରାଇଭିଂ ପରି ଦୁଃସାହାସିକ କ୍ରୀଡା ଖେଳିବାର ମଜା ଟିକିଏ ଅଲଗା। ସେମିତି ମଜା ନେଇ ବିପଦକୁ ଡାକିଲେ ସ୍କାଏଡାଇଭର୍।  ୮ ହଜାର ଫୁଟ ଉଡୁଥିବା ବେଳେ ଆଉ କାମ କଲାନି ପାରାଚ୍ୟୁଟ୍, ଆଉ ସିଧା ତଳକୁ ଖସିଲେ। ଆଉ ଏତେ ପରେବି ବଞ୍ଚିଲେ କେମିତି ଆସନ୍ତୁ ଜାଣିବା ।

Advertisment

ଆଜିକାଲି ଆଡଭେନଚର ସ୍ପୋର୍ଟର୍ସ ତଥା ଦୁଃସାହାସିକ କ୍ରୀଡ଼ା ପ୍ରତି ଯୁବପିଢି ଆକୃଷ୍ଟ ହେଲେଣି। କାହିଁକିନା ଏହି କ୍ରୀଡା ପ୍ରତି ମନରେ ଯେତିକି ଭୟ ଥାଏ ତାଠୁ ଅଧିକ ଉତ୍କଣ୍ଠା ଥାଏ। କିନ୍ତୁ ବେଳେବେଳେ ଉତ୍କଣ୍ଠା ଜୀବନକୁ ବିପଦରେ ପକାଇଦେଇଥାଏ। ଆମେ ଜଣେ ସ୍କାଏଡାଇଭରଙ୍କ କାହାଣୀ କହିବାକୁ ଯାଉଛୁ, ଯାହାଙ୍କ ନାଁ କାର୍ଗେ ଷ୍ଟପେଲ୍ଟନ୍।  ଷ୍ଟପେଲ୍ଟନ୍ ୮୦୦୦ ଫୁଟ ତଳକୁ ଖସି ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

୨୦୧୩ ମସିହା ମାର୍ଚ୍ଚ ୧୦ରେ ଷ୍ଟପେଲ୍ଟନ୍ ତାଙ୍କ ସାଥୀ କେଟି ହାନସନ୍‌ଙ୍କ ସହ ସ୍କାଏଡାଇଭ କରିବା ପାଇଁ କାଲିପର୍ଣ୍ଣିଆ ସ୍ଥିତ ଲୋଡିରେ ପହଞ୍ଚିଥିଲେ। ସେହିଠାରୁ ଆରମ୍ଭ କରିଥିଲେ ଏଇ ଦୁଃସାହାସିକ ଯାତ୍ରା। ତଳୁ ସ୍କାଏଡାଇଭ୍‌ କରିବା ସ୍ଥାନର ଉଚ୍ଚତା ୮୦୦୦ ଫୁଟ ହେବ। ଷ୍ଟପେଲ୍ଟନଙ୍କ ସ୍କାଏଡାଇଭିଂ ବେଳେ ହଠାତ୍ ମଝି ଆକାଶରେ ଘଟିଲା ଅଘଟଣ। ସେ ଯାହା ଭାବିଥିଲେ ତାହା ହେଲାନି।

Advertisment

ଅଧିକ ପଢ଼ନ୍ତୁ: ହୃଦଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବଞ୍ଚାଇ ଦେଲେ CISF ଯବାନ

ଖୋଲିଲାନି ପାରାଚ୍ୟୁଟ୍‌, କଣ କରିବେ, ମୁଣ୍ଡରେ ବି ଆଉ ବୁଦ୍ଧି ପଶିଲାନି। ହାତଗୋଡ଼ ଜୋର୍‌ରେ ଛାଟପିଟ୍ ହେଲା। ଦୁର୍ଭାଗ୍ୟବଶତଃ ପ୍ରାଇମେରୀ ପାରାଚ୍ୟୁଟ୍ ବି ମୁଖ୍ୟ ପାରାଚ୍ୟୁଟ୍‌ରେ ରହିଯାଇଥିଲା।  ୮୦୦୦ ଫୁଟ ଉଚ୍ଚରେ ଥିବା ଷ୍ଟପେଲ୍ଟନ ପବନରେ ବୁଲି ବୁଲି ତଳକୁ ଖସିପଡ଼ିଲେ, କିନ୍ତୁ ଏଇଠି ଘଟିଲା ଚମତ୍କାର।

ସୌଭାଗ୍ୟବଶତଃ ଯେଉଁ ସ୍ଥାନରେ ସେ ଖସିଲେ, ସେହି ସ୍ଥାନରେ ଅଙ୍ଗୁର ଗଛ ଥିଲା। ଅଙ୍ଗୁର ଗଛରେ ଅନେକ ଅଙ୍ଗୁର ଫେନ୍ଥା ବି ଥିଲା। ସେହି ବଡ଼ ବଡ଼ ଅଙ୍ଗୁର ପେନ୍ଥା ଉପରେ ପଡ଼ିଲେ ଷ୍ଟପେଲ୍ଟନ। ଯାହା ଫଳରେ ସେ ଗୁରୁତର ଭାବେ ଆହତ ହୋଇନଥିଲେ। ଆଉ ଏହି ଅଙ୍ଗୁର ଗଛ ହିଁ ଷ୍ଟପେଲ୍ଟନଙ୍କୁ ପୁନର୍ଜନ୍ମ ଦେଇଛି।   

Advertisment
Ajab Gajab Skydiver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ