Advertisment

ଆମେରିକାରେ ଗୁଳି ବର୍ଷା, ୯ ମୃତ

ଘଟଣାର ୨୦ ମିନିଟ ପରେ ଏକ କାର ମଧ୍ୟରୁ ୩ ଜଣଙ୍କୁ ଧରିଥିଲା ଆମେରିକା ପୋଲିସ।

ଅଦ୍ୟତନ ହୋଇଛି
9 Killed In Two Shootings In US

9 killed in two shootings in US

Advertisment

ଆମେରିକାରେ ପୁଣି ଗୁଳିକାଣ୍ଡ। ଆଜି ଉତ୍ତର କାଲିଫର୍ଣ୍ଣିଆରେ ଗୁଳିକାଣ୍ଡ ଘଟି ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି। କାଲିଫର୍ଣ୍ଣିଆର ହାଫ୍ ମୁନ୍ ବେ ସହରରେ ଜଣେ ଦୁର୍ବୃତ୍ତର ଗୁଳିମାଡ଼ରେ ଯାଇଛି ୭ ଜୀବନ। ଖୋଲା ସ୍ଥାନରେ ଆସି ଦୁର୍ବୃତ୍ତ ଜଣକ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଗୁଳିକାଣ୍ଡ ଖବର ପାଇ ତୁରନ୍ତ ଆମେରିକା ପୋଲିସ ପହଞ୍ଚି ଦୁର୍ବୃତ୍ତକୁ କାବୁ କରିଥିଲା। ଅନ୍ୟପଟେ ଆୟୋୱା ସହରରେ ଆଉ ଏକ ଗୁଳିକାଣ୍ଡ ଘଟିଛି। ସ୍କୁଲରେ ଗୁଳିକାଣ୍ଡ ଘଟି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁଳିକାଣ୍ଡରେ ସ୍କୁଲର ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍କୁଲରେ ବାର୍ଷିକୋତ୍ସବ ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା।

ଅଧିକ ପଢ଼ନ୍ତୁ: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ: ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ

Advertisment

ଘଟଣାର ୨୦ ମିନିଟ ପରେ ଏକ କାର ମଧ୍ୟରୁ ୩ ଜଣଙ୍କୁ ଧରିଥିଲା ଆମେରିକା ପୋଲିସ। ୨ ଦିନ ପୂର୍ବରୁ କାଲିଫର୍ଣ୍ଣିଆର ମୋଣ୍ଟେରୀ ସହରରେ ଚୀନ ନବବର୍ଷ ପାଳନ ଅବସରରେ ଗୁଳିକାଣ୍ଡ ଘଟିଥିଲା। ଦୁର୍ବୁତ୍ତ ଗୁଳିମାଡ଼ରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଜାତୀୟ ପତାକା ଅର୍ଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍।

Shooting Firing America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ