Advertisment

ହଠାତ୍‌ ନଦୀରେ ମାଡ଼ି ଆସିଲା ବନ୍ୟା ପାଣି, ମଝି ନଈରେ ବୁଡ଼ିଗଲା ଡଙ୍ଗା...

ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
76 Killed After Boat Capsizes In River In Nigeria

76 Killed After Boat Capsizes In River In Nigeria

ମଝି ନଈରେ ଡଙ୍ଗା ଓଲଟି ୭୬ ଜଣଙ୍କ ଜୀବନ ଚାଲି ଯାଇଛି। ନାଇଜେରିଆର ଅନମ୍ବ୍ରା ରାଜ୍ୟରେ ନଦୀରେ ବନ୍ୟା ପାଣି ଆସି ଯିବାରୁ ଡଙ୍ଗାଟି ମଝି ନଈରେ ଓଲଟି ଯାଇଥିଲା। ଏନେଇ ରବିବାର ନାଇଜେରିଆ ରାଷ୍ଟ୍ରପତି ମୁହମ୍ମଦୁ ବୁହାରି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଓଭରଲୋଡ୍‌ ଯୋଗୁ ଡଙ୍ଗାଟି ନଦୀରେ ଓଲଟି ପଡ଼ିଥିଲା। ଫଳରେ ଅକାଳରେ ଲୋକଙ୍କ ଜବୀନ ଚାଲି ଯାଇଛି। 

Advertisment

ଘଟଣାକୁ ନେଇ ନାଇଜେରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ‘ଓଗବରୁ ଅଞ୍ଚଳରେ ବନ୍ୟା ପରେ ୮୫ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀରେ ଓଲଟି ପଡ଼ିଥିଲା। ଏଥିରେ ୭୬ ଜଣଙ୍କ ମୃତ୍ୟୁ ଘଟିଛି। ପୀଡ଼ିତଙ୍କୁ ତୁରନ୍ତ ରିଲିଫ୍‌ ଯୋଗାଇବା ପାଇଁ ଜରୁରୀକାଳୀନ ସେବା ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ରାଷ୍ଟ୍ରପତି ମୁହମ୍ମଦୁ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। 

ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ଲାଗି ହେଲିକପ୍ଟର ସାମିଲ କରିବାକୁ ଅନୁରୋଧ କରାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଲାଗି କୁହାଯାଇଛି। ଏନେଇ ଅମ୍ବରା ରାଜ୍ୟପାଳ ଚାର୍ଲସ୍‌ ସୋଲୁଡୋ କହିଛନ୍ତି, ‘ଏହି ବନ୍ୟା ସରକାର ଓ ଅମ୍ବରା ରାଜ୍ୟବାସୀଙ୍କ ପାଇଁ ଏକ ପ୍ରକାର ଝଟ୍‌କା।’ ସୂଚନାଥାଉ କି, ବର୍ଷା ଆରମ୍ଭ ପରେ ପଶ୍ଚିମ ଆଫ୍ରିକା ରାଷ୍ଟ୍ରର ୨୦୦ ମିଲିୟନରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ଜରୁରୀକାଳୀନ ସେବା ଅନୁସାରେ, ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ୧ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି। 

Advertisment
Boat Capsizes
Advertisment
Advertisment