Advertisment

କାର୍‌ରେ ଆସି ଆଖିବୁଜା ଗୁଳିମାଡ଼ କଲେ, ନିଜେ ବି ଗୁଳି ଖାଇ ମଲେ...

ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
7 Killed In Shooting Outside East Jerusalem

7 Killed In Shooting Outside East Jerusalem

ଇସ୍ରାଏଲର ଜେରୁଜେଲମରେ ବଡ ଧରଣର ଗୁଳିକାଣ୍ଡ ହୋଇଛି। ଆତତାୟୀର ଅତର୍କିତ ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଥିଲା।

Advertisment

ଆତତାୟୀ ଜଣଙ୍କ କାରରେ ଆସି ନୀରିହ ଲୋକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ଖବର ପାଇ ପୋଲିସ ଅଭିଯୁକ୍ତକୁ ଧରିବାକୁ କର୍ଡନ କରି ଅପରେସନ ଆରମ୍ଭ କରିଥିଲା। ପରେ ଗୁଳିମାଡ଼ରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗୁଳିମାଡ଼ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁଳିକାଣ୍ଡ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆଇନକୁ ହାତକୁ ନ ନେବା ପାଇଁ ଲୋକମାନଙ୍କୁ ଅପିଲ କରିଛନ୍ତି। 

Advertisment
Shooting
Advertisment
Advertisment