Advertisment

ରାତିରେ ଭୂକମ୍ପରେ ଥରିଲା ସହର, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକ...୭ ମୃତ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।

author-image
Rajalaxmi Sahoo
7 killed as earthquake rocks northwest Iran

7 killed as earthquake rocks northwest Iran

ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଗତକାଲି ଶକ୍ତିଶାଳୀ ଭୂକମ୍ପ(Earthquake)ର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହର(Khoy city)ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ଅଜରବୈଜାନ ପ୍ରଦେଶକୁ ରିଲିଫ୍‌ ଓ ରେସ୍କ୍ୟୁ ଟିମ୍‌ ପଠାଯାଇଛି।

ସରକାରୀ ମିଡିଆ ସୂଚନା ଅନୁସାରେ, ଭୂକମ୍ପ ପରେ ହସ୍ପିଟାଲ୍‌ ଗୁଡ଼ିକୁ ଆଲର୍ଟରେ ରଖାଯାଇଛି। ଭୂକମ୍ପ ଦ୍ୱାରା ପ୍ରଭାବିତ କିଛି ଅଞ୍ଚଳରେ ତୁଷାରପାତ ହେଉଥିବା ଜଣାପଡ଼ିଛି। ସେଠାକାର ତାପମାତ୍ରା ଜିରୋ ଡିଗ୍ରୀ ସେଲସିୟସ ତଳକୁ ଥିବାବେଳେ କିଛି ସ୍ଥାନରେ ବିଦ୍ୟୁତ୍‌ ସପ୍ଲାଏ ଠପ୍‌ ହୋଇଥିବା ସୂଚନା ମିଳିଛି। 

Advertisment

ସୂଚନାଥାଉ କି, ଗତବର୍ଷ ଜୁଲାଇ ୨ରେ ଇରାନରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ଏତେ ଅଧିକ ଥିଲା ଯେ, ଏହାର ଝଟ୍‌କା ପଡ଼ୋଶୀ ଦେଶ କତାର ଓ ୟୁଏଇ ସମେତ ଚୀନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪ ଜଣ ଆହତ ହୋଇଥିଲେ। ସେହିପରି ଗତବର୍ଷ ଅକ୍ଟୋବରରେ ମଧ୍ୟ ଇରାନର ଖୋଭି ଗାଁରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା।

Earthquake
Advertisment
Advertisment