Advertisment

California Earthquake: ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା ।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ଭୟଙ୍କର ଭୂକମ୍ପରେ ଥରିଲା ଆମେରିକାର କାଲିଫର୍ଣ୍ଣିଆ । ବିଳମ୍ୱିତ ରାତିରେ ଉତ୍ତର କାଲିଫର୍ଣ୍ଣିଆରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ମ୍ୟାଗ୍ନିଚ୍ୟୁଡର ତୀବ୍ରତା ୭.୦ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଉପକୂଳବର୍ତ୍ତୀ ସହର ଫର୍ଣ୍ଣେଲଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିଲା । ପ୍ରବଳ ଭୂକମ୍ପ ପରେ ଅଧିକାରୀମାନେ ପ୍ରଥମେ ସୁନାମି ନେଇ ସତର୍କତା ଚେତାବନୀ ଦେଇଥିଲେ କିନ୍ତୁ କିଛି ସମୟ ପରେ ଏହାକୁ ବାତିଲ କରିଦେଇଛନ୍ତି। ଆଜି ସକାଳୁ କ୍ଷୟକ୍ଷତିର ଆକଳନ ଜାରି ରହିଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୪୪ରେ ଓରେଗନ୍ ସୀମା ନିକଟରେ ଥିବା ହେମ୍ୱୋଲ୍ଟ କାଉଣ୍ଟିର ଏକ ଛୋଟ ସହର ଫେରଂଡେଲରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରାତିରେ ହଠାତ୍ ଘର ଦ୍ୱାର ଥରିବାକୁ ଲାଗିଲା। ଲୋକେ ଭୟରେ ଘରୁ ବାହାରକୁ ଜୀବନ ବିକଳରେ ଦୌଡିବାକୁ ଲାଗିଲେ। ହେମ୍ୱୋଲ୍ଟ କାଉଣ୍ଟିରେ ପ୍ରାୟ ୧୦ହଜାରରୁ ଅଧିକ ଘରେ ବିଦ୍ୟୁତ ସରବାରାହ ବିଚ୍ଛିନ୍ନ ହୋଇଯାଇଛି। ତେବେ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ଆସିନାହିଁ।

ସୂଚନା ଅନୁଯାୟୀ, ସାନ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା। ସ୍ଥାନୀୟ ଲୋକ କହିଛନ୍ତି ସେମାନେ ଏକ ଝୁଲୁଥିବା ଭଳି ଅନୁଭବ କଲେ, ଏହା ପରେ ଅନେକ ଥର କମ୍ପନ ଅନୁଭବ ହେଲା । ସାନ ଫ୍ରାନ୍ସିସ୍କୋ ଏବଂ ଓକଲ୍ୟାଣ୍ଡ ମଧ୍ୟରେ ଥିବା ଅଣ୍ଡର ୱାଟର ଟନେଲ ମାଧ୍ୟମରେ ସାନ ଫ୍ରାନ୍ସିସ୍କୋ ୱେ ଏରିଆ ରାପିଡ୍ ଟ୍ରାଞ୍ଜିଟ୍ ଜିଲ୍ଲା (BART) ସମସ୍ତ ଯାତାୟାତକୁ ବନ୍ଦ କରି ଦେଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ୭.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ କାଲିଫର୍ଣ୍ଣିଆରେ ୫.୩ ନିୟୁତ ଲୋକ ସୁନାମି ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। USGS ଆକଳନ କରିଛି ଯେ ପ୍ରାୟ ୧.୩ ନିୟୁତ ଭୂକମ୍ପ ଅନୁଭୂତ ସ୍ଥାନରେ ରହୁଥିଲେ ।

Advertisment

ସୂଚନା ଅନୁଯାୟୀ, ପ୍ରଭାବିତ ଅଞ୍ଚଳଗୁଡିକ ପାଇଁ କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।୭.୦ ମ୍ୟାଗ୍ନିଚ୍ୟୁଡ ଏବଂ ତଦୁର୍ଦ୍ଧ୍ୱ ଶକ୍ତିଶାଳୀ ଭୂକମ୍ପ ଏହି ଅଞ୍ଚଳରେ କ୍ୱଚିତ୍ ଅନୁଭୂତ ହୁଏ । ସାଧାରଣତଃ ବିଶୱରେ ପ୍ରତିବର୍ଷ ୧୦ରୁ ୧୫ଟି ଏହିଭଳି ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଥାଏ। ସୁନାମୀ ଆଲର୍ଟ ବାତିଲ ପରେ ବି ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି।

Advertisment

ଅଧିକ ପଢନ୍ତୁ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଜାରି ହେଲା ସୁନାମୀ ଆଲର୍ଟ

କାହିଁକି ଭୂକମ୍ପ ହୁଏ?

ପୃଥିବୀ ଭିତରେ ସାତୋଟି ଟେକ୍ଟୋନିକ୍ ପ୍ଲେଟ୍ ଅଛି । ଏହି ପ୍ଲେଟଗୁଡିକ କ୍ରମାଗତ ଭାବରେ ଘୂର୍ଣ୍ଣନ କରେ ।ଯେତେବେଳେ ଏହି ପ୍ଲେଟଗୁଡ଼ିକ ପରସ୍ପର ସହିତ ଧକ୍କା ହୁଏ ଅଥବା ପରସ୍ପର ଉପରେ ଚଢିଯାଆନ୍ତି କିମ୍ବା ଦୂରେଇ ଯାଆନ୍ତି, ଭୂମି କମ୍ପିବାକୁ ଲାଗେ । ଏହାକୁ ଭୂକମ୍ପ କୁହାଯାଏ । ଭୂକମ୍ପ ମାପିବା ପାଇଁ ରିକ୍ଟର ସ୍କେଲ ବ୍ୟବହୃତ ହୁଏ । ଯାହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ୍ ସ୍କେଲ୍ କୁହାଯାଏ । ରିକ୍ଟର ମ୍ୟାଗ୍ନିଟେଡ୍ ସ୍କେଲ୍ ୧ ରୁ ୯ ମଧ୍ୟରେ ରହିଥାଏ ।

ଭୂକମ୍ପର ତୀବ୍ରତା ଏହାର କେନ୍ଦ୍ର ଅର୍ଥାତ୍ କେନ୍ଦ୍ରସ୍ଥଳରୁ ମାପ କରାଯାଏ । ଏହାର ଅର୍ଥ ସେହି କେନ୍ଦ୍ରରୁ ବାହାରୁଥିବା ଶକ୍ତି ଏହି ସ୍କେଲରେ ମାପ କରାଯାଏ। ୧ ଅର୍ଥ କମ୍ ତୀବ୍ରତା ଶକ୍ତି ବାହାରକୁ ଆସୁଛି । ୯ ର ଅର୍ଥ ହେଉଛି ସର୍ବୋଚ୍ଚ କମ୍ପନ ଅନୁଭୂତ ହୋଇଛି। ଏହା ଦ୍ୱାରା ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଯଦି ରିକ୍ଟର ସ୍କେଲରେ ତୀବ୍ରତା ୭ ଥାଏ, ତେବେ ଏହାର ଚାରିପାଖରେ ୪୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏକ ଶକ୍ତ ଧକ୍କା ଲାଗିଥାଏ ।

Earthquake California Tsunami Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ