Advertisment

ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ଭୁଶୁଡ଼ିଲା ଘର, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।

author-image
Rajalaxmi Sahoo
7.0 Magnitude Earthquake Hits Northern Philippines

7.0 Magnitude Earthquake Hits Northern Philippines

ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍‌କା ଅନୁଭୂତ ହୋଇଛି। USGS(US Geological Survey) ଅନୁସାରେ, ସକାଳ ୬ଟା ୨୩ ମିନିଟ୍‌ରେ ଉତ୍ତର ଫିଲିପାଇନ୍ସରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି। ଶକ୍ତିଶାଳୀ ଭୂକମ୍ପରେ ରାସ୍ତା ଫାଟି ଆଁ କରିଥିବା ବେଳେ ଘର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ।

Advertisment

ଏହି ଶକ୍ତିଶାଳୀ ଭୂକମ୍ପର ପ୍ରଭାବ ଶପିଂ ମଲ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଭୂକମ୍ପ ଯୋଗୁ ମଲ୍‌ରେ ଥିବା ଜିନିଷ ଏଣେତେଣେ ହୋଇ ପଡ଼ିଥିବା ନଜର ଆସିଛି। ଗତ ମାସରେ ଫିଲିପାଇନ୍ସରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଦକ୍ଷିଣ ଫିଲିପାଇନ୍ସର ସୁରିଗାଓ ଡେଲ୍‌ ସୁର ପ୍ରଦେଶରେ ଏହି ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା।

Advertisment

ସୂଚନାଥାଉ କି, ୨୦୧୩ ମସିହାରେ କେନ୍ଦ୍ରୀୟ ଫିଲିପାଇନ୍ସରେ ବୋହଲ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା। ଏହି ଭୟଙ୍କର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ସହ ଭୂସ୍ଖଳନ ହୋଇଥିଲା। ଏଥିରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। 

Earthquake Earthquake In Philippines
Advertisment
Advertisment