/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678417311.jpg)
Church Shooting
ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ସମୟରେ ଆଖିବୁଜା ଗୁଳିମାଡ଼ । ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ରାତି ପ୍ରାୟ ୯.୧୫ରେ ଗୁଳିମାଡ଼ ହେବାରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ରେ କେଉଁମାନଙ୍କ ସଂପୃକ୍ତି ଅଛି, ସେନେଇ କିଛି ସ୍ପଷ୍ଟ ହୋଇନି । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ପୋଲିସର ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାର୍ଥନା ଚାଲିଥିବା ବେଳେ ସଂପୃକ୍ତ ଚର୍ଚ୍ଚ (Church) ର କିଙ୍ଗଡମ୍ ହଲ୍ରେ ବହୁ ଲୋକ ରୁଣ୍ଡ ହୋଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଅତର୍କିତ ଭାବରେ ପଶିଆସି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଗୁଳି ଚଳାଇଥିଲା । ଫଳରେ ଗୁଳିକାଣ୍ଡରେ ପ୍ରାୟ ୬ରୁ ଅଧିକଙ୍କ ଜୀବନ ଚାଲିଯାଇଛି । ଏହି ଗୁଳିମାଡ଼ରେ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି ।
ଜଣେ ପୋଲିସ୍ ଅଧିକାରୀ କହିଛନ୍ତି , କେହି ଫେରାର ହୋଇଯାଇଥିବା ଖବର ଆମ ପାଖରେ ନାହିଁ । ଗୁଳିମାଡ଼ ସମ୍ପର୍କରେ ସୂଚନା ପାଇବା ପରେ ଆମେ ୧୫ ମିନିଟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଚର୍ଚ୍ଚର ଉପର ମହଲାରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା । ସେଠାରେ ପହଞ୍ଚିବା ପରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ହିଁ ଆକ୍ରମଣକାରୀ ବୋଲି ଅନୁମାନ କରାଯାଉଛି, ହେଲେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ ।
ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଟିକିନିଖି ଯାଞ୍ଚ କରୁଛି ପୋଲିସ୍ । ଏହାସହ ସ୍ଥାନୀୟ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘଟଣାରେ କେତେ ଜଣଙ୍କ ସଂପୃକ୍ତି ରହିଛି, ତଥା ଉଦ୍ଦେଶ୍ୟ କ’ଣ ରହିଛି ସେ ନେଇ କିଛି ସୂଚନା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)