Advertisment

ଚୀନରେ ଭୟଙ୍କର ଭୂମିକମ୍ପ : ୧୧୧ ମୃତ, ୨୦୦ରୁ ଅଧିକ ଆହତ...

୬.୨ ତୀବ୍ରତାର ଭୂମିକମ୍ପରେ ଥରିଲା ଚୀନର ଗାଂନସୁ ପ୍ରୋଭିନ୍ସ.. ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ, ଭଗ୍ନାବଶେଷ ତଳେ ଫସିଛନ୍ତି ଶହ ଶହ ଲୋକେ.. ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା..

author-image
Prangyan Parimita
ଅଦ୍ୟତନ ହୋଇଛି
China earthquake

China earthquake

ଚୀନରେ ବଡ଼ ଧରଣର ଭୂମିକମ୍ପ । ଶତାଧିକ ମୃତ, ୨ ଶହରୁ ଅଧିକ ଆହତ। ଚୀନର ଗାଂନସୁ ପ୍ରୋଭିନ୍ସରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି। ଏଯାଏ ୧୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବଡ଼ ବଡ଼ ବିଲଡିଂ ମାଟିରେ ମିଶି ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଏହି ବଡ଼ ଧରଣର ଭୂମିକମ୍ପ ହୋଇଛି।

Advertisment

ଲୋକେ ଘରେ ଶୋଇଥିବା ବେଳେ ହଠାତ୍ ଶକ୍ତିଶାଳୀ ଭୂମିକମ୍ପ ସାରା ସହରକୁ ଦୋହଲାଇ ଦେଇଛି। ଭୂମିକମ୍ପ ପରେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଭଗ୍ନାବଶେଷ ତଳେ ଶହ ଶହ ଲୋକେ ଫସିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଛି।..

Advertisment

କିପରି ହୁଏ ଭୂମିକମ୍ପ ?

ପୃଥିବୀର ଆଭ୍ୟନ୍ତୀଣ ଅଞ୍ଚଳରେ କୌଣସି କାରଣରୁ କିଛି ପରିବର୍ତ୍ତନ ଘଟିଲେ, ଭୂପୃଷ୍ଠରେ କମ୍ପନ ଆରମ୍ଭ ହୋଇଥାଏ । ଭୂମିକମ୍ପର ମୁଖ୍ୟ କାରଣ ହେଉଛି ପୃଥିବୀ ତଳେ ଥିବା ପ୍ଲେଟଗୁଡିକ । ଏହା ଏକ ମନ୍ଥର ଗତିରେ ଘୂର୍ଣ୍ଣନ କରେ । ପ୍ରତିବର୍ଷ ଏହି ପ୍ଲେଟଗୁଡିକ ସେମାନଙ୍କ ସ୍ଥାନରୁ ୪-୫ ମିଲିମିଟର ସ୍ଥାନାନ୍ତରିତ ହୁଏ । ଏହି ସମୟ ମଧ୍ୟରେ କିଛି ପ୍ଲେଟ୍ ଅନ୍ୟ ଠାରୁ ଦୂରେଇ ଯାଏ କିମ୍ବା କିଛି ଦୂର ଖସିଯାଏ । ଆଉ ସେହି ସମୟ ମଧ୍ୟରେ ପ୍ଲେଟ ଧକ୍କା ହେତୁ ଭୂମିକମ୍ପ ଘଟିଥାଏ । ଭୂମିକମ୍ପ ପ୍ରଭାବରେ ବନ୍ୟା, ଭୂସ୍ଖଳନ ଓ ସୁନାମୀର ଅନେକ ଆଶଙ୍କା ରହିଥାଏ ।

Earthquake China
Advertisment
Advertisment