Advertisment

ମୋବାଇଲ୍ ଫୋନକୁ ପୂରିଲା ୫୦ ବର୍ଷ, ପ୍ରଥମ ମୋବାଇଲ୍‌ର ଓଜନ କେତେ ଥିଲା ଜାଣନ୍ତୁ...

ଆଜକୁ ଠିକ୍‌ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।

author-image
Sarbeswar
ଅଦ୍ୟତନ ହୋଇଛି
Mobile Phone

Mobile Phone

ମୋବାଇଲ ଫୋନ୍‌ । ଏବେ ଘରେ ଘରେ ସମସ୍ତଙ୍କ ପାଖରେ ରହିଛି । ଆଜିକାଲି ଜଣେ ଜଣେ ଦୁଇ କିମ୍ବା ତିନୋଟି ଫୋନ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ସ୍ଥିତି ଏମିତି ହେଲାଣି ଯେ ଲୋକେ ଖାଇବାକୁ ଭୁଲି ଯାଉଛନ୍ତି କିନ୍ତୁ ମୋବାଇଲ ଫୋନ୍‌ ବ୍ୟବହାରକୁ ଆଦୌ ଭୁଲୁନାହାନ୍ତି । ଦିନ ହେଉ କି ରାତି...ସବୁବେଳେ ମୋବାଇଲ ଫୋନ୍‌ରେ ବ୍ୟସ୍ତ ଲୋକେ । ତେବେ ଜାଣିଛନ୍ତି କି ଏହାରି ଭିତରେ ମୋବାଇଲ ଫୋନ୍‌ର ଉଦ୍ଭାବନକୁ ୫୦ ବର୍ଷ ପୂରିଲାଣି । ଅର୍ଥାତ୍‌ ଏପ୍ରିଲ ୩ ତାରିଖ ୧୯୭୩ ମସିହାରେ ପ୍ରଥମେ ଲଂଚ ହୋଇଥିଲା ମୋବାଇଲ ଫୋନ୍‌ ।

Advertisment

ଆଜକୁ ଠିକ୍‌ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍ ଲଞ୍ଚ କରିଥିବା କମ୍ପାନୀ ହେଉଛି ମୋଟୋରଲା ।

ତେବେ ମାର୍ଟିନ୍ କୁପର ଯେଉଁ ଫୋନ୍ ତିଆରି କରିଥିଲେ ତାର ଭର୍ସନ ଥିଲା THE DYNA TAC 8000X । ଏହି ସେଲ ଫୋନର ଲମ୍ବ ୩୩ ସେଣ୍ଟିମିଟର ହୋଇଥିବାବେଳେ ଓଜନ ଥିଲା ୧ କେଜି ଶହେ ଗ୍ରାମ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନର ମୋବାଇଲ ପରି ସେଥିରେ କୌଣସି ସ୍କ୍ରିନ ନଥିଲା। କେବଳ ଥିଲା ଫିଜିକାଲ ବଟନସ୍, ସ୍ପିକର୍, ମାଇକ୍ରୋଫୋନ୍‌ ଏବଂ ଏକ ବଡ ଆଣ୍ଟିନା । ଏହାସହ ଏଥିରେ ଥିବା ବଡ ବ୍ୟାଟେରୀକୁ ଚାର୍ଜ କରିବାକୁ ଲାଗୁଥିଲା ପ୍ରାୟ ୧୦ ଘଣ୍ଟା ସମୟ। କିନ୍ତୁ ଏହି ମୋବାଇଲ ଏତେ ଓଜନ ଥିଲା ଏବଂ ୟାର ବ୍ୟବହାର ଏତେ କଷ୍ଟ ଥିଲା ଯେ ଏହାକୁ ସହଜରେ ବ୍ୟବହାର କରାଯାଇପାରୁନଥିଲା ।

Advertisment

ତେଣୁ ପ୍ରାୟ ୧୦ ବର୍ଷ ପରେ ଅର୍ଥାତ୍‌ ୧୯୮୩ରେ ମାର୍କେଟରେ ଲଞ୍ଚ ହୋଇଥିଲା ମୋବାଇଲ୍ ଫୋନ୍। ଯାହାର ଓଜନ ୭ଶହ ଗ୍ରାମ ଏବଂ ଲମ୍ବ ୧୦ ଇଞ୍ଚ ଥିଲା। ଯାହାର ଦାମ ସେତବେଳେ ଥିଲା ୪ ହଜାର ଆମେରିକୀୟ ଡଲାର। କିନ୍ତୁ ଏହାକୁ କେବଳ ଧନୀ ଲୋକ ହିଁ ବ୍ୟବହାର କରିଥିଲେ। ତେଣୁ ସମସ୍ତେ କେମିତି ମୋବାଇଲ ଫୋନ୍‌ ବ୍ୟବହାର କରିପାରିବେ ସେନେଇ ପୁଣି ଥରେ ନୂଆ ମୋବାଇଲ ଫୋନ୍‌ ତିଆରି ହୋଇଥିଲା । ସମୟ ଅନୁସାରେ ଭିନ୍ନଭିନ୍ନ ମୋବାଇଲ ଫୋନ୍‌ ତିଆରି କରାଯାଇଥିଲା । ଏବେ ପ୍ରାୟ ସମସ୍ତଙ୍କ ଘରେ ଓ ସମସ୍ତଙ୍କ ପାଖରେ ପହଂଚି ପାରିଛି ମୋବାଇଲ ଫୋନ୍‌ ।

Advertisment
Advertisment