• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ତଥା ଆମ ସମାଜରେ ଅନେକ ମୋଟା ଲୋକ ଅଛନ୍ତି । ବିଭିନ୍ନ କାରଣ ପାଇଁ ଲୋକମାନେ ଅତ୍ୟଧିକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣର ଶିକାର ହେବା ପରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସର୍ଜରୀ କରୁଛନ୍ତି । ଆଉ ମୋଟାପଣକୁ କୃତ୍ରିମ ଉପାୟରେ ହ୍ରାସ କରୁଛନ୍ତି । ଯାହାକି ଶରୀର ପାଇଁ ବିପଜ୍ଜନକ ସାବ୍ୟସ୍ତ ହେଉଛି । ଏହାରି ଭିତରେ ଅନେକ ଲୋକ ସର୍ଜରୀ କରି ନିଜ ଜୀବନ ଖୁସିରେ ବିତାଉଥିବା ବେଳେ କିଛି ଲୋକ ମୃତ୍ୟୁ ବରଣ କରିଥିବା ନଜିର ରହିଛି ।

ଆମେ ଆଜି ଆପଣଙ୍କୁ ଠିକ୍‌ ଏମିତି କିଛି କାହାଣୀ କହିବାକୁ ଯାଉଛୁ । ଯାହା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଜଣେ ବ୍ୟକ୍ତିଙ୍କ ଓଜନ ପ୍ରାୟ ୪୪୪ କେଜି ରହିଥିଲା । ଯାହାଫଳରେ ତାଙ୍କୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ହେଉଥିଲା । ସେ ମଧ୍ୟ ସର୍ଜରୀ ଦ୍ୱାରା ନିଜର ଓଜନ ହ୍ରାସ କରିଛନ୍ତି । ସର୍ଜରୀ ପରେ ତାଙ୍କର ଓଜର ୧୨୦ କେଜି ପାଖାପାଖି ପହଞ୍ଚିଥିଲା । ହେଲେ ହଠାତ୍ ତାଙ୍କୁ ଆସିଥିଲା ହାର୍ଟ ଆଟାକ୍‌ । ଆଉ ମୁହର୍ତ୍ତକ ମଧ୍ୟରେ ଉଡ଼ିଯାଇଥିଲା ତାଙ୍କର ପ୍ରାଣବାୟୁ ।

ସେହି ବ୍ୟକ୍ତି ଜଣକ ହେଉଛନ୍ତି ଆଣ୍ଡ୍ରେସ୍‌ ମୋରୋନୋ । ମେକ୍ସିକୋର ମୂଳ ବାସିନ୍ଦା । ଲଗାତାର ଭାବେ ସେ ନିଜର ଓଜନ ହ୍ରାସ କରି ଚାଲିଥିଲେ । ହେଲେ ମାନସିକ ଭାବେ ଆଘାତ ପାଇବା ପରେ ତାଙ୍କର ହାର୍ଟଆର୍ଟକ୍ ଆସିଥିଲା । ଆଉ ସେଥିରେ ସେ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ହାର୍ଟଆଟାକ୍‌; ଆଉ ତା' ପରେ...

ଡେଲି ମେଲ୍‌ର ଖବର ଅନୁସାରେ, ୨୦୧୫ରେ ତାଙ୍କର ଓଜନ ଥିଲା ୪୪୪ କେଜି । ଯାହା ଫଳରେ ତାଙ୍କୁ ବିଶ୍ୱର ସବୁଠାରୁ ମୋଟା ମଣିଷ ବୋଲି କୁହାଯାଉଥିଲା । ସାଧାରଣତଃ ନବଜାତ ଶିଶୁର ଜନ୍ମ ବେଳେ ୨.୮ କେଜିରୁ ୩.୨ କେଜି ରହିଥାଏ । ହେଲେ ଆଣ୍ଡ୍ରେସ୍‌ଙ୍କ ଜନ୍ମ ବେଳେ ଓଜନ ଥିଲା ୫.୮ କେଜି । ମାତ୍ର ୧୦ ବର୍ଷ ବୟରେ ତାଙ୍କର ଓଜନ ୮୨ କେଜିକୁ ଛୁଇଁ ସାରିଥିଲା ।

ଏନର୍ଜୀ ଡ୍ରିଙ୍କ୍‌ ଆଡିକ୍ଟ ଏବଂ ଡାଇବେଟିକ୍‌ ଆକ୍ରାନ୍ତ ମୋରେନ୍‌ ବଡ଼ ହେବା ପରେ ପୋଲିସ ଅଫିସର ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ବିବାହ ମଧ୍ୟ କରିଥିଲେ । ଯେତେବଳେ ମୋରେନ୍‌ଙ୍କୁ ୨୦ ଛୁଇଁଲା, ସେତେବଳେ ସେ ମୋଟାପଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଲେ । ଏମିତିକି ତାଙ୍କ ପତ୍ନୀ ତାଙ୍କୁ ଛାଡ଼ି ପଳାଇଥିଲେ । ଯାହାଫଳରେ ମୋରେନ୍‌ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ । ମୃତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଝୁରି ଝୁରୀ ସେ ମାନସିକ ଚାପରେ ଥିଲେ ।

ବିଶେଷଜ୍ଞଙ୍କ କହିବା କଥା, ଯଦି ଜଣେ ବ୍ୟକ୍ତି ସଠିକ୍‌ ଡାଏଟ୍ ମେଣ୍ଟେନ୍‌ କରନ୍ତି ତେବେ ସେ ପେଟର ଚର୍ବି ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରେ ଏବଂ ସୁସ୍ଥ ଜୀବନ ଯାପନ କରିବାରେ ତାହା ସହାୟକ ହୋଇଥାଏ ।