/odishatv-khabar/media/post_attachments/uploadimage/library/16_9/16_9_0/s_1677398224.jpg)
4 people won lottery of 10 crore rupees but they dont know about it
ଭାବନ୍ତୁ, ଆପଣ ଲଟେରୀ ଜିତି କୋଟିପତି ହୋଇଯାଇଛନ୍ତି, ହେଲେ ଏସମ୍ପର୍କରେ ଆପଣ କିଛିବି ଜାଣି ନାହାନ୍ତି। କିନ୍ତୁ ଆପଣଙ୍କୁ ଖୋଜିବା ଲାଗି ଉଦ୍ୟମ ଚାଲିଛି। ତା’ହେଲେ ପରିସ୍ଥିତି କ’ଣ ହେବ। ଏମିତି ଏକ ଘଟଣା ବ୍ରିଟେନର ୪ ଜଣ ବ୍ୟକ୍ତିଙ୍କ ସହ ଘଟିଛି। ୪ ଜଣ ମିଶିକି ପ୍ରାୟ ୧୦ କୋଟି ଟଙ୍କା ଜିତିଛନ୍ତି, ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏସମ୍ପର୍କରେ ସେମାନଙ୍କୁ ଜଣାନାହିଁ।
ଫଳରେ ବିଜେତାଙ୍କୁ ଖୋଜିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଗତ ଫେବୃଆରୀ ୩ରେ ୟୁରୋମିଲିୟନ୍ସ ଲଟେରୀ ଆଧାରରେ ୧୦୦ରୁ ଅଧିକ ଲୋକ କୋଟିପତି ହୋଇଥିଲେ। ହେଲେ ଏହି ୪ ବ୍ୟକ୍ତି ସେମାନଙ୍କର ପୁରସ୍କାର ରାଶି ନେବାପାଇଁ ଆସି ନାହାନ୍ତି।
ବ୍ରିଟେନରେ ଲଟେରୀ ଖେଳୁଥିବା ଲୋକଙ୍କ ପାଖରେ ଡ୍ର’ ପରେ ପୁରସ୍କାର ରାଶି ଗ୍ରହଣ ପାଇଁ ୧୮୦ ଦିନ ପର୍ଯ୍ୟନ୍ତ ସମୟ ମିଳିଥାଏ। ହେଲେ ପ୍ରାୟ ୧୦ କୋଟି ଟଙ୍କା ଜିତିଥିବା ଏହି ୪ ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ।
ମେଟ୍ରୋ ରିପୋର୍ଟ ଅନୁସାରେ, ୩ ଜଣ ବ୍ୟକ୍ତି ଏକ ରିଟେଲ୍ ଦୋକାନରୁ ଅନ୍ଲାଇନ୍ ଲଟେରୀ ଟିକେଟ୍ କିଣିଥିଲେ। ଲଟେରୀ ଜିତିବା ପରେ ଏମାନେ ସାମ୍ନାକୁ ନଆସିବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଘଟଣା ଘଟିବାର ପ୍ରାୟ ସପ୍ତାହ ହୋଇଗଲାଣି।
ନିଜ ନିଜ ଆକାଉଣ୍ଟ ଚେକ୍ କରିବା ପାଇଁ ୟୁରୋମିଲିୟନ୍ସ ଖେଳୁଥିବା ଲୋକଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ୧୦ କୋଟି ଟଙ୍କା ଜିତିଥିବା ବିଜେତାଙ୍କ ନାଁ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୨୭ ଜଣ ବିଜେତାଙ୍କୁ ଲଟେରୀ ଟିକେଟ୍ର ପୁରସ୍କାର ରାଶି ପ୍ରଦାନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)