ବାଂଲାଦେଶରେ ଉଗ୍ରରୂପ ନେଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ, ହିଂସାକାଣ୍ଡରେ ୩୯ ମୃତ

ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି ।

Bangladesh Protest

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଏବେ ଉଗ୍ର ରୂପ ନେଇଛି । ହିଂସାକାଣ୍ଡରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀମାନେ ସରକାରଙ୍କ ଦ୍ବାରା ପରିଚାଳିତ ବିଟିଭିର ରିସେପସନ୍ ବିଲଡିଂରେ ନିଆଁ ଲଗାଇଦେଇଛନ୍ତି । ବାହାରେ ପାର୍କିଂ ହୋଇଥିବା ୧୨ରୁ ଅଧିକ ଗାଡ଼ି ମଧ୍ୟ ପୋଡ଼ି ଦେଇଛନ୍ତି ।

ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି । ପୋଲିସ, ସୁରକ୍ଷାକର୍ମୀଙ୍କ ଆକ୍ସନ ପରେ ବିକ୍ଷୋଭକାରୀଙ୍କ ରିଆକ୍ସନ ବି ବଢିଛି । ଏପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଅଣାୟତ ହେଉଛି ବାଂଲାଦେଶ! ସବୁଠି ଆନ୍ଦୋଳନ, ରାସ୍ତା ଉପରେ ଜନସାଧାରଣ...

ସେପଟେ ସ୍ଥିତି ଅଣାୟତ୍ତ ହେବା ପରେ ସାରା ଦେଶରେ ସ୍କୁଲ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି ।