• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମରକ୍କୋରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଏଥିରେ ବହୁ ପରିମାଣରେ ଧନଜୀବନ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଭୂମିକମ୍ପରେ ୮୨୦ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।

ମରକ୍କୋର ସ୍ଥାନୀୟ ସମୟ ରାତି ପ୍ରାୟ ୧୧ଟା ବେଳେ ଭୂମିକମ୍ପ ହୋଇଛି । ମରକ୍କୋର ରାଜଧାନୀ ରାବତ ଠାରୁ ୩୫୦କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଭୂମିକମ୍ପରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ ।

ଭୂମିକମ୍ପ ପରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । ଟେଲିଫୋନ୍‌ ଲାଇନ୍ କଟି ଯାଇଛି । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମରକ୍କୋକୁ ଲାଗି ରହିଥିବା ଆଲଜେରିଆରେ ବି ଭୂମିକମ୍ପ ଅନୁଭୂତ ହୋଇଛି।

ମରକ୍କୋ ଭୂମିକମ୍ପକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କଠିନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ।