• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ହେଲା କାଳ । ପ୍ରଥମେ ହେଲା ବାନ୍ତି, ତା’ପରେ ସମସ୍ତେ ବେହୋସ୍‌ । ଘରେ ହେଉ କିମ୍ବା ହଷ୍ଟେଲରେ ହେଉ, ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳି ନିଜର ମନୋରଞ୍ଜନ କରନ୍ତି । ହେଲେ ବେଳେବେଳେ ଏହି ପିଲାମାନେ ଖେଳିବା ସମୟରେ କିଛି କରନ୍ତି, ଯାହାର ଫଳାଫଳ ବିପଦଜନକ ହୋଇପାରେ । ଅନେକ ହୁଏତ ଭୂତ ଉପରେ ବିଶ୍ୱାସ କରନ୍ତି ନାହିଁ, ହେଲେ ଏପରି କିଛି ପଦ୍ଧତି ରହିଛି, ଯାହାଦ୍ୱାରା ଭୂତଙ୍କ ସହିତ ଯୋଗାଯୋଗ କରାଯାଇପାରିବ ବୋଲି କୁହାଯାଏ । ଏହିପରି ଗୋଟିଏ ଖେଳ ହେଉଛି ଓଇଜା ବୋର୍ଡ (Ouija Board)। ଲୋକମାନେ ଏହି ଖେଳ ସାହାଯ୍ୟରେ ଭୂତଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି । ଏଥିରେ ଆତ୍ମାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ବୋର୍ଡ ଜରିଆରେ ମିଳିଯାଏ । ହେଲେ ନିକଟରେ କଲମ୍ବିଆରେ ଏପରି କିଛି ଘଟଣା ଘଟିଛି ଯାହା ଶୁଣି ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି ।

ଏକ ବିଦ୍ୟାଳୟର ୨୮ ଜଣ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ସମସ୍ତ ଛାତ୍ରୀ ସ୍କୁଲ ପଡ଼ିଆରେ ଭୂତଙ୍କ ସହ ଯୋଗାଯୋଗ କରିବା ପାଇଁ ଓଇଜା ବୋର୍ଡ ଖେଳ ଖେଳୁଥିଲେ । ହଠାତ୍ ସମସ୍ତ ଛାତ୍ରୀ ବେହୋସ୍‌ ହେବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ ଅନେକ ବାନ୍ତି କରିବା ସହ ଅନେକଙ୍କ ପାଖରେ ବିଚଳିତ ହେବା ପରି ଲକ୍ଷଣ ଦେଖିବା ପାଇଁ ମିଳିଥିଲା । ଏହି ଘଟଣା ପରେ ବିଦ୍ୟାଳୟର ଡାଇରେକ୍‌ଟର ଏବଂ ଶିକ୍ଷକମାନେ ତୁରନ୍ତ ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନା ନେଇଥିଲେ ।

ଏକ ସଙ୍ଗେ ୨୮ ପିଲା ଡାକ୍ତରଖାନାରେ ଆଡମିଟ୍‌

କଲମ୍ବିଆର ଗାଲେରାସ୍ ଶିକ୍ଷାନୁଷ୍ଠାନ(Galeras Educational Institution) )ରେ ପଢ଼ୁଥିବା ୨୮ ଜଣ ଛାତ୍ରୀଙ୍କୁ ବର୍ତ୍ତମାନ ଏକ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଛି । ଶିକ୍ଷାନୁଷ୍ଠାନର ମୁଖ୍ୟ ହୁଗୋ ଟୋରେସ୍ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭିଡିଓରେ ହୁଗୋ କହିଛନ୍ତି, ସମସ୍ତ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଭୂତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ଏପରି ଅଘଟଣ ଘଟିଥିବା କହିଛନ୍ତି ଛାତ୍ରୀଙ୍କ ବାପାମା’ । ଆଉ ଖେଳ ଖେଳୁ ଖେଳୁ ହିଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ।

ତେବେ ଏହି ଘଟଣାକୁ ଗମ୍ଭୀରତା ସହ ନେଇ କୌଣସି ପ୍ରକାର ଭ୍ରମ ସୃଷ୍ଟି ନକରିବା ପାଇଁ ହୁଗୋ କହିଛନ୍ତି । ଏହା ଭୂତର କାମ ହେଉ କି ନହେଉ, ‌ଏସମ୍ପର୍କରେ ତୁରନ୍ତ ଛାନଭିନ୍ ଆରମ୍ଭ ହୋଇଛି । ଛାତ୍ରୀଙ୍କ ଖାଦ୍ୟପାନୀୟରେ କୌଣସି ଅସୁବିଧା ଥିଲା କି ନାଇଁ ସେନେଇ ମଧ୍ୟ ଯାଞ୍ଚ ହେଉଛି ।

(ବି.ଦ୍ର : ଭୂତକୁ ଓଟିଭି ବିଶ୍ୱାସ କରେନାହିଁ । କେବଳ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି ।)