Advertisment

Bangladesh Jet Crashes: ୧୯୮୪ ପରେ ବାଂଲାଦେଶରେ ସବୁଠୁ ବଡ ଦୁର୍ଘଟଣା: ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ

ଢାକା ସ୍କୁଲରେ ଜେଟ୍ ବିମାନ F-7 BJI ଦୁର୍ଘଟଣାଗ୍ରସ୍ତ ହେବା ପରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୧ ଜଣ ଆହତ ହୋଇଛନ୍ତି। ବାଂଲାଦେଶ ସରକାର ଜୁଲାଇ ୨୨କୁ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି।

Jet crashes

Jet crashes

Advertisment

ବାଂଲାଦେଶ ବାୟୁସେନାର ଏକ ଲଢୁଆ ବିମାନ F-7 BJI ତାଲିମ ଜେଟ୍ ସୋମବାର ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜ୍ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୧ ଜଣ ଆହତ ହୋଇଛନ୍ତି। କେତେକ ଲୋକଙ୍କ ଶରୀର ସମ୍ପୂର୍ଣ୍ଣ ପୋଡି ଯାଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।

Advertisment

ସେନା ସୂତ୍ରରୁ ଜଣାପଡ଼ିଛି ଯେ, ଜେଟ୍‌ଟି ଗତ କାଲି ଅପରାହ୍ନ ୧ଟା ୦୬ ମିନିଟ୍‌ରେ କୁର୍ମିତୋଲାରେ ଥିବା ଏ.କେ. କାନ୍ଦାକର ବାୟୁସେନା ଘାଟିରୁ ଏକ ନିୟମିତ ତାଲିମ ପାଇଁ ଉଡାଣ ଭରିଥିଲା। କିନ୍ତୁ ଉଡ଼ାଣ ପରେ ତୁରନ୍ତ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ପାଇଲଟ୍ ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ ତୌକିର ଇସଲାମ ଜେଟ୍‌କୁ ଜନବହୁଳ ଅଞ୍ଚଳରୁ ଦୂରେଇ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ସ୍କୁଲରେ ଖସି ପଡ଼ି ବିସ୍ଫୋରଣ ହୋଇଥିଲା। ପାଇଲଟ୍‌ଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ଆହତମାନଙ୍କୁ ଢାକାର ନିକଟସ୍ଥ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଅନେକଙ୍କର ଅବସ୍ଥା ଗୁରୁତର ରହିଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଅଧିକାଂଶ ଆହତଙ୍କୁ ଚିକିତ୍ସା କରାଯାଉଛି।

Advertisment

ଦୁର୍ଘଟଣାର ତଦନ୍ତ ପାଇଁ ବାୟୁସେନାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା। ବାଂଲାଦେଶ ସରକାର ଜୁଲାଇ ୨୨ ଦିନକୁ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ଆଜି ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଘଟଣା ପରେ ଜରୁରୀକାଳୀନ ପରିସ୍ଥିତିରେ ଜାତୀୟ ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପ୍ରତିଷ୍ଠାନରେ ଏକ ଜରୁରୀକାଳୀନ ହଟଲାଇନ୍ (01949043697) ଆରମ୍ଭ କରାଯାଇଛି।

ବାଂଲାଦେଶର ଅନ୍ତରୀଣ ନେତା ମହମ୍ମଦ ୟୁନୁସ ଏହି ଘଟଣାକୁ "ହୃଦୟ ବିଦାରକ" ବୋଲି ବର୍ଣ୍ଣନା କରିଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ସ୍ଥାନୀୟ ଆୱାମୀ ଲିଗ୍ ନେତା, ସଂଗଠନର ସଦସ୍ୟଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରି ବାଂଲାଦେଶକୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣା ଢାକାରେ ସବୁଠାରୁ ଦ୍ବିତୀୟ ବଡ ବିମାନ ଦୁର୍ଘଟଣା ଭାବେ ବିବେଚନା କରାଯାଉଛି। ୧୯୮୪ ମସିହାରେ ଛତୋଗ୍ରାମଠାରୁ ଢାକା ଅଭିମୁଖେ ଉଡାଣ ଭରିଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅଧିକ ପଢ଼ନ୍ତୁ: ସ୍କୁଲ ଉପରେ ଖସିଲା ବିମାନ, ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଲା, କ୍ୟାମ୍ପସରେ ଥିଲେ ଅନେକ ପିଲା

Bangladesh Air Force Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ