Advertisment

ପ୍ରଥମ ଦେଖାରେ ମରାମରି, ତା’ ପରେ ମଟନ ଝୋଳ ଦେଇ କଲେ ମନ ଚୋରି

ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
Unique Love Story

a unique love story

Advertisment

ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆ ରେ ଭାଇରାଲ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ପ୍ରେମୀ ଯୁଗଳଙ୍କ ମଧ୍ୟରେ ୩୩ ବର୍ଷର ବ୍ୟବଧାନ ରହିଛି। ତଥାପି ବୟସ ଏମାନଙ୍କ ପ୍ରେମରେ ପ୍ରତିବନ୍ଧକ ସୃଷ୍ଟି କରିପାରିନି। ପୁରା କାହାଣୀ ଶୁଣିଲେ ଲାଗିବ ସତେ ଯେମିତି ପ୍ରେମିକାଙ୍କ ହୃଦୟର ରାସ୍ତା ପେଟ ଦେଇ ଯାଇଛି ଆଉ ଏହି ରାସ୍ତାଟିକୁ ଠିକ ଚିହ୍ନି ନେଇଛନ୍ତି ପ୍ରେମିକ ପ୍ରବର। ଶେଷରେ ପେଟକୁ ଖୁସି କରି ପ୍ରେମିକାର ହୃଦୟରେ ଘର କରିନେଲେ।

Advertisment

ଅଧିକ ପଢ଼ନ୍ତୁ: ପ୍ରେମ ପାଇଁ ଛାଡିଲେ ବିଳାସପୂର୍ଣ୍ଣ ଜୀବନ: ୬୦ ବର୍ଷରେ ଆଦିବାସୀ ଯୁବକଙ୍କୁ ବାହା ହେଲେ ମହିଳା

ଘଟଣାଟି ପାକିସ୍ତାନର। ପାକିସ୍ତାନର ୨୨ ବର୍ଷର ଆଲିଆ ଏବେ ୫୫ ବର୍ଷ ବୟସ୍କ ରଫିକଙ୍କର ପତ୍ନୀ। ଦମ୍ପତିଙ୍କ କହିବା ଅନୁଯାୟୀ ସେମାନଙ୍କର ପ୍ରଥମ ଦେଖା ଏକ ରିକ୍ସାରେ ହୋଇଥିଲା। ସେତେବେଳେ କେହି କାହାରିକୁ ଜାଣି ନ ଥିଲେ। କିନ୍ତୁ ସେଇ ପ୍ରଥମ ଦେଖାରେ ରଫିକ ଆଲିଆଙ୍କୁ ମନ ଦେଇ ସାରିଥିଲେ।

Advertisment

ତେବେ ପ୍ରଥମ ଦେଖା ଖୁବ ନୈରାଶ୍ୟଜନକ ଥିଲା। ସେଦିନ ରିକ୍ସା ଉପରେ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଗଲା। ଏପରିକି ଝଗଡା ଏତେ ବଢି ଯାଇଥିଲା ଯେ, ଆଲିଆ ରଫିକଙ୍କୁ ଦୁଇ ଜାବୁଡା ବି ପକାଇଥିଲେ। ରଫିକ କିନ୍ତୁ ଛାଡ଼ି ନ ଥିଲେ। ସେ ଆଲିଆଙ୍କ ସହ ତାଙ୍କ ପଛେ ପଛେ ଚାଲିଲେ। ତାଙ୍କ ଘର ଦେଖିବା ପରେ କିଛି ଦିନ ତାଙ୍କ ଘର ପାଖାପାଖି ଇଲାକାରେ ବୁଲିଲେ। ହେଲେ କିଛି ଲାଭ ହେଲାନି।

ଶେଷରେ ଦିନେ ଆଲିଆଙ୍କୁ ଭେଟି ରଫିକ ଚାକିରି ମାଗିଥିଲେ। ସେ କହିଥିଲେ ମୁଁ ଭଲ ରୋଷେଇ କରିପାରେ। ଅନ୍ୟ ସବୁ କାମ ବି ଆସେ। ତେଣୁ ଆଲିଆ ତାଙ୍କୁ ଘରେ କାମ ଦେଇଥିଲେ। ଦିନେ ଆଲିଆଙ୍କ ଘରେ ରଫିକ ଏକ ସ୍ପେଶାଲ ମଟନ ହାଣ୍ଡି ତିଆରି କଲେ। ମଟନ ଝୋଳ ଆଲିଆଙ୍କୁ ଏତେ ଭଲ ଲାଗିଲା ଯେ, ତାଙ୍କୁ ଭଲ ପାଇବାକୁ ଲାଗିଲେ। ଏପରିକି ପ୍ରେମ ହୋଇଗଲା। ତା ପରେ ଦୁହେଁ ବିବାହ କଲେ। ଏବେ ରଫିକ୍‌ ଘର କଥା ବୁଝନ୍ତି ଆଉ ଆଲିଆ କରନ୍ତି ଅନଲାଇନ ବିଜିନେସ୍‌।

Advertisment
Unique Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ