/odishatv-khabar/media/post_attachments/uploadimage/library/16_9/16_9_0/____1682390059.jpg)
12 cops killed in bomb blast at police station in Pakistan
ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନ ସ୍ଥିତ ଆତଙ୍କୀ ନିରୋଧ ବିଭାଗ ପୋଲିସ୍ ଷ୍ଟେସନରେ ଏହି ବୋମା ବିସ୍ଫୋରଣ ହୋଇଛି। ପୋଲିସ୍ ଷ୍ଟେସନ ଭିତରେ ଦୁଇ ଦୁଇଟି ବଡ଼ ବିସ୍ଫୋରଣ ହେବା ଯୋଗୁ ପୁରା ବିଲ୍ଡିଂ ଧ୍ୱଂସ ହୋଇଯାଇଛି।
Advertisment
ଘଟଣା ପରେ ସୁରକ୍ଷା ଅଧିକାରୀ ହାଇ ଆଲର୍ଟରେ ଅଛନ୍ତି। ଏହା ଆତ୍ମଘାତୀ ବିସ୍ଫୋରଣ ହୋଇନଥିବା ବେଳେ ଯେଉଁ ସ୍ଥାନରେ ଗୁଳି ଓ ମୋର୍ଟାର ଶେଲ୍ ରଖାଯାଇଥିଲା ସେହି ସ୍ଥାନରେ ବିସ୍ଫୋରଣ ଘଟିଛି।
ତେବେ ପୋଲିସ୍ ଷ୍ଟେସନରେ କୌଣସି ଆକ୍ରମଣ କିମ୍ବା ଫାୟାରିଂ ହୋଇନଥିବା ପୋଲିସ୍ ସୂଚନା ଦେଇଛି। ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଅଛି ନା ଆଉ କିଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ତଦନ୍ତ ଚାଲିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)