• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ସପ୍ତାହକୁ ୬ ଦିନ ନୁହେଁ ୪ ଦିନ କାମ । ଏନେଇ ବଡ଼ ବଡ଼ କମ୍ପାନୀ ମାନେ ରାଜି ହୋଇଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ କଥା । ଏହି ଖବର ଶୁଣିବା ପରେ ବଡ଼ ବଡ଼ କମ୍ପାନୀରେ କାମ କରୁଥିବା ଲୋକ ନିହାତି ଭାବେ ଖୁସି ଅନୁଭବ କରିବେ । ଏନେଇ ଅନେକ କର୍ମଚାରୀ କହିଛନ୍ତି ଏହାଦ୍ୱାରା ମାନସିକ ସ୍ଥିତି ଭଲ ରହିବ । କାମ ଭଲରେ ହେବ । ଖାଲି ସେତିକି ନୁହେଁ ଏହା ଅର୍ଥ ବ୍ୟବସ୍ଥାକୁ ମଧ୍ୟ ବାଲାନ୍ସ କରିବ ।

ତେବେ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ର ପ୍ରାୟ ୧୦୦ରୁ ଅଧିକ କମ୍ପାନୀ ଏବେ ଏହି ଫର୍ମୁଲା ଆପଣାଇବା ପାଇଁ ରାଜି ହୋଇଛନ୍ତି । ସେମାନେ ସପ୍ତାହରେ ୪ ଦିନ କାର୍ଯ୍ୟଦିବସକୁ ଖୁସିରେ ଗ୍ରହଣ କରିଛନ୍ତି । ଏକ ରାଜିନାମାରେ ୧୦୦ଟି କମ୍ପାନୀ ଦସ୍ତଖତ କରି ନିଜ ସହମତି ମଧ୍ୟ ଜଣାଇସାରିଛନ୍ତି । ଖାଲି ସେତିକି ନୁହେଁ ଏହି ଶହେ କମ୍ପାନୀ ମଧ୍ୟରେ ୟୁକେର ଦୁଇଟି ସବୁଠୁ ବଡ଼ କମ୍ପାନୀ ମଧ୍ୟ ସାମିଲ ଅଛନ୍ତି ।

ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ରହିଲେ, ଏହା ଏକ ବିରାଟ ପରିବର୍ତ୍ତନ ଆଣିବ ବୋଲି ସେମାନେ ଆଶା ରଖିଛନ୍ତି । ଏହାଦ୍ୱାରା କର୍ମଚାରୀମାନେ କମ୍ପାନୀ ସହ ଯୋଡ଼ି ହୋଇ ରହିବେ ଏବଂ କାମରେ ମଧ୍ୟ ଶତପ୍ରତିଶତ ମନ ଦେବେ ବୋଲି କୁହାଯାଉଛି । ଏଟିଏମ୍‌ ବ୍ୟାଙ୍କ ଭଳି ସଂସ୍ଥା ଏହି ଶହେ କମ୍ପାନୀରେ ସାମିଲ ଅଛନ୍ତି ଯେଉଁମାନଙ୍କର ଅତିକମ୍‌ରେ ୪୫୦ରୁ ଅଧିକ କର୍ମଚାରୀ ରହିଛନ୍ତି ।

ତେବେ ଏହି ନୂଆ ଫର୍ମାଟ୍‌କୁ କମ୍ପାନୀମାନେ ଏତେ ସହଜରେ ଗ୍ରହଣ କରିନଥିଲେ । ଏଥିପାଇଁ ଏକ ବିଶେଷଜ୍ଞ ଟିମ୍‌ ଦ୍ୱାରା ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ, ୪ ଦିନ କାମ କରାଯିବା ଫଳରେ କମ୍ପାନୀର ଉତ୍ପାଦ ଖୁବ୍‌ ଉତ୍ତମ ଧରଣର ରହିଥିଲା । ଏମିତିକି ଉତ୍ପାଦ ପରିମାଣ ମଧ୍ୟ ସମାନ କିମ୍ବା ଅଧିକ ରହିଥିଲା । ତେବେ କୁହାଯାଉଛିଯେ, ୬ ଦିନ ବଦଳରେ ଯଦି ୪ ଦିନ କାମ କରି ଭଲ ଫଳ ମିଳିପାରୁଛି ତେବେ କର୍ମଚାରୀଙ୍କୁ ୪ ଦିନ ହିଁ କାମ କରିବାକୁ ଦିଆଯିବା ଉଚିତ୍ ।