/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684645551.jpg)
Mexico Gun Shooting
କାର୍ ରେସିଂ ପାଇଁ ମୈଦାନ ପ୍ରସ୍ତୁତ ଥିଲା . . .ସମସ୍ତଙ୍କ ମନରେ ବେଶ୍ ଉତ୍ସାହ, ଟ୍ରଫି ହାତେଇବା ପାଇଁ ସବୁ ମନକୁ ଟାଣ କରିନେଇ ଥାଆନ୍ତି. . ହେଲେ ଏତିକି ବେଳେ ସେଠାକୁ ପହଞ୍ଚି ଆସିଲେ ମୃତ୍ୟୁର ଦୂତ । କେହି କିଛି ବୁଝିବା ଆଗରୁ ହେଲା ଆଖିବୁଜା ଗୁଳିମାଡ଼ । ଉତ୍ତର ମେକ୍ସିକୋରେ ଏକ କାର୍ ରେସିଂ ସୋରେ ଭୀଷଣ ଗୁଳିକାଣ୍ଡ ଘଟିଛି । ଏହି ଅଘଟଣରେ ୧୦ ଜଣ କାର୍ ରେସରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।
ମେକ୍ସିକୋର ଇନ୍ସେନାଡ଼ା ସହରର ସେନ ଭିସେଣ୍ଟ ଅଞ୍ଚଳରେ ଶନିବାର ଅପରାହ୍ଣ ପ୍ରାୟ ୨.୧୮ ମିନିଟ୍ ସମୟରେ ଗୁଳିକାଣ୍ଡ ଘଟିଛି । କାର୍ ରେସିଂରେ ଭାଗ ନେବାକୁ ଆସିଥିବା ରେସରମାନେ ନିଜ ନିଜ କାର୍ରେ ବସିଥିବା ସମୟରେ ଏକ ଏସ୍ୟୁଭି ଗାଡ଼ିରୁ ବ୍ୟକ୍ତି ଡେଇଁ ପଡ଼ିଥିଲେ କିଛି ସଶସ୍ତ୍ର ବ୍ୟକ୍ତି । ଆଉ ତା’ପରେ କେହି କିଛି ବୁଝିବା ପୂର୍ବରୁ କାର୍ ଉପରକୁ ହେଲା ଗୁଳିମାଡ଼ ।
ଶନିବାର ପୂର୍ବାହ୍ନରେ ଏହି ‘ଦ୍ରୁତ କାର୍ ଚଳାନା ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପୋଲିସ ସୂଚନା ଅନୁସାରେ , ଏକ ଧୂସର ଭ୍ୟାନରୁ ବାହାରି କିଛି ବନ୍ଧୁକଧାରୀ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୧୦ ଜଣ ଘଟଣାସ୍ଥଳରେ ଟଳିପଡ଼ିଥିବା ବେଳେ ଅନେକ ଗୁରୁତର ଅଛନ୍ତି । ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ, ରେଡକ୍ରସ୍ ଟିମ୍, ଦମକଳ ବାହିନୀ ଓ ରେଡକ୍ରସ୍ ଟିମ୍ ।
ବର୍ତ୍ତମାନ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି । ମୃତଦେହ ଗୁଡ଼ିକ ତଳେ ପଡ଼ିଥିବା ବେଳେ ପୋଲିସ ଟିମ୍ ଚାରିଆଡ଼େ ବୁଲି ତଦନ୍ତ କରୁଥିବା ଭିଡିଓରେ ଦେଖାଯାଉଛି ।
ଏହି ଘଟଣାରେ ମୃତ ଏବଂ ଗୁରୁତର ଆହତ ଲୋକଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)