Advertisment

ଚାଇନାରେ ଭୟଙ୍କର ଅଗ୍ନିକାଣ୍ତ; ୧୦ମୃତ, ୯ ଆହତ

ଗୁରୁବାର ରାତିରେ ଆଞ୍ଚଳିକ ରାଜଧାନୀ ଉରୁମ୍‌କିରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଅଦ୍ୟତନ ହୋଇଛି
Fire Breaks Out In China

Fire

Advertisment

ଉତ୍ତର ପଶ୍ଚିମ ଚୀନର ଜିନଜାଙ୍ଗରେ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଗୁରୁବାର ରାତିରେ ଆଞ୍ଚଳିକ ରାଜଧାନୀ ଉରୁମ୍‌କିରେ ଏହି ଅଗ୍ନିକାଣ୍ଡ ଘଟିଛି । ଯେଉଁଠି ରାତିରେ ତାପମାତ୍ରା ବହୁତ କମ୍‌ ଥିଲା । ତେଣୁ ନିଆଁ ଲିଭାଇବାକୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା।

Advertisment

ଆହତଙ୍କ ଅବସ୍ଥାରେ ସୁଧାର ଆସିଥିବାର ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି । ନିଆଁ କଣ ପାଇଁ ଲାଗିଲା, ସେନେଇ ତଦନ୍ତ ଆରମ୍ଭ ହୋଇସାରିଛି । ତେବେ କିଛିଦିନ ତଳେ ସେଣ୍ଟ୍ରାଲ ଚାଇନାରେ ଏକ ଇଣ୍ଟଷ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା । ଯେଉଁଥିରେ ୩୮ ଜଣ ପ୍ରାଣ ହରାଇଥିଲେ ।

ଅଧିକ ପଢ଼ନ୍ତୁ: ଚାଇନାରେ ପୁଣି ନୂଆ ଭାଇରସ୍; ବ୍ୟାପିବ କି ବିଶ୍ୱକୁ!

ଅନୟାଙ୍ଗ ସହରରେ ଅଗ୍ନିକାଣ୍ଡ ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି ଏବଂ ସ୍ଥାନୀୟ ଅଧିକାରୀମାନେ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଇନାରେ ଏମିତି ଅନେକ ଅଗ୍ନିକାଣ୍ତ ସାମ୍ନାକୁ ଆସିଲାଣି, ଯାହା ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଛି । ଏହାଦ୍ୱାରା ଅନେକ ଲୋକେ ପ୍ରବାବିତ ହୋଇଛନ୍ତି ।

Advertisment

ପୁଣି ଥରେ ଚାଇନାରେ କରୋନା ମହାମାରୀର ଆତଙ୍କ ଖେଳିଯାଇଛି । କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍‌ରେ ଲକ୍‌ଡାଉନ୍ କଟକଣା ଲାଗିଛି। ଗୁନଜାଓ ସହରରେ ଗତ ସୋମବାରରେ ୯ ହଜାର ୮୫ କରୋନା କେସ୍ ବାହାରିଥିବା ବେଳେ ପୁରା ଚୀନରେ ୨୭ ହଜାର ୯୫ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପରେ ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ବନ୍ଦ କରାଯିବା ସହ ଘରୁ ବାହାରିଲେ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ