• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୦ ବର୍ଷରୁ ଅଧିକ ସମୟ ହେବ ହନିମୁନ ଟ୍ରିପ୍‌ । ଆଗକୁ ବି ଏମିତି ଚାଲିବ ! ହନିମୁନ୍ ପାଇଁ କେତେ ଦିନ ଆବଶ୍ୟକ ? ସାଧାରଣତଃ ଲୋକେ କେତେ ଦିନ ପାଇଁ ହନିମୁନ୍‌ରେ ଯଆନ୍ତି ? ଏହାର ଉତ୍ତର ନିହାତି ଭାବେ ଲୋକଙ୍କର ଭିନ୍ନ ରହିବ । ଅଲଗା ଅଲଗା ମଣିଷଙ୍କଠାରୁ ଭିନ୍ନ ଉତ୍ତର ଆସିବ । ତାହା ଲୋକଙ୍କ ଉପରେ ନିର୍ଭର କରେ । ତେବେ କିଏ କହିବ ହନିମୁନ୍‌ ଟ୍ରିପ୍‌ "କିଛି ଦିନ ପାଇଁ" କିଏ କହିବ "କିଛି ସପ୍ତାହ ପାଇଁ" ଆଉ କିଏ କହିବ "ଏକ ମାସ ପାଇଁ" । ହେଲେ ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍‌ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।

ବିବାହ ପରଠୁ ଏହି ଦମ୍ପତି ହନିମୁନ୍‌ ଟ୍ରିପ୍‌ରେ ରହିଛନ୍ତି । ପ୍ରାୟ ସାଢ଼େ ୧୦ ବର୍ଷରୁ ଅଧିକ ସମୟ ହେଲାଣି ଉଭୟ ହନିମୁନ୍‌ ଟ୍ରିପ୍‌ରେ ଅଛନ୍ତି । ଏବେ ସୁଦ୍ଧା ସେମାନେ ୬୪ ଦେଶ ବୁଲିସାରିଲେଣି । ଏହାସହ ବିଭିନ୍ନ ଦେଶର ପରମ୍ପରା ସହ ସେ ବେଶ୍‌ ଖାପ ଖୁଆଇ ଚଳିବା ଶିଖି ସାରିଛନ୍ତି । ତାଙ୍କର ଏହି ଟ୍ରିପ୍‌ ଅତ୍ୟନ୍ତ ଶସ୍ତା ବା ବଜେଟ୍‌ ଫ୍ରେଣ୍ଡଲି ରହିଛି । ଦିନକୁ ମାତ୍ର ୨୭୦୦ ଟଙ୍କା ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି । ଉତ୍ତର ଏବଂ ଦକ୍ଷିଣ ଆମେରିକାରୁ ତାଙ୍କର ଏହି ହନିମୁନ ଯାତ୍ରା ଆରମ୍ଭ ହୋଇଥିଲା ।

୬୪ ଦେଶ ବୁଲିସାରିବା ପରେ ଏବେ ସେ ୬୫ ତମ ଦେଶ ଭାରତରେ ପହଞ୍ଚିଛନ୍ତି । ସେ କେରଳରୁ ଭାରତ ଭ୍ରମଣ ଆରମ୍ଭ କରିଛନ୍ତି । ତାଙ୍କ କହିବାନୁଯାୟୀ କେରଳ ହିଁ ଭାରତର ପ୍ରବେଶ ପଥ । ଏହିଠାରୁ ହିଁ ସମସ୍ତେ ଯାତ୍ରା ଆରମ୍ଭ କରିବା ଉଚିତ । କାରଣ ଏହି ସ୍ଥାନର ଏକ ସୁନ୍ଦର ପରମ୍ପରା ରହିଛି । ଏହା ଭାରତର ମୁଖଦ୍ୱାର କହିଲେ ଭୁଲ ହେବନି ।

୪୫ ବର୍ଷିୟ ମାଇକ୍‌, ନ୍ୟୁ ଜର୍ସିର ହୋବୋକେନ୍‌ରେ ୪୦ ବର୍ଷିୟ ଏନୀଙ୍କ ସହ ଦୁଇ–ଦୁଇ ଭଲି ବଲ୍‌ ଖେଳ ବେଳେ ଭେଟ ହୋଇଥିଲେ । ଦମ୍ପତ୍ତି ଭାବେ ଏହା ସେମାନଙ୍କର ପ୍ରଥମ ଭାରତ ଗସ୍ତ । ପୂର୍ବରୁ ସେମାନେ ବ୍ୟକ୍ତିଗତ ଭାବେ ଭାରତ ଆସିଛନ୍ତି । କେରଳର ବିଭିନ୍ନ ପ୍ରକାର ପରିବା ତରକାରୀ ତାଙ୍କୁ ବେଶ ପ୍ରଭାବିତ କରିଛି ।