ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ରୁଷିଆକୁ ଆର୍ଥିକ ସ୍ତରରେ ଏକଘରିରିକିଆ କରି ଯୁଦ୍ଧ ବନ୍ଦ କରିବାର ସବୁ ପ୍ରକାର ଉଦ୍ୟମ କରୁଛି ଆମେରିକା । ଏଥିପାଇଁ ମସ୍କୋ ସହିତ କୌଣସି ବାଣିଜ୍ୟ କାରବାର ନ କରିବାକୁ ବିଶେଷ କରି ତେଲ ନ କିଣିବାକୁ ବିଶ୍ୱର ପ୍ରାୟ ସବୁ ଦେଶ ଉପରେ ଆମେରିକା ଚାପ ପକାଉଛି ।
Superb from EAM!👏🏼👏🏼
“If you're looking at India’s energy purchases from Russia, I'd suggest your attention should be on Europe— our purchases for the month would be less than what Europe purchases in an afternoon” pic.twitter.com/nUuWWWIdps— Priyanka Chaturvedi🇮🇳 (@priyankac19) April 12, 2022Also Read
ସେହିପରି ଭାରତ ଉପରେ ମଧ୍ୟ ସେମିତି ଚାପ ଦେଇ ରୁଷିଆଠାରୁ ତେଲ ନ କିଣିବାକୁ ବାଇଡେନ ସରକାର ଖୋଲାଖୋଲି ଭାବେ କହୁଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅତ୍ୟନ୍ତ ଭଦ୍ର, ନମ୍ର ଓ ସରଳ ଭାବେ ଏହାର ଜବାବ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ‘ଭାରତ ମାସେ ଭିତରେ ଯେତିକି ତେଲ କିଣୁଛି, ଆମେରିକାର ଘନିଷ୍ଠ ସହଯୋଗୀ ୟୁରୋପ ଦିନକର ଗୋଟିଏ ବେଳାରେ ସେତିକି ତେଲ କିଣୁଛି । ଆମେ ରୁଷିଆରୁ ଯେତିକି ତେଲ କିଣୁଛୁ, ତାହା ଆମର ଶକ୍ତି ସୁରକ୍ଷା ପାଇଁ ଜରୁରୀ । ’ ଓ୍ୱାଶିଂଟନରେ ସାମ୍ବାଦିକ ସମ୍ମିଳନି ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର ଏହା କହିଛନ୍ତି ।
ଅନ୍ୟପକ୍ଷେ, ଗତକାଲି ମୋଦି ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ୍ ଫ୍ଲାଟଫର୍ମରେ ୟୁକ୍ରେନ ସମସ୍ୟା ନେଇ ଆଲୋଚନା ହୋଇଥିଲା ଏହା ପରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ୍ ଟୁ ଆଲୋଚନା ହୋଇଥିଲା ।ଏଥିରେ ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଥିଲେ । ତା ପର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ରୁଷଠୁ କିଏ କେତେ ତେଲ କିଣୁଛି, ଜୟଶଙ୍କର ତାହାର ପ୍ରକୃତ ଚିତ୍ର ସମସ୍ତଙ୍କ ସାମ୍ନାରେ ରଖିଥିଲେ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆମେରିକାର ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଓ ବୈଦେଶିକ ସଚିବ ଆଣ୍ଟୋନି ବିଲକେନ୍ ମଧ୍ୟ ଉପସ୍ଥିତ ଥିଲେ ।