Advertisment

ଭୟଙ୍କର..ବୀଭତ୍ସ !! ମା’ ପେଟରୁ ଛୁଆକୁ କାଢ଼ି ଛୁରି ଭୁଶିଲେ ହମାସ ଆତଙ୍କୀ

ହମାସ ଆତଙ୍କୀଙ୍କ ବର୍ବରତା, ଗର୍ଭବତୀ ମହିଳାଙ୍କ ପେଟ ଚିରି ଛୁଆକୁ ମାରିଲେ ଛୁରି....ମା’ ପେଟରେ ଥିବା ଶିଶୁର ଭୁଲ କ’ଣ ଥିଲା .. କାହିଁକି ତାକୁ ଗର୍ଭାବସ୍ଥାରେ ମାରି ଦିଆଗଲା .. ସତରେ ଏତେ ଜଘନ୍ୟ କାଣ୍ଡ ଘଟାଇ ପାରନ୍ତି ଆତଙ୍କୀ...

author-image
Prangyan Parimita
ଅଦ୍ୟତନ ହୋଇଛି
Israel-Hamas war

Israel-Hamas war

ଭୟଙ୍କର...ବୀଭତ୍ସ...ଜଘନ୍ୟ... ଏଭଳି କିଛି ଶବ୍ଦ ବି ବୋଧହୁଏ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ ବଖାଣି ପାରିବ ନାହିଁ । ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧ ଓ ସଂଘର୍ଷର ଅନ୍ତ ଘଟିବାର ଆଶା ଶୂନ୍ୟପ୍ରାୟ । ଯୁଦ୍ଧ ଭିତରେ ମଣିଷ କିପରି କ୍ଷଣକରେ ନର ରାକ୍ଷସ ପାଲଟିଯାଏ ତାହା ସ୍ପଷ୍ଟ ଦେଖିବାକୁ ମିଳୁଛି । ହମାସ ଆତଙ୍କୀ ନୁହେଁ ତ ଯେପରି ନିଷ୍ଠୁର ମୃତ୍ୟୁ ଦୂତ ପରି ମାଡ଼ି ଆସୁଛନ୍ତି । ଯିଏ ଆଖିରେ ପଡ଼ୁଛି, ତାକୁ ଅତି ବୀଭତ୍ସ ଭାବରେ ହତ୍ୟା କରୁଛନ୍ତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କି ଭୁଲ କରିଛନ୍ତି ସେହି ନୀରିହ ମଣିଷ ଗୁଡ଼ାକ ଯିଏ ଘନ ଘନ ରକେଟ୍ ମାଡ଼ରେ ଜୀବନ ହରାଇଛନ୍ତି । କି ଭୁଲ କରିଛି ମା’ ପେଟରେ ଥିବା ଶିଶୁ, ଯାହାକୁ ପେଟ ଭିତରେ ହିଁ ମାରି ଦେଇଛନ୍ତି ହମାସ୍‌ ଆତଙ୍କୀ ।

Advertisment

ଯୁଦ୍ଧ ମଧ୍ୟରେ ଗୋଟିଏ ପରେ ଗୋଟିଏ ହମାସ୍‌ ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ ସାମ୍ନାକୁ ଆସୁଛି । ଜୀବନ କ’ଣ ଜାଣିବା ପୂର୍ବରୁ ସମସ୍ତଙ୍କୁ ଅତି ବର୍ବରତାର ସହ ହତ୍ୟା କରୁଛନ୍ତି ଆତଙ୍କବାଦୀ। କାହା ଶରୀରରୁ ମୁଣ୍ଡ ଅଲଗା ହୋଇଛି ତ କାହା ଶରୀରକୁ ଅତି ବୀଭତ୍ସ ଭାବ କ୍ଷତାକ୍ତ କରି ତା’ ଜୀବନ ନେଇଛନ୍ତି ସେମାନେ। ଭୟଙ୍କର ତଥା ଛାତିଥରା କାହାଣୀ ବଖାଣିଛନ୍ତି ଜଣେ ସ୍ୱେଚ୍ଛାସେବୀ ୟଶି ଲାନ୍ଦୁ ।

ୟଶି ଲାନ୍ଦୁ ଏଭଳି ଏକ ସଂଗଠନ ସହିତ ଜଡ଼ିତ, ଯାହା ଅସ୍ୱାଭାବିକ ମୃତ୍ୟୁ ଭୋଗୁଥିବା ଲୋକଙ୍କ ମୃତଦେହ ଉଦ୍ଧାର କରେ । ସେହି ସଂଗଗନରେ ୟଶି ଲାନ୍ଦୁଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି । ହମାସ ଆତଙ୍କୀଙ୍କ ଅତର୍କିତ ଆକ୍ରମଣ ପରେ ସେ ତାଙ୍କର ସହଯୋଗୀ ଗୋଷ୍ଠୀଙ୍କ ସହ ମୃତଦେହ ଉଦ୍ଧାର କରିବା ପାଇଁ ବାହାରିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏକ କୋଠା ଭିତରକୁ ପଶି ଯାଇଥିଲେ ୟଶି ଲାନ୍ଦୁ । ହେଲେ ସେଠାକାର ଦୃଶ୍ୟ ଦେଖି ତାଙ୍କ ଛାତି ଥରି ଉଠିଥିଲା ।

Advertisment

ଜଣେ ଗର୍ଭବତୀ ମହିଳା ମରିକି ତଳେ ପଡ଼ିଥିବା ସେ ଦେଖିଥିଲେ । କୋଠରୀ ଭିତରେ ରକ୍ତର ନଦୀ ବହୁଥିଲା । ସବୁଠାରୁ ହୃଦୟବିଦାରକ ହେଲା ହମାସ ଆତଙ୍କୀ ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମଧ୍ୟ ଛାଡ଼ି ନଥିଲେ । ମହିଳାଙ୍କ ପେଟ ଚିରି ଗର୍ଭସ୍ଥ ଶିଶୁକୁ ଛୁରି ଭୁଶି ଦେଇଥିଲେ । ସତରେ ମଣିଷ କ’ଣ ଏତେ ବର୍ବର କାଣ୍ଡ ଘଟାଇପାରେ । ଯାପାଖରେ ମାନବିକତାରେ ଚିହ୍ନବର୍ଣ୍ଣ ବୋଲି ହିଁ କିଛି ନାହିଁ ।

ହମାସ ଆତଙ୍କୀଙ୍କ ଆକ୍ରମଣରେ ଆଖି ପିଛୁଳାକେ ସୁନାର ସହର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଥିଲା । ଘନ ଘନ ରକେଟ୍ ମାଡ଼ରେ ରାସ୍ତାରେ ବିଛେଇ ହୋଇ ପଡ଼ିଥିଲା ଶହ ଶହ ଶବ । କେବଳ ଏତିକି ନୁହେଁ ଆତଙ୍କୀଙ୍କ ଆକ୍ରମଣରେ କେଉଁଠି ଶିଶୁର ମୁଣ୍ଡ ଅଲଗା ହୋଇ ଯାଇଥିଲା ତ କେଉଁଠି କୁନି ଶରୀରରେ ବର୍ବରତାର ଅସଂଖ୍ୟ ଚିହ୍ନ ବାରି ହୋଇଯାଉଥିଲା । କୁନି କୁନି ପିଲାଙ୍କ ହାତବାନ୍ଧି ଗୁଳି ମାରିବାର ଦୃଶ୍ୟ ଦେଖି ଉଦ୍ଧାରକାରୀ ଦଳ ମଧ୍ୟ ହତବିମ୍ବ ହୋଇ ପଡ଼ିଥିଲେ। ଆଖି ସାମ୍ନାରେ ଶହ ଶହ ଲୋକଙ୍କ ଶବ ତାଙ୍କ ହୃଦୟକୁ ଉଦବେଳିତ କରିଥିଲା ।

ଏତେ ସବୁ ପରେ ବି ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ସଂଗଠନ ଘନଘନ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଅନେକ ସହରରେ ପଶି ସାଧାରଣ ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଛନ୍ତି । ବିଶେଷ କରି ଗାଜା ଷ୍ଟ୍ରିପକୁ ଲାଗିଥିବା ଇସ୍ରାଏଲର ସହର ଗୁଡ଼ିକରେ ସେମାନେ ବର୍ବରକାଣ୍ଡ ଘଟାଇ ଚାଲିଛନ୍ତି ।

Horror Israel
Advertisment
Advertisment