• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶାନ୍ତି ପାଇଁ ହେକଲା ଟାୱାର ଚଢ଼ିଲେ ସ୍ପାଇଡର ମ୍ୟାନ । ଗତକାଲି ଫ୍ରାନ୍ସ ପର୍ବତାରୋହୀ ପ୍ୟାରିସରେ ଥିବା ହେକଲା ଟାୱାରକୁ ଚଢ଼ିଛନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବା ପାଇଁ ସେ ଟାୱାର ଚଢ଼ିଥିବା ଜଣା ପଡ଼ିଛି । ଯୁଦ୍ଧର ଘନଘଟା ମଧ୍ୟରେ ମଧ୍ୟ-ପୂର୍ବ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଏପରି କାର୍ଯ୍ୟ କରିଛନ୍ତି ।

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଏକ ୪୮ ମହଲା କୋଠାକୁ ଚଢ଼ିଛନ୍ତି ଆଲେନ୍ ରୋବର୍ଟ । ଟାୱାର ଚଢ଼ିବା ପରେ ଆଲେନ୍ କହିଛନ୍ତି, ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ମଧ୍ୟରେ ଶାନ୍ତିର ଆବଶ୍ୟକତା ରହିଛି । ଶାନ୍ତିର ସମର୍ଥନରେ ସେ ଟାୱାର ଚଢ଼ିଥିବା କହିଛନ୍ତି । ପରସ୍ପରର ମତ ଶୁଣି ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିବାକୁ ସେ ଉଭୟ ପାଲେଷ୍ଟାଇନ ଓ ଇସ୍ରାଏଲକୁ ଆହ୍ବାନ ଦେଇଛନ୍ତି ।

ଗତ ୭୦ ରୁ ଅଧିକ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ କରି ଆସୁଛନ୍ତି । ଏଣୁ ଏହାକୁ ବର୍ତ୍ତମାନ ବନ୍ଦ କରି ଦିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଲେନ୍ । ବିଶ୍ୱ ନେତୃବୃନ୍ଦଙ୍କୁ ଏହା ଉପରେ ବିଚାର କରି ସମାଧାନର ପନ୍ଥା ବାହାର କରିବାକୁ ସେ ଅନୁରୋଧ କରିଛନ୍ତି ।

ବିଶ୍ବବାସୀ ତୃତୀୟ ବିଶ୍ବ ଯୁଦ୍ଧ ପଥରେ ଅଛନ୍ତି । ଏପରି ସ୍ଥଳେ ଯେକୌଣସି ଦେଶରେ ଯୁଦ୍ଧ ଭୟାଭହ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରୋବର୍ଟ କହିଛନ୍ତି । ଅନ୍ୟପଟେ ଯଦି ମୁସଲମାନ ବହୁଳ ରାଷ୍ଟ୍ରମାନେ ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି, ତେବେ ତାହା ବିଶ୍ବ ଯୁଦ୍ଧ ସୃଷ୍ଟି କରିପାରେ ବୋଲି କହିଛନ୍ତି ଆଲେନ ।

କିଏ ଠିକ୍, କିଏ ଭୁଲ୍ ସେ ଉପରେ ତର୍ଜମା କରି, ଯୁଦ୍ଧରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ମୁର୍ଖାମୀ ବୋଲି କହିଛନ୍ତି ରୋବର୍ଟ । ଗତ ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଥମିବାର ନାଁ ନେଉନାହିଁ । ଯୁଦ୍ଧରେ ୬୧୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ, ହମାସ ବିରୋଧରେ ଆକ୍ରମଣ ବୃଦ୍ଧି ପାଇବ ବୋଲି ଇସ୍ରାଏଲ ସେନା ଘୋଷଣା କରିଛି ।