• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାରେ ଜାହାଁ ସେ ଧୁନରେ ମୁଖରିତ ହେଲା ଫ୍ରାନ୍ସର ଜାତୀୟ ଦିବସ ସମାରୋହ । ବାଷ୍ଟିଲ ଡେ’(Bastille Day Parade) ପରେଡରେ ଏହି ଗୀତର ଧୂନରେ ଭାରତୀୟ ସେନାର ଚିତ୍ତାକର୍ଷକ ପ୍ରଦର୍ଶନ । ଫ୍ରାନ୍ସର ଐତିହାସିକ ଚାମ୍ପସ ଏଲିସେସ୍ ଉପରେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ରାଫେଲ ଫାଇଟର୍ ଜେଟ୍ ଶକ୍ତି ପ୍ରଦର୍ଶନ କରିଥିବା ବେଳେ, ଭାରତୀୟ ସେନାର ମିଳିତ ପରେଡ୍ ସମସ୍ତଙ୍କୁ ବିମୋହିତ କରିଥିଲା ।

୪ଟି ରାଫେଲ ଫାଇଟର ଜେଟ୍ ସହିତ ସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା । ଭାରତର ସର୍ବପୁରାତନ ରେଜିମେଣ୍ଟ ପଂଜାବ ରେଜିମେଣ୍ଟ ସହ ଭାରତର ନୌସେନା, ବାୟୁସେନା ପରେଡରେ ଅଂଶଗ୍ରହଣ କରିଥିଲେ ।

ସେପଟେ ଫ୍ରାନ୍ସର ଜାତୀୟ ଦିବସ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ବିରାଟ ପଟୁଆରରେ ପହଞ୍ଚିବା ପରେ ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରାଯାଇଥିଲା । ଏହାପରେ ମାକ୍ରନ୍ ଉପସ୍ଥିତ ଅତିଥିମାନଙ୍କୁ ସ୍ୱା ଗତ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ମାକ୍ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରିଥିଲେ ।

ଏହି ସମୟରେ ଫ୍ରାନ୍ସର ଫାଇଟର ଜେଟ୍ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲା । ଚଳିତ ବର୍ଷ ବାଷ୍ଟିଲ ଡେ ପରେଡରେ ବିଭିନ୍ନ ଦେଶର ପ୍ରାୟ ୬୩୦୦ ଯବାନ ସାମିଲ ହୋଇଥିଲେ ।  

ଚଳିତ ବର୍ଷ ଫ୍ରାନ୍ସ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ୨୫ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ଲେଜିୟନ ଅଫ୍ ଅନର ସମ୍ମାନ ଦିଆଯାଇଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଏଭଳି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।