• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଡୋନାଲ୍ଡ ଟ୍ରମ୍ପ ମୋତେ ରେପ୍‌ କରିଛନ୍ତି । ମୁଁ ଯେତେବେଳେ ଅଭିଯୋଗ କରିଥିଲି ସେ ଏହାକୁ ଖଣ୍ଡନ କରିଥିଲେ । ମୁଁ ନ୍ୟାୟ ପାଇନି । ମୋତେ ନ୍ୟାୟ ଦରକାର ।’

ପୁଣି ଟ୍ରମ୍ପଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ୭୯ ବର୍ଷ ବୟସ୍କ ଜଣେ ଲେଖିକା ଏ ଜିନ୍‌ କ୍ୟାରୋଲ, ଟ୍ରମ୍ପଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି । ସେ ଗତ ବୁଧବାର ଦିନ ମ୍ୟାନ୍‌ହାଟନ୍‌ କୋର୍ଟରେ ହାଜର ହୋଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (୭୬) ତାଙ୍କୁ ୩୦ ବର୍ଷ ପୂର୍ବେ ରେପ୍‌ କରିଥିବା କହିଛନ୍ତି । ସେତେବେଳେ ଲେଖିକା ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଟ୍ରମ୍ପ ଏହାକୁ ମିଥ୍ୟା ଅଭିଯୋଗ କହି ଏଡ଼ାଇ ଯାଇଥିଲେ ।

କ୍ୟାରୋଲଙ୍କ ଓକିଲ କହିଛନ୍ତି ଯେ, ଟ୍ରମ୍ପ ଅତି ନିମର୍ମ ଭାବେ ତାଙ୍କ ମହକିଲକୁ ରେପ୍‌ କରିଛନ୍ତି । ୧୯୯୫ର ଶେଷ ଏବଂ ୧୯୯୬ ଆରମ୍ଭରୁ ଏହି ଘଟଣା ଘଟିଛି । ଏକ ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।

ତେବେ ମହିଳାଙ୍କ ଅଭିଯୋଗ ପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ହେଲେ ଟ୍ରମ୍ପ ଅନ୍ୟ କାମରେ ବ୍ୟସ୍ତ ଥିବା କହି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି । ସେ କୋର୍ଟଙ୍କୁ କହିଛନ୍ତି ଯେ, ଆଗକୁ ନିର୍ବାଚନ ଥିବାରୁ ସେ କ୍ୟାମ୍ପେନ୍‌ରେ ବ୍ୟସ୍ତ ଅଛନ୍ତି । ହାମ୍ପସାୟରରେ ଆଜି ତାଙ୍କର ଏକ କ୍ୟାମ୍ପେନ୍‌ କାର୍ଯ୍ୟକ୍ରମ ରହିଛି ।

ତେବେ ମହିଳାଙ୍କ ଅଭିଯୋଗକୁ ନେଇ ଟ୍ରମ୍ପଙ୍କ ଓକିଲ କହିଛନ୍ତି ଯେ, ଏହା ଏକ ଷଡ଼ଯନ୍ତ୍ର । ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ଦଳ ଏଭଳି ଚାଲ ଖେଳି, ତାଙ୍କ ମହକିଲଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏହାଏକ ବଡ଼ ସ୍କାମ । ଏହା ରାଜନୈତିକ ବିରୋଧୀଙ୍କ ମନ ଗଢ଼ା କାହାଣୀ ବୋଲି ଟ୍ରମ୍ପଙ୍କ ଓକିଲ କୋର୍ଟରେ କହିଛନ୍ତି ।

ତେବେ ଏହି ଘଟଣାର ଶୁଣାଣି କରୁଥିବା ୟୁଏସ୍ ଜିଲ୍ଲା ଜଜ୍‌ ଲୁଇସ୍‌ କ୍ୟାପ୍‌ଲନ୍‌ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆଗକୁ ମହିଳାଙ୍କ ନାଁରେ ଟ୍ରମ୍ପ ଯେଭଳି କିଛି ବି କହିବେ ନାହିଁ । ଅନ୍ୟଥା ଟ୍ରମ୍ପ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟାରେ ପଡ଼ିପାରନ୍ତି ।