Niranjan Hiranandani: କାହିଁକି ଟ୍ରେନ୍‌ରେ ଯାତ୍ରା କରନ୍ତି ୧୮ହଜାର କୋଟି ଟଙ୍କାର ମାଲିକ....

ଆଜି ଆମେ ଆପଣଙ୍କୁ ଯେଉଁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କର ସରଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।

୧୮୦୦୦ କୋଟିର ମାଲିକ ଯାଆନ୍ତି ଟ୍ରେନ୍‌ରେ

ଟଙ୍କା ବଢିବା ସହ ମଣିଷର ଗର୍ବ ମଧ୍ୟ ବଢିଥାଏ । ଏମିତିକି କିଛି ଲୋକ ଉପାର୍ଜନ କରୁଥିବା ଟଙ୍କାର ଅର୍ଦ୍ଧାଧିକ ଟଙ୍କା ନିଜର ସଉକ୍‌ ପାଇଁ ଖର୍ଚ୍ଚ କରିଦିଅନ୍ତି । ବିତ୍ତଶାଳି ବ୍ୟକ୍ତିମାନେ ଯାତାୟାତ କରିବା ପାଇଁ ଦାମୀ ଗାଡ଼ି ବ୍ୟବହାର କରିବା ଏକ ସାଧାରଣ ଘଟଣା । ଆଜି କାଲି ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଖରେ ମଧ୍ୟ ଚାରି ଚକିଆ ଗାଡ଼ି ରହିଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଆଡେ ଚାରି ଚକିଆ ଯାନ କିଣିବା ପାଇଁ ଗୋଟିଏ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ତେବେ ସହରରେ ଅନେକ ସମୟରେ ଆମେ ଚାରି ଚକିଆ ଯାନରେ ଯାତ୍ରା କରିବା ସମୟରେ ଟ୍ରାଫିକ୍ ଜାମ୍‌ରେ ଫସିବା ଫଳରେ ଆମର ବହୁମୂଲ୍ୟ ସମୟ ନଷ୍ଟ ହୋଇଥାଏ । ତେବେ ଏହି ଭିଡ଼ ଭିତରେ ଏମିତି କିଛି ନିଆରା ବ୍ୟକ୍ତି ଅଛନ୍ତି ।

ଯେଉଁମାନେ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ମଧ୍ୟ କିଛି ସ୍ୱତନ୍ତ୍ର କାରଣ ପାଇଁ ନିଜସ୍ୱ କାର୍ ବଦଳରେ ସାଧାରଣ ଲୋକଙ୍କ ଭଳି ଯାତ୍ରା କରିଥାନ୍ତି । କୋଟିପତି ଏବଂ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ବିଷୟରେ ପ୍ରାୟତଃ ଆଲୋଚନା ହୁଏ । କୋଟି କୋଟି ଟଙ୍କାର ବଙ୍ଗଳା, ଲକ୍ଷ ଲକ୍ଷ ଟଙ୍କାର କାର୍, ବିଳାସପୂର୍ଣ୍ଣ ଘର ବିଷୟରେ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କର ସରଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ଅଧିକ ପଢ଼ନ୍ତୁ: ୨୨ ବର୍ଷରେ ପ୍ରେମ ହେଲା; ୬୦ ବର୍ଷ ହେଲାଣି କେହି କାହାକୁ ଛାଡ଼ିନୁ

ଆସନ୍ତୁ ଜାଣିବା ସେମିତି ଜଣେ କୋଟିପତିଙ୍କ ବିଷୟରେ .....

'ଶିଳ୍ପ ଗୁରୁ' ଉପାଧିରେ ସମ୍ମାନିତ ହୋଇଥିବା ଜଣେ ବିଶିଷ୍ଟ ବ୍ୟବସାୟୀ ଭାବରେ ପରିଚିତ ନିରଞ୍ଜନ ହିରାନନ୍ଦାନୀ । ସେ ହିରାନନ୍ଦାନୀ ଗ୍ରୁପ ଭଳି ଏକ ବିଶାଳ କମ୍ପାନୀର ମୁଖ୍ୟ ଭାବରେ ଜଣାଶୁଣା । ତାଙ୍କ ପ୍ରଚେଷ୍ଟାରେ ଏହି କମ୍ପାନୀ ଅନେକ ଆଗକୁ ବଢ଼ିପାରିଛି । ହିରାନନ୍ଦାନୀଙ୍କ ସଫଳତାର କାହାଣୀ ଯେତେ କହିଲେ ମଧ୍ୟ ତାହା କମ୍‌ହେବ । ରିଅଲ୍ ଇଷ୍ଟେଟ୍ ବ୍ୟବସାୟରୁ ଆରମ୍ଭକରି ଲଜିଷ୍ଟିକ୍ସ ବ୍ୟବସାୟ ପର୍ଯ୍ୟନ୍ତ ସବୁଥିରେ ପ୍ରଭାବ ବିସ୍ତାର କରିଛନ୍ତି ନିରଞ୍ଜନ ହିରାନନ୍ଦାନୀ । ତାଙ୍କ ବିଷୟରେ ଏକ ରୋଚକ କାହାଣୀ ଜାଣିବା ପୂର୍ବରୁ ଆସନ୍ତୁ ଥରେ ନଜର ପକାଇବା ତାଙ୍କ ସମ୍ପତି ଉପରେ । ହୁରୁନ୍ ତାଲିକା ଅନୁଯାୟୀ, ଭାରତର ୫୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଥିବା ହିରନନ୍ଦାନୀ ୧୮୦୦୦ କୋଟି ଟଙ୍କାର ମାଲିକ ।

ତାଙ୍କ ପାଖରେ ଦାମୀ ଗାଡ଼ିର ଅଭାବ ନାହିଁ । କିନ୍ତୁ ମୁମ୍ବାଇ ଟ୍ରାଫିକରେ ସମୟ ନଷ୍ଟ ନକରିବା ପାଇଁ , ସେ ମୁମ୍ବାଇ ଲୋକାଲ୍ ଟ୍ରେନ୍ ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ସେ ସାଧାରଣ ଲୋକଙ୍କ ସହିତ ଯାତ୍ରା କରିବା ସମୟରେ ସେହି ଯାତ୍ରାକୁ ବେଶ ଉପଭୋଗ ମଧ୍ୟ କରନ୍ତି । ତେବେ ଯେଉଁମାନେ ତାଙ୍କୁ ଚିହ୍ନିଛନ୍ତି ସେମାନେ ଉତ୍ସାହର ସହ ହାତ ମିଳାଇବା ସହ ତାଙ୍କ ସହ ସେଲ୍ଫି ନେବା ପାଇଁ ଭିଡ଼ ଜମାନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟ ରେଳ ଇତିହାସର ମୂକସାକ୍ଷୀ ହାଓଡ଼ା-କାଲକା ମେଲ୍