• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଯବାନଙ୍କ ଅବସର ପରେ ଘରକୁ ଫେରିଥିବାରୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ବେଶ୍‌ ନିଆରା ଭାବରେ ପାଛୋଟି ନେଲେ ପଞ୍ଚାୟତବାସୀ ।  ଭାରତ ମାତାକୀ ଜୟ ଧ୍ୱନୀରେ କମ୍ପିଲା ଗାଁଦାଣ୍ଡ । ଜୟ ଯବାନ ଜୟ କିଶାନ ନାରାରେ ପ୍ରକମ୍ପିତ ହେଲା ଅଞ୍ଚଳ । ଖାଲି ଏତିକି ନୁହେଁ  ବାଇକ୍ ଶୋଭାଯାତ୍ରା ବି ହୋଇଥିଲା । ମହିଳାଙ୍କ ଶଙ୍ଖ ନାଦରେ ଉଛୁଳି ପଡିଥିଲା ଗାଁ ଦାଣ୍ଡ । କିଏ ଦୀପ ଥାଳି ଆଣି ବନ୍ଦାପନା କରୁଥିଲା ତ କିଏ ଫୁଲ ତୋଡା ଦେଉଥିଲା । ପଙ୍କଜ ଭାଇ ଜିନ୍ଦାବାଦ କହି ଗାଁକୁ ଯବାନଙ୍କୁ ପାଛୋଟି ନେଇଥିଲେ ସାହି ପଡିଶା ।

ଏମିତି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀଦାସପୁର ଗାଁରେ । ବାପା ଗୌରାଙ୍ଗ ଚନ୍ଦ୍ର ନାୟକ ଓ ମାଆ ପାର୍ବତୀ ନାୟକଙ୍କ ପୁଅ ପଙ୍କଜ କୁମାର ନାୟକ । ୨୦ ମାର୍ଚ୍ଚ ୨୦୦୬ ରେ ଭାରତୀୟ ସେନାର ସୈନିକ ଭାବରେ ଯୋଗ ଦେଇଥିଲେ ପଙ୍କଜ । ଦୀର୍ଘ ୧୭ ବର୍ଷ ସିଗନାଲ ବିଭାଗରେ ସେ ଦେଶ ମାତୃକାର ସେବା କରି ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ଅବସର ପରେ ଯବାନ ପୁଅ ଗାଁକୁ ବାହୁଡୁଥିବାରୁ ଜୋରଦାର ସ୍ୱାଗତ କରିଥିଲେ ଗାଁ ଲୋକେ ।

 

ଦେଖନ୍ତୁ ଭିଡିଓ | ସେନାରେ ଚାକିରି ପାଇଲେ, ଗାଁରେ ପହଞ୍ଚିବା ପରେ ଦିଆଯାଉଛି ବିପୁଳ ସମ୍ବର୍ଦ୍ଧନା...

ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା  । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ, ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି କହିଛନ୍ତି ବାପା ଗୌରାଙ୍ଗ ଚନ୍ଦ୍ର ନାୟକ । ସେପଟେ ପଙ୍କଜ କହିଛନ୍ତି, ଇଚ୍ଛା ଥିଲା ଭାରତ ମାତାର ସେବା କରିବାକୁ । ସେବା ତ ସମସ୍ତେ କରୁଛନ୍ତି, କିଏ ସମାଜ ସେବା କରୁଛି ତ କିଏ ଯବାନ ହୋଇ । କିନ୍ତୁ ସେନାରୁ ଅବସର ନେଇଥିବାରୁ ଯେତିକି ଖୁସି ସେତିକି ଦୁଃଖି ବୋଲି ପଙ୍କଜ କହିବା ସହ ଆଜିର ଯୁବକମାନେ ସେନାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

  • Reported by:
  • Suryadoya Biswal