Advertisment

ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧୁଥିଲେ...ଏବେ ରାସ୍ତା କଡ଼ରେ ଚା' ଦୋକାନ କରିଛନ୍ତି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା

ଅଦ୍ୟତନ ହୋଇଛି
Jagatsinghpur

Jagatsinghpur

Advertisment

ଦିନେ ତାଙ୍କର ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେଉଥିଲେ । କେତେବେଳେ ହସାଉଥିଲେ ତ କେତେବେଳେ କନ୍ଦାଉଥିଲେ ଦର୍ଶକଙ୍କୁ । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରି ଆସିଥିବା ଜଣେ ବର୍ଷିୟାନ କଳାକାର ଏବେ ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  ଜଗତସିଂହପୁର ଜିଲ୍ଳା ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗାଁର ସାଗରବାଳା ପଟ୍ଟନାୟକ ଓରଫ୍ ବାସନ୍ତୀ ଅପା । ଅନ୍ନପୁର୍ଣ୍ଣା ଥିଏଟର ବି ଗ୍ରୁପ୍ରେ ଦୀର୍ଘ ବର୍ଷ ଧରି କଳା ପରିବେଷଣ କରିଥିବା ବାସନ୍ତୀ ଅପା ଏବେ ଗାଁ ନିକଟସ୍ଥ ରାଉତ ଛକରେ ଚା ଦୋକାନ ଟିଏ କରି ୫ ପ୍ରାଣୀ କୁଟୁମ୍ବଙ୍କୁ ଆହାର ଯୋଗାଉଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଦିନେ ଥିଲେ ଇଂରାଜୀ ଶିକ୍ଷକ, ଆଜି ଦାଣ୍ଡର ଭିକାରି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକ ର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା । ଶେଷଶ୍ରାବଣ ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ ମାଆ ଭୂମିକାରେ ଅଭିନୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ ସେ । ହେଲେ ଏକମାତ୍ର ରୋଜଗାରିଆ ପୁଅ ଦୁର୍ଘଟଣାଗ୍ରସ୍ତ ହୋଇ ମାନସିକ ସ୍ତରରେ ଅସୁସ୍ଥ ହୋଇଯିବାରୁ ବୟସର ଅପରାହ୍ନରେ ଗାଁ ନିକଟସ୍ଥ ରାଉତ ଛକରେ ଏକ ଛୋଟ ଚା ଦୋକାନ କରି ପରିବାର ଚଳାଉଛନ୍ତି ସାଗରବାଳା।

କଳାକର ଭତା ପାଉଛନ୍ତି ଏବଂ ଚାଉଳ ମିଳୁଥିଲେ ମଧ୍ୟ ଏଥିରେ ୫ ଜଣିଆ ପରିବାରର ଆବଶ୍ୟକତା ପୂରଣ ହୋଇପାରୁନାହିଁ । ମହାବାତ୍ୟା ପରେ ଘର ଖଣ୍ଡେ ମିଳିଥିଲା । ତାହା ମଧ୍ୟ ସଂପୂର୍ଣ୍ଣ ହୋଇ ପାରିନି । ସମସ୍ତଙ୍କୁ ଘର ଖଣ୍ଡେ ପାଇଁ ଗୁହାରି କରିଥିଲେ ମଧ୍ୟ ସଫଳତା ମିଳିନାହିଁ ବୋଲି କ୍ଷୋଭର ସହିତ କହିଛନ୍ତି ସାଗରବାଳା । କେବଳ ସେ ଏକା ନୁହଁନ୍ତି ତାଙ୍କର ସମସାମୟିକ ଅନେକ କଳାକାର ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ ମଧ୍ୟ ସରକାରଙ୍କ ପାଖରେ କୌଣସି ଖୋଜ ଖବର ନଥିବା କହିଛନ୍ତି ସାଗରବାଳା ।                                                                            

Advertisment

ସେହିପରି ସାଗରବାଳା ପଟ୍ଟନାୟକଙ୍କ ଭଳି ଜଣେ ବର୍ଷିୟାନ କଳାକାରଙ୍କ  ପ୍ରତି ହେଉଥିବା ପ୍ରଶାସନିକ ଅବହେଳାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା ।  ତୁରନ୍ତ ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନ ସାଗରବାଳାଙ୍କ ପରିବାରକୁ ସହାୟତାର ହାତ ବଢାଇବାକୁ ଦାବି କରିଛନ୍ତି ଗାଁ ଲୋକେ । ତେବେ ଏ ସଂପର୍କରେ ଜଗତସିଂହପୁର ବିଡିଓଙ୍କ ପ୍ରତିକ୍ରୀୟା ମିଳିନଥିବା ବେଳେ ଅଳା ପଂଚାୟତର ସରପଂଚ ବନ୍ଧନ କୁମାର ବେହେରା କହିଛନ୍ତି ଯେ ସାଗରବାଳା ୧୯୯୯ ମସିହା ମହାବାତ୍ୟା ପରେ ସେ ସମୟର ନିୟମ ଅନୁସାରେ ଘର ପାଇଛନ୍ତି । ତାଙ୍କୁ ଭତା ମିଳୁଛି ଏବଂ ତାଙ୍କ ପୁଅର ଖୁବ୍‌ଶୀଘ୍ର ଭିନ୍ନକ୍ଷମ ଭତା ହୋଇଯିବ । ତଥାପି ପ୍ରଶାସନିକ ସ୍ତରରେ ଯଦି ଅଧିକ କିଛି ସହାୟତାର ବ୍ୟବସ୍ଥା ଥିବ ତେବେ ସରପଂଚ ଭାବେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

(ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ)            

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ