Advertisment

Odia IAS Topper Ritika Rath: IAS ପାଇ ବାପାଙ୍କୁ ବଳିଗଲା ଝିଅ, ଭାବବିହ୍ୱଳ ହେଲେ IFS ଅଧିକାରୀ ଶିଶିର ରଥ

ଝିଅ IAS ପାଇଲା ପରେ ବାପାଙ୍କ ଛାତି କୁଣ୍ଢେମୋଟ । ସିଭିଲ୍ ସର୍ଭିସ ପରୀକ୍ଷାରେ ବାପାଙ୍କୁ ଟପିଗଲା ଝିଅ । ଝିଅ ରିତିକା ହେଲେ ଓଡ଼ିଶା ଟପ୍ପର । ବାପା କହିଲେ, ଝିଅ ସବୁବେଳେ ହାର୍ଟରେ.....

ଅଦ୍ୟତନ ହୋଇଛି
UPSC

UPSC

Advertisment

ଝିଅ ପାଇଁ ଭାବବିହ୍ୱଳ ହେଲେ ବାପା ଶିଶିର ରଥ । ଝିଅ ରିତିକା ରଥ UPSC ସିଭିଲ୍ ସର୍ଭିସ ପରୀକ୍ଷାରେ ୪୮ତମ ସ୍ଥାନ ପାଇବା ସହ ଓଡ଼ିଶାର ଟପ୍ପର ହେବା ପରେ ବାପା କହିଲେ, ମୋ ଝିଅକୁ ମୁଁ ବହୁତ ଭଲପାଏ । ଝିଅମାନେ ବାପାଙ୍କର ବହୁତ କ୍ଲୋଜ୍ । ଝିଅମାନେ ସବୁବେଳେ ବାପାଙ୍କ ହାର୍ଟରେ ରହିଥାଆନ୍ତି । ଏମିତି କହି ଝିଅକୁ ସେ କେତେ ଭଲ ପାଆନ୍ତି, ତାହା ଭାଷାରେ ପ୍ରକାଶ କରିଛନ୍ତି ।

Advertisment

୧୯୮୭ ମସିହାରେ ବାପା ଶିଶିର ରଥ UPSC ସିଭିଲ ସର୍ଭିସ୍ ପରାକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ତେବେ ତାଙ୍କ ରାଙ୍କ ଯାହା ଥିଲା, ସେଥିରେ ସେ IAS ହୋଇପାରିନଥିଲେ । ସେ IFS ବା ଇଣ୍ଡିଆନ ଫରେଷ୍ଟ ସର୍ଭିସରେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାମ କରିଛନ୍ତି । କିନ୍ତୁ ସେତେବେଳେ ସେ IAS ହେବା ପାଇଁ ଦେଖିଥିବା ସ୍ୱପ୍ନ ତାଙ୍କ ଝିଅ ରିତିକା ପୂରଣ କରିଛନ୍ତି । ଚେନ୍ନାଇରେ ଏବେ CAT ( Central Administrative Tribunal ) ସଦସ୍ୟ ଥିବା ଶିଶିର ରଥ ଝିଅର ଏହି ସଫଳତାରେ ବହୁତ ଖୁସି ।

ସେ କହିଛନ୍ତି, ରିତିକା ଇନ୍ଦୋରସ୍ଥିତ IIM ରୁ ଏମବିଏ ପାସ୍ କରିଛନ୍ତି । କିନ୍ତୁ କର୍ପୋରେଟ୍ ସେକ୍ଟରରେ କାମ ନକରି ସିଭିଲ୍ ସର୍ଭିସ ପାଇଁ ମନ ବଳାଇଥିଲା । ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ସେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବା ଠିକ୍ ହେବ କି ଭୁଲ୍ ହେବ, ଏ ନେଇ ଦ୍ୱନ୍ଦ୍ୱରେ ଥିଲେ ନିଜେ IFS ବାପା । କିନ୍ତୁ ଝିଅର ପ୍ରବଳ ଇଛା ଦେଖି ଝିଅକୁ ଏ କ୍ଷେତ୍ରରେ ସାହାଯ୍ୟ କରିଥିଲେ ବାପା ଶିଶିର ରଥ । ତୃତୀୟ ପ୍ରୟାସରେ ସଫଳ ହୋଇଛି ଝିଅ । ବାପା IFS ହୋଇଥିଲେ, କିନ୍ତୁ ରାଙ୍କ ଅନୁସାରେ ଝିଅ IAS ଅଫିସର ହିଁ ହେବେ । ତାଙ୍କୁ ଓଡ଼ିଶା କ୍ୟାଡର ବି ମିଳିଯିବ । 

Advertisment

ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା UPSC ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର

ସେତେବେଳେ ଅଶୀ ଦଶକରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ଏବେକାର ପ୍ରସ୍ତୁତି ମଧ୍ୟରେ ବହୁତ ଫରକ ରହିଛି ବୋଲି କହିଛନ୍ତି ଶିଶିର । ସେତେବେଳେ ଭୁବନେଶ୍ୱର ଆସି ଜଣେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏବେ ଘରେ ବସି ମଧ୍ୟ ପ୍ରସ୍ତୁତ ହୋଇପାରିବ । ଏବେ ଚାଲେଞ୍ଜ ରହିଛି, ତା ସହିତ ସାଧନ ବି ରହିଛି ବୋଲି କହିଛନ୍ତି ରିତିକାଙ୍କ ବାପା ।

Advertisment

ରିତିକା ସୋସିଆଲ୍ ମିଡିଆରୁ ଦୂରେଇ ରହିବା ପାଇଁ ଆପଣ ତାଙ୍କୁ କହିଥିଲେ କି ବୋଲି ପଚରାଯିବାରୁ ଏହି IFS ଅଧିକାରୀ କହିଛନ୍ତି, ଥରେ ଟାର୍ଗେଟ୍ ନେଇଗଲା ପରେ ରିତିକା ନିଜେ ନିଜେ ସୋସିଆଲ୍ ମିଡିଆରେ କମ୍ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ସଫଳତା ପାଇଁ ଟାର୍ଗେଟ୍ ନେବା ବଡ଼ କଥା । ଜଣେ ବରିଷ୍ଠ ଅଧିକାରୀ ଭାବେ ଲୋକଙ୍କ ସେବା କରିବାରେ ଓ ସେମାନଙ୍କ ସମସ୍ୟା ସମାଧାନ କରିବାରେ ବହୁତ ଆନନ୍ଦ ମିଳେ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ହାଇକୋର୍ଟଙ୍କ ଅଙ୍କୁଶ, ପ୍ରଭାତୀ କହିଲେ- SHG ପୁନର୍ଗଠନ ନିଶ୍ଚିତ

India IAS Officer UPSC Civil Services Father Daughter Duo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ