/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750347887.jpg)
Unique marriage
ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେଉଛନ୍ତି ଲୋକ । କେତେ କଣ ସାଜସଜ୍ଜା ଆଉ ଚାକଚକ୍ୟରେ ବିବାହ କରୁଛନ୍ତି । ବାଜା, ବାଣ ଓ ରୋଷଣୀରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଯାଜପୁର ଜିଲ୍ଲାରେ ଜଣେ ଯୁବ ସମାଜସେବୀଙ୍କ ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ବାଜୁଛି ଘଣ୍ଟଘଣ୍ଟା, ଶଙ୍ଖ । ଗିନି ସାଙ୍ଗକୁ ଝାଞ୍ଜ ମୃଦଙ୍ଗ ବି ବାଜୁଛି । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ଆଗକୁ ଆଗକୁ ବଢୁଛି ଶୋଭାଯାତ୍ରା । ଢୋଲ ମୃଦଙ୍ଗ ବାଦ୍ୟରେ ଉଛୁଳି ପଡୁଛି ଗାଁ ଦାଣ୍ଡ । ଏ ଦୃଶ୍ୟ ଦେଖି ଅନେକ ଭାବୁଥିବେ କୌଣସି କଳସ ଶୋଭାଯାତ୍ରା କି ଦେବଦେବୀଙ୍କ ଆଗମନରେ ଗାଁରେ ଏମିତି ଭକ୍ତିମୟ ପରିବେଶ ହୋଇଥିବ । କିନ୍ତୁ ଆପଣଙ୍କର ଭାବନା ବିଲକୁଲ ଭୁଲ ।
ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇ ଦେଉଛନ୍ତି ଲୋକ। କେତେ କ’ଣ ସାଜସଜ୍ଜା ଆଉ ଚାକଚକ୍ୟରେ ବିବାହ କରୁଛନ୍ତି। ବାଜା, ବାଣ ଓ ରୋଷଣୀରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଯାଜପୁର ଜିଲ୍ଲାରେ ଜଣେ ଯୁବ ସମାଜସେବୀଙ୍କ ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା। #Jajpur#UniqueMarriage#OTVpic.twitter.com/9WF41VaBVj
— ଓଟିଭି (@otvkhabar) June 19, 2025
ଅଧିକ ପଢ଼ନ୍ତୁ: ଅନାଥ ଝିଅକୁ ଘରଣୀ କଲେ ସ୍କୁଲ ଶିକ୍ଷକ; କଳୁଷିତ ପ୍ରଥାକୁ କଲେ ଦୂର...
ଏମିତି ବାହାଘର ପ୍ରୋସସନ୍, ଯେଉଁଠି ନାହିଁ ବାଣ ରୋଷଣୀ କି ଡିଜେର ବିକଟାଳ ଶଦ୍ଦ । ମଦ ନିଶାରେ ମତୁଆଲା ବରଯାତ୍ରୀ ବି ନାହାନ୍ତି । ଫୁଲରେ ସୁସଜ୍ଜିତ ପାଲିଙ୍କି ଚଢ଼ି କନିଆ ଘରକୁ ଆସିଛି ବର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବାହାଦୂର ନଗରରେ ଦେଖିବାକୁ ମିଳିଥିଲା ଏଭଳି ନିରାଡମ୍ବର ଓ ନିଆରା ବାହାଘର । ମହତ ଚିନ୍ତାଧାରା ନେଇ ବାହା ହୋଇଛନ୍ତି ଯୁବ ସମାଜସେବୀ ଶିବ ପ୍ରସାଦ ସାମଲ । ବରବେଶରେ ଯିବା ବାଟରେ ଯାହାକୁ ଦେଖୁଥିଲେ ଧରାଇ ଦେଉଥିଲେ ବୃକ୍ଷରୋପଣ ପାଇଁ ଗଛ ଚାରାଟିଏ ।
ବିନା ଡିଜେ ଓ ବାଣରେ ବାହାଘରରେ ସମସ୍ତେ ଖୁସି । ମନ୍ଦିରରେ ବିବାହ କରିଥିଲେ ଶିବ ପ୍ରସାଦ । ପ୍ରୋସେସନରେ ସାମିଲ ହୋଇଥିଲେ ବନ୍ଧୁ, ପରିଜନ, ସାଙ୍ଗସାଥି ଓ କିଛି କିନ୍ନର । ଏଭଳି ନିଆରା ବାହାଘର ଆୟୋଜନରେ ଉଭୟ ପରିବାରର ସହମତି ରହିଥିଲା ।
ଚାହିଁଥିଲେ ବେଶ ଧୁମଧାମରେ ବାହା ହୋଇ ପାରିଥାଆନ୍ତେ ଶିବପ୍ରସାଦ। କିନ୍ତୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ଦିଗରେ ମହତ ଉଦ୍ଦେଶ୍ୟ ରଖି ନିଆରା ଢଙ୍ଗରେ ବାହା ହୋଇ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)