Advertisment

ଚର୍ଚ୍ଚାରେ ଆଦି ସ୍ୱରୂପା; ଏକା ସମୟରେ ୨ ହାତରେ ଲେଖୁଛନ୍ତି ୧୧ଟି ଭାଷା

ସୋସିଆଲ ମିଡିଆରେ ଅନେକ ପ୍ରତିଭା ଭାଇରାଲ୍‌ ହୋଇଥାଏ । ନିଜର ପ୍ରତିଭା ପାଇଁ ଅନେକ ଲୋକଙ୍କୁ ଲୋକଲୋଚନକୁ ଆଣିଥାଏ ସାମାଜିକ ଗଣମାଧ୍ୟମ । ନିଜର ପ୍ରତିଭା ଯୋଗୁଁ କେହି କେହି ଷ୍ଟାର୍‌ ମଧ୍ୟ ପାଲଟିଯାଆନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ୍‌ ହେବାର ଲାଗିଛି ।

author-image
Pramod Behera
ଅଦ୍ୟତନ ହୋଇଛି
This Ambidextrous Indian Kid Can Write In 11 Different Styles

This ambidextrous Indian kid can write in 11 different styles

ସୋସିଆଲ ମିଡିଆରେ ଅନେକ ପ୍ରତିଭା ଭାଇରାଲ୍‌ ହୋଇଥାଏ । ନିଜର ପ୍ରତିଭା ପାଇଁ ଅନେକ ଲୋକଙ୍କୁ ଲୋକଲୋଚନକୁ ଆଣିଥାଏ ସାମାଜିକ ଗଣମାଧ୍ୟମ । ନିଜର ପ୍ରତିଭା ଯୋଗୁଁ କେହି କେହି ଷ୍ଟାର୍‌ ମଧ୍ୟ ପାଲଟିଯାଆନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ୍‌ ହେବାର ଲାଗିଛି ।

Advertisment

ଭିଡିଓରେ ଯୁବତୀ ଜଣକ ଗୋଟିଏ ସମୟରେ ଦୁଇ ହାତରେ ଲେଖିଚାଲିଛନ୍ତି । ଅତି ସହଜରେ ତାହା ପୁଣି ଖୁବ ଶୀଘ୍ର । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାର ଲାଗିଛି । କଛି ଦର୍ଶକ ତାଙ୍କର ଏହି କଳାକୁ ପ୍ରଶଂସା କରିଥିବା ବେଳେ କିଛି ଦର୍ଶକ ତାଙ୍କର ବିଚକ୍ଷଣ ମସ୍ତିଷ୍କକୁ ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ: କୁନି ଝିଅ ହାତରେ ଯାଦୁ : ପେନସିଲ ଆର୍ଟ କରି ଚର୍ଚ୍ଚାରେ ସାରଦା ସୁମନ

Advertisment

ସୂଚନା ମୁତବକ ଆପଣ ଭିଡିଓରେ ଦେଖୁଥିବା ଯୁବତୀ ଜଣକଙ୍କ ନାଁ ଆଦି ସ୍ୱରୂପା । ଘର ତାଙ୍କର ମାଙ୍ଗାଲୁରୁ । ସେ ଅତି ସହଜରେ ୧୧ଟି ଭାଷାକୁ ଭଲ ଭାବେ ଲେଖିପାରନ୍ତି । ବିଶେଷ କରି ଇଂରାଜୀ ଓ କାନାଡ଼ା ଭାଷାକୁ ଖୁବଶୀଘ୍ର ଲେଖିପାରନ୍ତି ଆଦି ସ୍ୱରୂପା । ତାଙ୍କ କହିବା ଅନୁସାରେ ସେ ମାତ୍ର ଗୋଟିଏ ମିନିଟ୍‌ରେ ୪୫ଟି ୱାର୍ଡ ଲେଖିପାରନ୍ତି ।

ତାଙ୍କର ଏହି ଦକ୍ଷତା ପାଇଁ ତାଙ୍କୁ କିଛି ସଂଗଠନ ପୁରସ୍କୃତ ମଧ୍ୟ କରିଛି । ଗୋଟିଏ ମିନିଟ୍‌ରେ ୨ଟି ହାତରେ କାନାଡ଼ା ଓ ଇଂରାଜୀର ୪୫ଟି ଶବ୍ଦ ଲେଖିବା ପାଇଁ ଲତା ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି ଆଦି ସ୍ୱରୂପା । ସେପଟେ ଆଦି ସ୍ୱରୁପାଙ୍କୁ ତାଙ୍କର ଭିଜୁଆଲ୍‌ ମେମୋରୀ ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଛି ।

Hidden Talents Unique Talent Viral News
Advertisment
Advertisment