Advertisment

କ୍ୟାନସର୍‌ରୁ ସୁସ୍ଥ ହେବା ପରେ ୧୨ ହଜାର ଫୁଟ ପର୍ବତ ଚଢିଲେ ସ୍ୱାଗତିକା

ଏକ ଘରୋଇ ମେଡିକାଲ ପକ୍ଷରୁ ୮ ଜଣ କ୍ୟାନସର ସର୍‌ଭାଇବରଙ୍କୁ ମାଉଣ୍ଟେନ ଟ୍ରାକିଂର ସୁଯୋଗ ଦିଆଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Swagatika Acharya

Swagatika Acharya

ଜୀବନ ଯୁଦ୍ଧରେ ସେ ଜିତିଛନ୍ତି, କ୍ୟାନସର ଭଳି ମାରାତ୍ମକ ରୋଗକୁ ହରାଇ ବିଜୟିନୀ ସାଜିଛନ୍ତି। ସଂଘର୍ଷମୟ ଜୀବନର ଚଲାବାଟରେ ଏକାକି ଲଢି ନିଜେ ନିଜର ଶକ୍ତି ଓ ସାମର୍ଥ୍ୟ ବୋଲି ପ୍ରମାଣିତ କରିଛନ୍ତି। ସବୁ ପ୍ରତିକୁଳ ପରିସ୍ଥିତିର ସେ ଏକାକୀ ସାମ୍ନା କରିଛନ୍ତି, ଏଥିପାଇଁ କେବେ ହାରି ଯାଇନାହାନ୍ତି କି ମର୍ମାହତ ହୋଇ ପଡ଼ିନାହାନ୍ତି। ହତୋତ୍ସାହିତ ନ ହୋଇ କ୍ୟାନସରକୁ ପରାସ୍ତ କରିଛନ୍ତି ସିଲଭର ସିଟିର ସ୍ୱାଗତିକା ଆଚାର୍ଯ୍ୟ। ଅନ୍ୟ କ୍ୟାନସର ପୀଡ଼ିତାଙ୍କ ମନୋବଳ ବୃଦ୍ଧି ପାଇଁ ସେ ଘରୁ ଗୋଡ଼ କାଢ଼ିଛନ୍ତି। ସେମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏଥିପାଇଁ ସେ ଦୂର ରାଇଜ ଯାତ୍ରା କରି ଗିରିଶୃଙ୍ଗ ଆହୋରଣ କରିଛନ୍ତି। ସିଲଭର ସିଟିରୁ ସୁଦୁର ଡେରାଡୁନର ଦୟାରା ବୁଗୁଆଲ ପର୍ବତ ଚଢି ନୂଆ କିର୍ତ୍ତୀ ସୃଷ୍ଟି କରିଛନ୍ତି। କ୍ୟାନସରକୁ ନେଇ ଓ କ୍ୟାନସର ସମ୍ପର୍କରେ ସଚେତନତା ପାଇଁ ସେ ଏଭଳି ଦୁଃସାହସିକ କାର୍ଯ୍ୟ କରି ସଭିଙ୍କୁ ଚକିତ କରିଛନ୍ତି। 

Advertisment

ଏକ ଘରୋଇ ମେଡିକାଲ ପକ୍ଷରୁ ୮ ଜଣ କ୍ୟାନସର ସର୍‌ଭାଇବରଙ୍କୁ ମାଉଣ୍ଟେନ ଟ୍ରାକିଂର ସୁଯୋଗ ଦିଆଯାଇଥିଲା। ସ୍ବାଗତିକା ନିଜ ବାପାଙ୍କ ସହ ଏହି ଦୁଃସାହସିକ ଯାତ୍ରାରେ ସାମିଲ ହୋଇଥିଲେ।  ୧୨ ହଜାର ଫୁଟ ଉଚ୍ଚ ପର୍ବତ ଆରୋହଣ କରି ସେ ନୂଆ କିର୍ତ୍ତୀ ହାସଲ କରିଛନ୍ତି। ଦୀର୍ଘ ୪ ଦିନ ଧରି ଏହି ଯାତ୍ରା କରି ଶେଷରେ ଡେରାଡୁନର ଦୟାରା ବୁଗୁଆଲ ପର୍ବତ ଚଢିଥିଲେ ସ୍ୱାଗତିକା। ଆଗକୁ ଯଦି ସୁଯୋଗ ମିଳେ ତେବେ ଏଭେରେଷ୍ଟ ଆରୋହଣ କରିବେ ବୋଲି କହିଛନ୍ତି ସ୍ବାଗତିକା।  

କଟକ ବିଡାନାସୀ ଚହଟ୍ଟା ନଗରର ସ୍ବାଗତିକା ଆଚାର୍ଯ୍ୟ ୧୯ ବର୍ଷ ବୟସରେ କ୍ୟାନସର ଭଳି ମାରାତ୍ମକ ରୋଗରେ ଅାକ୍ରାନ୍ତ ହୋଇଥିଲେ  କ୍ୟାନସର ହୋଇଥିବା ଜାଣି ମଧ୍ୟ ସେ କେବେ ନିଜ ଜୀବନ ଯାତ୍ରାରେ ହାର୍ ମାନି ନଥିଲେ  ନିଜକୁ ନିଜେ ସମ୍ଭାଳିଥିଲେ ଓ ଚିକିତ୍ସା ଜାରି ରଖିଥିଲେ  ସକରାତ୍ମକ ଚିନ୍ତାଧାର ଯୋଗୁଁ ସେ କ୍ୟାନସରକୁ ହରାଇ ପାରିଛନ୍ତି  ଅାଇନ ଶିକ୍ଷା ସମାପ୍ତ ପରେ ଏବେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଅାରମ୍ଭ କରିଥିବା ସ୍ବାଗତିକା ଜଣେ ଉତ୍ତମ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସାଙ୍ଗକୁ ମଡେଲିଂ ମଧ୍ୟ କରୁଥିଲେ  ନିଜ ସୃଜନଶୀଳତା ପାଇଁ ସେ ଅନେକ ସ୍ଥାନରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି  

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି, ବିବର୍ତ୍ତନ ପଣ୍ଡା

Cancer Survivor Swagatika Acharya
Advertisment
Advertisment