Advertisment

ଶୋଭାଯାତ୍ରା କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘରେ ଛାଡ଼ିଲେ ଛାତ୍ରଛାତ୍ରୀ ଓ ଗାଁ ଲୋକେ

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ନଳିନୀପ୍ରଭା ପୃଷ୍ଟି l

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Emotional Farewell

ମୁଣ୍ଡରେ ପଗଡି ବେକରେ ଫୁଲମାଳ। ଗାଡିରେ ଛିଡାହୋଇ ହାତଯୋଡି ଗ୍ରାମବାସୀଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଛନ୍ତି ଜଣେ ମହିଳା। ପରେ ତାଙ୍କୁ କାନ୍ଧରେ ବସାଇ ପ୍ରୋସେସନ କରି ପୁରା ଗାଁ ବୁଲାଯାଉଛି। ଆପଣ ଭାବୁଥିବେ ଆମେ ବୋଧହୁଏ ଜଣେ ନେତ୍ରୀ କିମ୍ୱା ବିଧାୟିକାଙ୍କ କଥା କହୁଛୁ, ଯିଏ ନିଜ ନିର୍ବାଚନମଣ୍ଡଳୀକୁ ହୁଏତ ବୁଲିବାକୁ ଆସିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ହେଉଛନ୍ତି ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ । ଆଉ ତାଙ୍କର ଅବସରକାଳୀନ ବିଦାୟୀ ସମ୍ୱର୍ଦ୍ଧନା ପାଇଁ ଏତେ ଆୟୋଜନ ।

Advertisment

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଭୋଗପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ନଳିନୀପ୍ରଭା ପୃଷ୍ଟି l ସେହି ଗାଁରେ ଥିବା ତୋଟାପଡା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୨୭ ବର୍ଷ ଶିକ୍ଷକତା କରି ଅନେକ ପ୍ରତିଭା ତିଆରି କରିଛନ୍ତି l ହେଲେ ଆଜି ତାଙ୍କର ଅବସର ନେବାର ଦିନ। ତେଣୁ ତାଙ୍କୁ ବିଦାୟ ଦେଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ଗାଁ ଲୋକେ l ତାଙ୍କ ଅବଦାନକୁ ସବୁଦିନ ପାଇଁ ମନେ ରଖିବା ସହିତ ତାଙ୍କୁ ମାନପତ୍ର ସହ ଉତ୍ତରୀୟ ଓ ଅନେକ ଉପହାର ପ୍ରଦାନ କରିଛନ୍ତି ଗ୍ରାମବାସୀ।

ନିଜର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେବାପାଇଁ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ବ୍ୟାଣ୍ଡ ବାଜା ବଜାଇ ପ୍ରଥମେ ଦିଦିଙ୍କୁ ଗାଁର ଠାକୁରାଣୀଙ୍କ ପାଖକୁ ନିଆଯାଇଥିଲା । ପରେ ପିଲାମାନେ ତାଙ୍କୁ କାନ୍ଧରେ ବସାଇ ସୁସଜ୍ଜିତ ଗାଡି ପାଖକୁ ନେଇଥିଲେ । ପରେ ପ୍ରୋସେସନ କରି ତାଙ୍କୁ ସାରା ଗାଁ ବୁଲାଇଥିଲେ ଗ୍ରାମବାସୀ । ଏହାପରେ ସ୍କୁଲ ଠାରୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଘର ପର୍ଯ୍ୟନ୍ତ ତାଙ୍କୁ ବାଜା ବଜାଇ ସମ୍ମାନର ସହ ନେଇଥିଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ । ଗ୍ରାମବାସୀ କହିଛନ୍ତି, ଶିକ୍ଷୟତ୍ରୀଙ୍କ ସ୍କୁଲ ପ୍ରତି ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ ।

Advertisment

ପ୍ରକୃତରେ ଜଣେ ଶିକ୍ଷକଙ୍କୁ ତାଙ୍କ ଅବସର ସମୟରେ ଏପରି ସମ୍ମାନ ମିଳିବା ଗର୍ବର ବିଷୟ l ତେବେ ନଳିନୀ ଦିଦିଙ୍କ କାର୍ଯ୍ୟକୁ ଦେଖି ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ନିଶ୍ଚୟ ପ୍ରେରଣା ପାଇବେ l

Teacher Memorable Farewell
Advertisment
Advertisment