Advertisment

Strawberry Farming In Odisha: ମହିଳାଙ୍କୁ ରୋଜଗାରର ପନ୍ଥା ଯୋଗାଇଛି ଷ୍ଟ୍ରବେରୀ; ଲାଭ ସହ ଦେଇଛି ନୂଆ ପରିଚୟ

ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।

ଅଦ୍ୟତନ ହୋଇଛି
Strawberry Farming In Odisha's Kandhamal Empowers Women Financially

Strawberry

Advertisment

ଷ୍ଟ୍ରବେରୀ ଚାଷ ଦେଇଛି ପରିଚୟ। ମହିଳାଙ୍କୁ କରୁଛି ସ୍ୱାବଲମ୍ୱୀ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରେଡାକିଆ ପଂଚାୟତର ମହିଳାମାନେ ଷ୍ଟ୍ରବେରୀ କରି ମାଲାମାଲ୍ ହୋଇପାରିଛନ୍ତି। ଗତବର୍ଷ ଏହିରୁ ବେଶ୍ ଦି ପଇସା ଲାଭ କରିବା ପରେ ଏଥର ବି ଚାଷ କରିବାକୁ ମନ ବଳାଇଛନ୍ତି। ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କ୍ଷେତରେ ପରିଶ୍ରମର ଫଳ ଦେଖି ବେଶ୍ ଆନନ୍ଦିତ।

Advertisment

କ୍ଷେତରେ ଲାଗିଛି ଧାଡିକି ଧାଡି ଷ୍ଟ୍ରବେରୀ । ସବୁଜ ଚାରା ଭିତରେ ଫଳିଛି ଲାଲ୍ ଲାଲ୍ ଷ୍ଟ୍ରବେରୀ । ଆନନ୍ଦରେ ତୋଳୁଛନ୍ତି ମହିଳା । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରେଡାକିଆ ଗ୍ରାମ ପଂଚାୟତର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ୱୀ ହୋଇପାରିଛନ୍ତି। ଦୁଇ ମାସ ପୂର୍ବରୁ କ୍ଷେତରେ ଲାଗିଥିବା ଷ୍ଟ୍ରବେରୀକୁ ଏବେ ଅମଳ କରୁଛନ୍ତି । ଯାହାକୁ ନେଇ ମହିଳାମାନଙ୍କ ମଧ୍ୟରେ ଏବେ ଖୁସିର ଲହରୀ ଖେଳିଯାଇଛି ।

ଅଧିକ ପଢ଼ନ୍ତୁ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୃଦ୍ଧାବସ୍ଥା; ବୟସ ୮୦, ରୋଜଗାର ଲକ୍ଷ ଲକ୍ଷ...

Advertisment

ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି । ସ୍ଥାନୀୟ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟିକା ଗୋଷ୍ଠୀ ଦୁଇ ଏକର କ୍ଷେତରେ ପାଖାପାଖି ୪୦ ହଜାର ଷ୍ଟ୍ରବେରୀ ଚାରା ରୋପଣ କରିଛନ୍ତି। ଗତବର୍ଷ ଏହି ଚାଷରୁ ମହିଳାମାନେ ୧୧ ଲକ୍ଷ ଟଙ୍କା ଲାଭ କରିଥିଲେ । ଚଳିତବର୍ଷ ମଧ୍ୟ ଅଧିକ ଲାଭ କରିବାକୁ ଆଶା ରଖିଛନ୍ତି ।

ପୂର୍ବରୁ ମହିଳାମାନେ ପାରମ୍ପରିକ ହଳଦୀ ଚାଷ ସମେତ ବିଭିନ୍ନ ପନିପରିବା ଚାଷ କରି ପରିବାର ଚଳାଉଥିଲେ । କିନ୍ତୁ ସରକାର ସେମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ଏହି ଚାଷ କରିବାକୁ ପ୍ରବର୍ତ୍ତାଇଥିଲେ ।  ୨ ବର୍ଷ ପୂର୍ବେ ଏହି ମହିଳାମାନେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଥିଲେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମହିଳା ଗୋଷ୍ଠୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଷ୍ଟ୍ରବେରୀ ଚାରା, ତାର ବାଡ ଓ ବୋରିଂ ଆଦି ଯୋଗାଇ ଦିଆଯାଇଛି । ଅନ୍ୟପଟେ ସରକାର ମହିଳାମାନଙ୍କୁ ଅର୍ଥକରୀ ଷ୍ଟ୍ରବେରୀ ଚାଷ ପାଇଁ ପ୍ରୋତ୍ସାହିତ କରୁଥିବାରୁ ବେରେଡାକିଆ ପଞ୍ଚାୟତର ସରପଞ୍ଚ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଛାଡ଼ିଦେଲେ ବ୍ୟାଙ୍କ ଚାକିରି, ଛୋଟିଆ କୋଠରୀରୁ ମାସିକ ରୋଜଗାର ୫ ଲକ୍ଷ

Kandhamal Farming In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ