/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723446737.jpg)
Odisha Teacher
ପିଲାଟି ଦିନରୁ ଥିଲା କିଛି ନୂଆ କରିବାର ଆଶା, ଆଉ ସେଇ ଆଶା, ନୂଆ ପରିକଳ୍ପନା ବାସ୍ତବ ରୂପ ନେଲା । ଆପଣ ଭାବୁଥିବେ କୌଣସି ହୋଟେଲ୍ କି କୌଣସି ବଡ଼ ବଡ଼ିଆ ଲୋକଙ୍କ ଘର ହୋଇଥିବ ନିଶ୍ଚୟ । ଜଣେ ଶିକ୍ଷକଙ୍କ ସ୍ୱପ୍ନ । ଆଉ ସେହି ସ୍ୱପ୍ନ ଆଜି ଯେମିତି ସୁନେଲି ସକାଳରେ ପରିଣତ ହୋଇଛି । ତାଙ୍କ ସ୍କୁଲ କୁତ୍ରା ଉଚ୍ଚ ବିଦ୍ୟାଳୟ ପାଇଛି ନୂଆ ଜୀବନ । ଝଲସୁଛି, ହସୁଛି... ଆଉ କୁନିକୁନି ପିଲାମାନଙ୍କୁ ମଣିଷ କରି ଗଢ଼ିତୋଳିବାକୁ ଯେମିତି ହାତଠାରି ଡାକୁଛି ।
ଏମିତି ଏକ ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି । ପୂର୍ବରୁ ଖପର ଘରେ ପିଲାମାନେ ପାଠ ପଢ଼ୁଥିଲେ । ହେଲେ ଶିକ୍ଷକ ବିଭୀଷଣ ବାରିକଙ୍କ ଉଦ୍ୟମରେ ସ୍କୁଲ ନୂଆ ଜୀବନ ପାଇଛି । ସ୍କୁଲକୁ ନୂଆ ରୂପ ଦେବାକୁ ପ୍ରଥମେ ଏଠାରେ ପଢ଼ୁଥିବା ପୁରାତନ ଛାତ୍ର ଓ ଗ୍ରାମବାସୀଙ୍କ ସାହାଯ୍ୟ ନେଇଥିଲେ ବାରିକ୍ ସାର୍ । ଯାହାଫଳରେ ଏହି ସ୍କୁଲ ଏବେ ନୂଆ ରୂପ ନେବା ସହ ପିଲାମାନଙ୍କ ଭବିଷ୍ୟତ ଗଢ଼ିଚାଲିଛି ।
ଏହି ଉଚ୍ଚ ବିଦ୍ୟାଳୟରେ ୮ମରୁ ୧୦ମ ଯାଏଁ ମୋଟ୍ ୭୫୦ରୁ ଅଧିକ ପିଲା ପାଠ ପଢ଼ନ୍ତି । ବର୍ତ୍ତମାନ ସୁଦ୍ଧା କୁତ୍ରା ଉଚ୍ଚ ବିଦ୍ୟାଳୟ ଜାତୀୟ ଗ୍ରୀନ ପୁରସ୍କାର, ସ୍ୱଚ୍ଛତା ପୁରସ୍କାର, ୩ଥର ପ୍ରକୃତି ମିତ୍ର ପୁରସ୍କାର ସହିତ ୫ ଥର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇସାରିଛି । ଯାହାକୁ ନେଇ ଅଞ୍ଚଳବାସୀ ଖୁବ୍ ଗର୍ବ ଅନୁଭବ କରନ୍ତି ।
କିଛି ସରକାରୀ ସ୍କୁଲରେ ପିଲା ନହେବାରୁ ସ୍କୁଲକୁ ବନ୍ଦ କରିଦିଆଯାଉଛି । କିନ୍ତୁ ଏହି ବିଦ୍ୟାଳୟରେ ମାତ୍ର ତିନୋଟି ଶ୍ରେଣୀରେ ୭୫୦ରୁ ଊର୍ଦ୍ଧ୍ୱ ପିଲା ପଢିବା ଯେମିତି ସମସ୍ତଙ୍କୁ ଚକିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)