• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବୃତ୍ତି ଶିକ୍ଷକତା, ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା । ପିଲାଟି ଦିନରୁ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ସେ ଉଦ୍ୟମ କରିଥିଲେ। ଆଉ ଏବେ ନିଜ ଗାଁକୁ ସବୁଜ ସୁନ୍ଦର କରିବାକୁ ଲାଗିପଡ଼ିଛନ୍ତି  । ସେହି ୩୦ବର୍ଷ ଦ୍ବାରା  ଗାଁର ଏକ ଶ୍ମଶାନକୁ ମନ୍ଦିରରେ ପରିଣତ କରିବା ସହିତ ଏକ ଲଣ୍ଡା ପାହାଡକୁ ସବୁଜିମାରେ ଭରି ଦେଇଛନ୍ତି। ତାଙ୍କର ଏପରି ସଫଳତା ପାଇଁ ଗ୍ରାମଟି ଏବେ ଜିଲ୍ଲା ତଥା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଭଳି କରିଛନ୍ତି ନିରଞ୍ଜନ ସାହୁ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତର ଟାଙ୍ଗର ଗାଁ । ଗାଁର ନିରଞ୍ଜନ ସାହୁ ବୃତ୍ତିରେ ଜଣେ ଶିକ୍ଷକ । ପିଲାଟି ଦିନରୁ ଗଛ ଲଗାଇବା ଓ ସଫେଇ କରିବା ପ୍ରତି ତାଙ୍କର ରୁଚି ରହିଥିଲା । ଚାକିରିରୁ ଅବସର ଗ୍ରହଣ ପରେ ଅଧିକ ସମୟ ମିଳିବାରୁ  ଗ୍ରାମ ତଥା ଆଖପାଖ ଅଞ୍ଚଳରେ ର ପରିବେଶ ସୁରକ୍ଷା ଓ ସ୍ବଚ୍ଛତାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଆନନ୍ଦପୁର ବ୍ଲକ୍ କାଠକଟା ପଞ୍ଚାୟତ ଟାଙ୍ଗର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁ । ତାଙ୍କର ଉଦ୍ୟମରେ ଟାଙ୍ଗର ଗ୍ରାମର ଟାଙ୍ଗରା ଭୁଇଁରେ ମନୋଲୋଭା ସବୁଜ ପରିବେଶ ସୃଷ୍ଟି ହୋଇଛି। ଏପରିକି ଗ୍ରାମର ଶ୍ମଶାନ ଏବେ ମନ୍ଦିରରେ ପରିଣତ ହୋଇଛି । 

ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ପ୍ରଶାଂସ କରିବା ସହିତ ତାଙ୍କର ଏହି ଉଦ୍ୟମ ଶିକ୍ଷକ ସମାଜକୁ ପ୍ରଭାବିତ କରିବ ବୋଲି କହିଛନ୍ତି । 

ଗାଁର ମଶାଣି ଭୂଇଁରୁ ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି I ମଶାଣିରେ ମନ୍ଦିର ପ୍ରତିଷ୍ଠା କରି ପରିବେଶକୁ ବଦଳାଇବାରେ ନିରଞ୍ଜନ ସକ୍ଷମ ହୋଇଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now