Advertisment

Shubhashree Fights for Family's Future: ସାବାସ୍ ଶୁଭଶ୍ରୀ...ବାପାଙ୍କ ଦୁଃଖ ଦୂରେଇବା ପାଇଁ ଝିଅ କରୁଛି ସଂଘର୍ଷ...

ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ କରି ନିଜର ଭବିଷ୍ୟତ ନିଜେ ଗଢୁଛନ୍ତି । ଆଉ ନିଜ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ କରିଚାଲିଛନ୍ତି ପରିଶ୍ରମ।

ଅଦ୍ୟତନ ହୋଇଛି
Shubhashree Fights for Family's Future

Shubhashree Fights for Family's Future

Advertisment

ସିଏ ବାପାଙ୍କର ସୁନାଝିଅ। ତାଙ୍କ କୁନି କୁନି ଆଖିରେ ଆଖିଏ ସ୍ୱପ୍ନ। ମନରେ ତାଙ୍କର ଅସୀମିତ ଆଶା। ଖାସ ସେଇଥିପାଇଁ ସେ ଏତେ ଅଳ୍ପ ବୟସରୁ ଘରର ବୋଝକୁ ନିଜ କାନ୍ଧକୁ ନେଇଛନ୍ତି। ଆଉ ପଙ୍କରୁ ପଦ୍ମ ଫୁଟିବା ପରି ସଂଘର୍ଷ କରି ନିଜର ଭବିଷ୍ୟତ ନିଜେ ଗଢୁଛନ୍ତି । ଆଉ ନିଜ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ କରିଚାଲିଛନ୍ତି ପରିଶ୍ରମ।  ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅମୃତିଆ ଗାଁର ଶ୍ରୀକାନ୍ତ ମାଝୀଙ୍କ ଝିଅ ଶୁଭଶ୍ରୀ। ବାପା ଏକ ଜଳଖିଆ ଦୋକାନରେ କାମ କରନ୍ତି। ସେଇଥିରୁ ଯାହା ଟଙ୍କା ଆସେ ଚୁଲି ଜଳେ ଓ ଦୁଇ ପିଲା ପାଠ ପଢ଼ନ୍ତି । ଝିଅ ଶୁଭଶ୍ରୀ ଯୁକ୍ତ ତିନିରେ ପଢିବା ସହ ଭଲ ଚିତ୍ରାଙ୍କନ ମଧ୍ୟ କରନ୍ତି । ସେହି ଚିତ୍ରକୁ ଶୁଭଶ୍ରୀ ନିଜ ୟୁଟୁବ ଚ୍ୟାନେଲରେ ପୋଷ୍ଟ କରି କିଛି ଟଙ୍କା ଉପାର୍ଜନ କରୁନ୍ତି। ଯାହା ଉଭୟ ଭାଇ ଭଉଣୀଙ୍କ ପାଠପଢା ପାଇଁ ସହାୟ ହୋଇପାରିଛି। 

Advertisment

ତେବେ ଏନେଇ OTVରେ ଖବର ପ୍ରସାରଣ କରାଯାଇଥିଲା। ଯାହାକୁ ଦେଖି ଯାଜପୁର କୁଆଖିଆ ଅଂଚଳରେ ଥିବା ସରସ୍ୱତୀ କଳାନିକେତନର ଶିକ୍ଷକ ଓ କର୍ମକର୍ତ୍ତା ଶୁଭଶ୍ରୀଙ୍କ ଘରେ ପହଞ୍ଚିଥିଲେ। 

ଅଧିକ ପଢ଼ନ୍ତୁ: ବାରିକ୍‌ ସାର୍‌ଙ୍କ ଯବାନ ତିଆରି କାରଖାନା, ପାଦ ପଡ଼ିଲେ ଚାକିରି ଥୁଆ !

Advertisment

ପିଲାଟିଦିନରୁ ଶୁଭଶ୍ରୀଙ୍କ ଚିତ୍ରାଙ୍କନ ପ୍ରତି ଦୁର୍ବଳତା ଅଛି। ଦଶମ ଶ୍ରେଣୀରୁ ବିଭିନ୍ନ ଚିତ୍ର ଆଙ୍କି ଅନେକ ସ୍ଥାନରୁ ପୁରସ୍କୃତ ହୋଇଛନ୍ତିl ଯେକୌଣସି ଫଟୋ ଓ ବ୍ୟକ୍ତିଙ୍କୁ ଦେଖି ଅଳ୍ପ ସମୟ ମଧ୍ୟରେ ସେ ତାଙ୍କର ଅବିକଳ ଚିତ୍ର ଆଙ୍କି ପାରନ୍ତି। ଏ ଲୁକ୍କାୟିତ ପ୍ରତିଭାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସରସ୍ୱତୀ କଳାନିକେତନର ଶିକ୍ଷକ ଓ କର୍ମକର୍ତ୍ତା। ଆଉ ଶୁଭଶ୍ରୀଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କରିବା ସହ ତାଙ୍କ ଅନୁଷ୍ଠାନରେ ବିନା ମୂଲ୍ୟରେ ଶିକ୍ଷାଲାଭ କରିବାକୁ ନିମନ୍ତ୍ରଣ କରିଥିଲେ। ସରସ୍ଵତୀ କଳା ନିକେତନର ଏହି ସହାୟତା ପାଇ ଶୁଭଶ୍ରୀ ବହୁତ ଖୁସି। ତାଙ୍କ କଳାକୁ ଭଲ ପାଇ ତାଙ୍କୁ ସାହାଯ୍ୟ ଯୋଗାଇଦେଇଥିବାରୁ ସେ ଅନୁଷ୍ଠାନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଶୁଭଶ୍ରୀଙ୍କ ପରି ପ୍ରତିଭାଙ୍କୁ ସହାୟତା ଯୋଗାଇ ଦେଲେ ସେ ଆହୁରି ଆଗକୁ ବଢିପାରିବେ। ବାପାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପରିବାରକୁ ସାହାଯ୍ୟ କରି ପାରିବେ। ଏଥିପାଇଁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ, ସ୍ୱାମୀଙ୍କ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରି କଲେ ପ୍ରାଣ ପ୍ରତିଷ୍ଠା

 

Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ