Advertisment

ଗୋଟିଏ ବିଦ୍ରୂପ ବଦଳେଇଦେଲା ଜୀବନ; କଲେକ୍ଟର୍ ହେଇଗଲେ ପ୍ରିୟଙ୍କା ଶୁକ୍ଲା

ଅନେକ ଲୋକ ତ ଥଟ୍ଟା ତାମସାର ଶିକାର ହୋଇଥାନ୍ତି। ଏନେଇ କେହି ଭାଙ୍ଗିପଡୁଥିବା ବେଳେ କେହି ଏହାକୁ ଭୁଲିଯାଆନ୍ତି। କିନ୍ତୁ ପ୍ରିୟଙ୍କା ଶୁକ୍ଲା ଏହାକୁ ନିଜ ହୃଦୟକୁ ନେଇଗଲେ ଆଉ କଲେକ୍ଟର୍ ହେବା ନେଇ ଲକ୍ଷ୍ୟ ସ୍ଥିର କରିନେଲେ। ଜାଣନ୍ତୁ କ’ଣ ହେଲା…

author-image
Pramod Behera
ଅଦ୍ୟତନ ହୋଇଛି
UPSC Success Story

Priyanka shukla turn mbbs doctor to collector after a taunt

ପ୍ରାୟ ଲୋକ ଥଟ୍ଟାକରି କୁହନ୍ତି ‘ତୁ କେଉଁଠିକାର ଜଜ୍ ନା କେଉଁଠିକାର କଲେକ୍ଟର୍’। ଅନେକ ଲୋକ ତ ଏହାକୁ କେବଳ ଥଟ୍ଟାମଜ୍ଜାରେ ନେଇଯାଆନ୍ତି ଆଉ ଭୁଲିଯାଆନ୍ତି। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ହୃଦୟକୁ ନେଇଯାଆନ୍ତି ଆଉ ନିଜ ଜୀବନର ଲକ୍ଷ୍ୟ କରିଦିଅନ୍ତି। ସେମାନଙ୍କ ମଧ୍ୟରେ ଆଇଏଏସ୍ ଅଧିକାରୀ ପ୍ରିୟଙ୍କା ଶୁକ୍ଲା ଜଣେ। ସେ ୨୦୦୬ରେ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ୍‌ କଲେଜ୍‌ରେ MBBS କରୁଥିବାବେଳେ IAS ଅଧିକାରୀ ହେବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ତାଙ୍କ ବାପା ସବୁବେଳେ ଚାହୁଁଥିଲେ ଯେ ତାଙ୍କ ଝିଅର ନାଁକୁ ନେମ୍ ପ୍ଲେଟ୍‌ରେ କଲେକ୍ଟର୍‌ ପ୍ରିୟଙ୍କା ଶୁକ୍ଲା ଭାବେ ଦେଖିବା ପାଇଁ। କିନ୍ତୁ ପ୍ରିୟଙ୍କା ଡାକ୍ତର ହେବାକୁ ଜିଦ୍ ଧରିଥିଲେ। ସେ MBBS ଶେଷ୍ କରିବା ପରେ ଲକ୍ଷ୍ନୌରେ ଅଭ୍ୟାସ ଆରମ୍ଭ କରିଥିଲେ। ଏହି ସମୟରେ ସେ ଆଖପାଖ ବସ୍ତିଗୁଡିକୁ ଯାଇ ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଉଥିଲେ।

ଏମିତି ଗୋଟିଏ ଦିନ ସେ ଅଭ୍ୟାସ ଛାଡି ଏକ ବସ୍ତିକୁ ଯାଇଥିଲେ। ଏଠାରେ ସେ ଦେଖିଲେ ଯେ ଜଣେ ମହିଳା ମଇଳା ପାଣି ପିଉଛନ୍ତି ଏବଂ ନିଜ ପିଲାକୁ ମଧ୍ୟ ସେହି ପାଣି ଦେଉଛନ୍ତି। ପ୍ରିୟଙ୍କା ମହିଳାଙ୍କୁ ସେହି ପାଣି ନ ପିଇବାକୁ ଏବଂ ପିଲାକୁ ନଦେବାକୁ ପରାମର୍ଶ ଦେଇଥିଲେ। ମହିଳା ଜଣକ ତାଙ୍କ ପରାମର୍ଶକୁ ଗ୍ରହଣ କଲେ ନାହିଁ। ଅନ୍ୟପକ୍ଷରେ ଥଟ୍ଟା କରି କହିଲେ ଯେ ‘ତୁମେ କେଉଁଠିକାର କଲେକ୍ଟର କି, ତମ କଥା ମାନିନେବି।’

Advertisment

ଅଧିକ ପଢ଼ନ୍ତୁ: ଗୋଟିଏ ଦିନର କୁନି କଲେକ୍ଟର : ସିଟ୍‌ରେ ବସିବା କ୍ଷଣି ଅର୍ଡର ଦେଲେ ନବ୍ୟା

ପ୍ରିୟଙ୍କା ଶୁକ୍ଲା ଏହି କଥାକୁ ନିଜ ହୃଦୟକୁ ନେଇଯାଇଥିଲେ। ସେ ଏହି ସମୟରେ ସ୍ଥିର କରିନେଲେ ଯେ ସେ ଚାହୁଁଥିବା ପରିବର୍ତ୍ତନ ପାଇଁ ତାଙ୍କୁ କଲେକ୍ଟର୍‌ ହିଁ ହେବାକୁ ପଡ଼ିବ।

ଦ୍ୱିତୀୟ ପ୍ରୟାସରେ IAS:

ଏହି ଘଟଣା ପରେ ପ୍ରିୟଙ୍କା ଶୁକ୍ଲା ଆଇଏଏସ୍ ହେବା ଦିଗରେ ଯାତ୍ରା ଆରମ୍ଭ କରିଦେଲେ। ତାଙ୍କର ପ୍ରଥମ ଚେଷ୍ଟା ବିଫଳ ହେଲା। ଦ୍ୱିତୀୟ ପ୍ରୟାସରେ ସେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷା ପାଶ୍ କରିବାରେ ସକ୍ଷମ ହୋଇଥିଲେ। ୨୦୦୯ରେ, ସେ ଜଣେ IAS ଅଧିକାରୀ ହୋଇଗଲେ ଆଉ ଛତିଶଗଡ କ୍ୟାଡର୍‌ ପାଇଲେ। ବର୍ତ୍ତମାନ ସେ ଛତିଶଗଡ ସରକାରଙ୍କ ବିଶେଷ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ କାମ କରୁଛନ୍ତି।

ଏହା ସହିତ ସେ ସହରୀ ପ୍ରଶାସନ ଏବଂ ବିକାଶ ନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱକୁ ମଧ୍ୟ ପରିଚାଳନା କରୁଛନ୍ତି। ଏହାପୂର୍ବରୁ ସେ ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଥିଲେ।

ଆଇଏଏସ୍ ଅଧିକାରୀ ପ୍ରିୟଙ୍କା ଶୁକ୍ଲା ତାଙ୍କ କାମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଜଣେ ପ୍ରଶାସନିକ ଅଧିକାରୀ ହେବା ବ୍ୟତୀତ ସେ ଜଣେ ସମସାମୟିକ ନୃତ୍ୟଶିଳ୍ପୀ ମଧ୍ୟ। ଖାଲି ଏତିକି ନୁହେଁ ସେ କବିତା ମଧ୍ୟ ଲେଖନ୍ତି ଆଉ ଗୀତ ଏବଂ ଚିତ୍ରକଳାକୁ ମଧ୍ୟ ଭଲ ପାଆନ୍ତି। ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏହି ସୂଚନା ଦେଇଛନ୍ତି। ଆଇଏଏସ୍ ପ୍ରିୟଙ୍କା ଶୁକ୍ଲାଙ୍କୁ ଦୁଇଥର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସମ୍ମାନିତ କରିଛନ୍ତି। 

Women Empowerment Successful Woman Successful Story
Advertisment
Advertisment