Advertisment

Rashmita's Educational Challenges: ସରକାରଙ୍କୁ ଗୁହାରି କରୁଛି ରଶ୍ମିତା...ବନ୍ଧା ପଡ଼ିଛି ଘର, ପାଠ ପଢ଼ିବାକୁ ନାହିଁ ଟଙ୍କା...

ପାଦ ବାହାରକୁ ନବାହାର କଲେ ଘର ଚଳୁନି । ଏଥର ମାଟ୍ରିକ ପରୀକ୍ଷାରେ ୪୧୯ ନମ୍ୱର୍ ରଖି ବି -୨ ଗ୍ରେଡ୍‌ରେ ପାସ କରିଛନ୍ତି ରଶ୍ମିତା l ଅଧିକ ପାଠ ପଢ଼ିବାକୁ ଇଚ୍ଛାଥିଲେ ମଧ୍ୟ ଅର୍ଥ ନଥିବାରୁ ସବୁ କିଛି ଅଧାରେ ରହିଯାଇଛି ।

ଅଦ୍ୟତନ ହୋଇଛି
Rashmita's Educational Challenges

Rashmita's Educational Challenges

Advertisment

କୁଲି ମଜୁରୀ ନଲାଗିଲେ ଘରେ ଚୁଲି ଜଳୁନି । ପାଦ ବାହାରକୁ ନବାହାର କଲେ ଘର ଚଳୁନି । ଏଥର ମାଟ୍ରିକ ପରୀକ୍ଷାରେ ୪୧୯ ନମ୍ୱର୍ ରଖି ବି -୨ ଗ୍ରେଡ୍‌ରେ ପାସ କରିଛନ୍ତି ରଶ୍ମିତା l ଅଧିକ ପାଠ ପଢ଼ିବାକୁ ଇଚ୍ଛାଥିଲେ ମଧ୍ୟ ଅର୍ଥ ନଥିବାରୁ ସବୁ କିଛି ଅଧାରେ ରହିଯାଇଛି । ଅଭାବ ହେତୁ ଘର ଓ ସବୁ ଜମି ବାଡ଼ି ସାହୁକାର ପାଖରେ ବନ୍ଧା ପଡିଛି l ତେଣୁ ସରକାର ସାହଯ୍ୟ କଲେ କଲେଜରେ ପାଠ ପଢିବାକୁ ଆଶା ରଖିଛି ମେଧାବୀ ଛାତ୍ରୀ ରଶ୍ମିତା  l 

Advertisment

ଗଜପତି ଜିଲ୍ଲା ମୋହନା ବ୍ଲକ କେନ୍ଦୁପଦା ସୌରା ସାହିରେ ରଶ୍ମିତା ଗମାଙ୍ଗଙ୍କ ଘର । ଦୁଇ ବର୍ଷ ପୂର୍ବରୁ ବାପା ଚାଲିଯିବା ପରେ ଘରର ଆର୍ଥିକ ସ୍ଥିତ ପୂରା ଭାଙ୍ଗିପଡ଼ିଛି । ବଡ଼ ଭାଇ ମାଟ୍ରିକ ପାସ୍ ପରେ ଟଙ୍କା ଅଭାବରୁ ପାଠ ନପଢ଼ିପାରି ଦାନଖଟିବାକୁ ଯାଇଛନ୍ତି l ଘରର ଦାରିଦ୍ର୍ୟତା କାରଣରୁ ଜଣେ ଭଉଣୀ ଓ ସାନ ଭାଇ ମଧ୍ୟ ଏବେ ପାଠଛାଡ଼ି ଘରେ ରହୁଛନ୍ତି l ତେଣୁ ଅର୍ଥବଳ ନଥିବାରୁ ଆଗକୁ ମେଧାବୀ ଛାତ୍ରୀ ରଶ୍ମିତାଙ୍କ ପାଠ ପଢ଼ାରେ ଡୋରୀ ପଡ଼ିବାକୁ ଯାଉଛି ।  

ଅଧିକ ପଢ଼ନ୍ତୁ: ଡ୍ରେନ ପାଇଁ ହିନସ୍ତା ପରିବାର, ଘରୁ ବାହାରିଲେ ସିଡି ଭରସା...

ସେପଟେ ଏ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ଆମେ ରଶ୍ମିତାଙ୍କୁ ଯଶୋଦା ଯୋଜନାରେ ଅନ୍ତର୍ଭୁକ୍ତ କରି ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରିବୁ l

Advertisment

ତେବେ ଅର୍ଥ ଅଭାବରୁ ରଶ୍ମିତାଙ୍କ ପାଠପଢ଼ାରେ ବାଧା ଉପୁଜୁଛି । ଏମିତିକି ତାଙ୍କ ଭାଇ-ଭଉଣୀ ମଧ୍ୟ ପାଠ ପଢ଼ିପାରୁନାହାନ୍ତି । ତେଣୁ ସରକାରୀ ସହାୟତା ଓ ପ୍ରଶାସନର ସାହାଯ୍ୟ ନିଆତି ଆବଶ୍ୟକ ହୋଇପଡ଼ିଛି । 

ଅଧିକ ପଢ଼ନ୍ତୁ: ଡାଇନିଂ ଟେବୁଲରେ ସେବନ କରନ୍ତୁନି ମହାପ୍ରସାଦ

Human Interest Story Human Interest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ