Jackfruit Farming : ସ୍ୱାବଲମ୍ବୀ କରୁଛି ପଣସ ଚାଷ ; ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଛି ଟନ୍ ଟନ୍ ପଣସ କଠା

ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ଚାଷକୁ ସୁହାଉଥିବା ବେଳେ ଜୈବିକ ପଦ୍ଧତି ଚାଷ କରୁଥିବାରୁ ବଜାରରେ ନିୟମଗିରି ପଣସର ବେଶ୍ ଚାହିଦା ରହିଛି ।

ପଣସ କଲା ମାଲେମାଲ୍ ।

ପଣସ କଲା ମାଲେମାଲ୍ । ସୁଆଦ ଯେମିତି, ଚାହିଦା ବି ସେମିତି । ରାଜ୍ୟ ବାହାରକୁ ଯାଉଛି ନିୟମଗିରିର ପଣସ । ରାୟଗଡ଼ା ନିୟମଗିରି ଅଞ୍ଚଳରେ ଉତ୍ପାଦିତ ପଣସର ଡିମାଣ୍ଡ ଏବେ ରାୟଗଡ଼ାରୁ ଗୁଜୁରାଟ । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ବାହାରକୁ ଯାଉଛି ଟନ୍ ଟନ୍ ପଣସ । ଛତିଶଗଡ଼, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟ ଭଳି ରାଜ୍ୟକୁ ଟ୍ରକ୍ ଓ ଟ୍ରେନ୍ ଯୋଗେ ପଣସ ବୋହି ନେଉଛନ୍ତି ବ୍ୟବସାୟୀ

ଏବେ ପଣସ କଠା କେଜିକୁ ୩୦ରୁ ୪୫ ଟଙ୍କାରେ ବିକ୍ରି ଚାଲିଛି । ଅବଶିଷ୍ଟ ପଣସ ପାଚିଲେ ବିକିବାକୁ ରଖିଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ବିଭିନ୍ନ ଫଳ ଚାଷକୁ ସୁହାଉଥିବା ବେଳେ ସପୁରୀ ଓ ପଣସ ଚାଷ ଏମାନଙ୍କ ଆୟର ପ୍ରମୁଖ ଉତ୍ସ ।

ଡଙ୍ଗରିଆ କନ୍ଧଙ୍କୁ ସ୍ବାବଲମ୍ବୀ କରୁଛି ପଣସ ଚାଷ । ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ ଅଞ୍ଚଳର ପାଣିପାଗ ଚାଷକୁ ସୁହାଉଥିବା ବେଳେ ଜୈବିକ ପଦ୍ଧତି ଚାଷ କରୁଥିବାରୁ ବଜାରରେ ନିୟମଗିରି ପଣସର ବେଶ୍ ଚାହିଦା ରହିଛି ।

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ବିଷମକଟକ ଓ ମୁନିଗୁଡ଼ା ବ୍ଲକ ପ୍ରାୟ ୧୧୨ଟି ଗାଁରେ ହେଉଛି ପଣସ ଚାଷ । ନିୟମଗିରି ପର୍ବତରେ ସର୍ବାଧିକ ୧୮ ହଜାର ପଣସ ଗଛଥିବା ବେଳେ, ଉତ୍ପାଦିତ ହେଉଛି ୧୦୦୦ ମେଟିକ୍ର ଟନ୍ ପଣସ । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମଧ୍ୟ ପଣସ ଚାଷୀଙ୍କୁ ସାହାଯ୍ୟ ସହଯୋଗ କରାଯାଉଛି ।

ପାରମ୍ପାରିକ ତଥା ଜୈବିକ ପଦ୍ଧତିରେ ଡଙ୍ଗରିଆ କନ୍ଧ ଜନଜାତିର ଲୋକ ଚାଷ କରିଆସୁଥିବା ବେଳେ, ଉପଯୁକ୍ତ ତାଲିମ୍ ସହ କୃଷି ଯନ୍ତ୍ରାଂଶ ଯୋଗାଇ ଦେଲେ ଅଧିକ ସପୁରୀ ଓ ପଣସ ଅମଳ ହୋଇପାରନ୍ତା ।

ଅଧିକ ପଢ଼ନ୍ତୁ: ସ୍ତ୍ରୀ ହେବ ତ ଏମିତି ! ଯୌତୁକ ଲୋଭୀ ସ୍ୱାମୀକୁ ଦେଲେ ପାନେ...